କୋଭାକ୍ସିନ ପରେ ଏବେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକାର କରୋନା ଭାଇରସ୍ ଟିକାର ପାଳି । ଆସନ୍ତା ସପ୍ତାହରେ ଆଷ୍ଟ୍ରାଜେନେକା-ଅକ୍ସଫୋର୍ଡ ଟିକାକୁ ଜରୁରୀକାଳୀନ ପ୍ରୟୋଗ ପାଇଁ ଭାରତ ଦେଇପାରେ ଅନୁମତି । (ପ୍ରତୀକାତ୍ମକ ଛବି)
ବ୍ରିଟେନର ଏକ ଫାର୍ମାସିଟ୍ୟୁକାଲ କମ୍ପାନୀ ଦ୍ବାରା ବିକଶିତ ହେଉଥିବା ଏହି ଟିକାକୁ ଅନୁମତି ଦେବାରେ ଭାରତ ବିଶ୍ବର ପ୍ରଥମ ଦେଶ ହେବ । (ପ୍ରତୀକାତ୍ମକ ଛବି)
୨୦୨୧ ଜାନୁଆରୀରେ ଭାରତ କୋଭିଡ୍ ଟିକାକରଣ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଫାଇଜର ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଫାଇଜର ଓ ଏହାର ଲୋକାଲ କମ୍ପାନୀ ଭାରତ ବାୟୋଟେକ୍ ପକ୍ଷରୁ ଆବେଦନ ପତ୍ର ମଧ୍ୟ ଗ୍ରହଣ କରିସାରିଛି । (ପ୍ରତୀକାତ୍ମକ ଛବି)
କରୋନା ମହାମାରୀ ସହ ଲଢ଼େଇ କରୁଥିବା ବିଶ୍ବର ଦ୍ବିତୀୟ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ର ଭାରତ ଟିକାକରଣ ପାଇଁ ପ୍ରସ୍ତୁତି ଆରମ୍ଭ କରି ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି । (ପ୍ରତୀକାତ୍ମକ ଛବି)
ଆର୍ଥିକ ଅଗ୍ରଗତି ଦୃଷ୍ଟିରୁ କମ୍ ବିକଶିତ ରାଷ୍ଟ୍ରଗୁଡ଼ିକରେ ଆଷ୍ଟ୍ରାଜେନେକା ଅକ୍ସଫୋର୍ଡ ଟିକା ବେଶ୍ ଉପଯୋଗୀ ହୋଇପାରିବ ବୋଲି ଆଶା କରାଯାଉଛି । (ପ୍ରତୀକାତ୍ମକ ଛବି)




