ଲୋକପ୍ରିୟ କନ୍ନଡ଼ ଟେଲିଭିଜନ ଆଙ୍କର୍ ତଥା ଅଭିନେତ୍ରୀ ଅନୁଶ୍ରୀଙ୍କ (Kannada actress Anushree) ନାମ ଏକ ଡ୍ରଗ୍ ମାମଲାରେ ସାମନାକୁ ଆସିଛି ।
କେନ୍ଦ୍ରୀୟ କ୍ରାଇମ ବ୍ରାଞ୍ଚ ପୋଲିସ ଏହି ଡ୍ରଗ୍ ମାମଲାରେ ଦାଖଲ ହୋଇଥିବା ଚାର୍ଜସିଟରେ ଅନୁଶ୍ରୀଙ୍କ ନାଁ ଉଲ୍ଲେଖ କରିଛି ।
ଏହି ସମ୍ବେଦନଶୀଳ ମାମଲାରେ ଅଭିଯୁକ୍ତ ଥିବା କୋରିଓଗ୍ରାଫର କିଶୋର ଅମନ ଶେଟ୍ଟୀ ନିଜ ବିବୃତ୍ତିରେ କହିଛନ୍ତି ଯେ ଅନୁଶ୍ରୀ ଖାଲି ଡ୍ରଗ୍ସ ଖାଉ ନ ଥିଲେ ବରଂ ଡ୍ରଗ୍ କାରବାରରେ ବି ଜଡିତ ଥିଲେ ।
ଶେଟ୍ଟୀ ଆହୁରି କହିଛନ୍ତି ଯେ ଅନୁଶ୍ରୀ ତାଙ୍କ କୋଠରୀକୁ ଏକଷ୍ଟାସୀ ଡ୍ରଗ୍ ଆଣିଥିଲେ। ଅନୁଶ୍ରୀ ଅନେକ ଥର ଡ୍ରଗ୍ସ ଖାଉଥିଲେ ବୋଲି ସେ ପୋଲିସକୁ କହିଛନ୍ତି ।
୨୦୦୭-୨୦୦୮ ମସିହାରେ ଏକ ରିଆଲିଟି ଶୋ’ ପାଇଁ ଅନୁଶ୍ରୀଙ୍କ ନୃତ୍ୟ ଅଭ୍ୟାସ ହେଉଥିବା ବେଳେ ସେ ଶେଟ୍ଟୀଙ୍କ ରୁମକୁ ଡ୍ରଗ୍ସ ଆଣୁଥିଲେ ଓ ଖାଦ୍ୟ ଖାଇବା ପୂର୍ବରୁ ସେ ଡ୍ରଗ୍ ଖାଉଥିଲେ ଓ ଶେଟ୍ଟୀଙ୍କୁ ଦେଉଥିଲେ ବୋଲି ସେ କହିଛନ୍ତି ।
ମାଙ୍ଗାଲୋରର ପୋଲିସ କହିଛି ଯେ ଅଭିଯୁକ୍ତଙ୍କ ବିବୃତ୍ତି ଆଧାରରେ ଅନୁଶ୍ରୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ସମ୍ଭବ ନୁହେଁ ।