ଅଷ୍ଟ୍ରେଲିଆରେ (Australia) ନୂଆ ବର୍ଷ ଉତ୍ସବ (New Year 2021) ଆରମ୍ଭ ହେବା ପରେ ସିଡନୀ ଅପେରା ହାଉସ୍ (Sydney Opera House) ଓ ହାର୍ବର୍ ବ୍ରିଜ୍ (Harbour Bridge) ଉପରେ ଆତସବାଜିର ଝଲମଲ ଦୃଶ୍ୟ ଦେଖିବାକୁ ମିଳିଛି । ଏହି ବାର୍ଷିକ ଆତସବାଜି ଦେଖିବା ପାଇଁ ପାଖାପାଖି ଦଶ ଲକ୍ଷ ଲୋକ ସାଧାରଣତଃ ସିଡନୀ ହାରବର୍ରେ ଭିଡ଼ ଜମାଇଥା’ନ୍ତି । କିନ୍ତୁ ଏ ବର୍ଷ କରୋନା ଭାଇରସ୍ (Coronavirus) ସଂକ୍ରମଣ ଯୋଗୁଁ ଲୋକଙ୍କୁ ଟେଲିଭିଜନରେ ଆତସବାଜି ଦେଖିବା ପାଇଁ ସେଠାକାର ସରକାର ପରାମର୍ଶ ଦେଇଛନ୍ତି । (ଏ.ପି. ଫଟୋ)
ନ୍ୟୁଜିଲାଣ୍ଡରେ ୨୦୨୦ ବର୍ଷକୁ ବିଦାୟ ଦେବାକୁ ଓ ନୂଆ ବର୍ଷକୁ ସ୍ୱାଗତ କରିବାକୁ ଲୋକେ ପାର୍ଟି କରୁଛନ୍ତି । ଛବିରେ ଅକଲ୍ୟାଣ୍ଡର ସ୍କାଏ ଟାୱାରରୁ (Sky Tower, Auckland) ନୂଆ ବର୍ଷ ୨୦୨୧କୁ ସ୍ୱାଗତ କରିବା ପାଇଁ ଆତସବାଜି ଆରମ୍ଭ ହୋଇଛି । (ଏ.ପି. ଫଟୋ)
ବିଶ୍ୱର ଦେଶମାନଙ୍କ ମଧ୍ୟରେ ନୂଆ ବର୍ଷକୁ ପ୍ରଥମେ ସ୍ୱାଗତ କରୁଥିବା ଦେଶମାନଙ୍କ ମଧ୍ୟରେ ନ୍ୟୁଜିଲାଣ୍ଡ ଅନ୍ୟତମ । ଛବିରେ ଅକଲ୍ୟାଣ୍ଡର ସ୍କାଏ ଟାୱାରରୁ (Sky Tower, Auckland) ଆତସବାଜି ଆରମ୍ଭ ହୋଇଛି । (ଏ.ପି. ଫଟୋ)
କରୋନା ଭାଇରସ୍ ମହାମାରୀର (Corona Virus) ବର୍ଷକ ପରେ ମୃତ୍ୟୁ, ଲକଡାଉନ୍, ଅର୍ଥନୈତିକ ଅସୁରକ୍ଷିତତା ଓ ଚିନ୍ତା ସହିତ ଏକ ନୂଆ ଆରମ୍ଭ ପାଇଁ ଆଶା ସହିତ ୨୦୨୧ ନୂଆ ବର୍ଷକୁ ସ୍ୱାଗତ କରାଯାଉଛି । ଫଟୋରେ ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ଲୋକେ ମାସ୍କ ପିନ୍ଧି ଚାଲୁଛନ୍ତି । (ଏ.ପି. ଫଟୋ)
ଭିଏତନାମର ଭଙ୍ଗ୍ ତାଉ ସହରରେ ନୂଆ ବର୍ଷକୁ ସ୍ୱାଗତ କରିବାକୁ ଲାଗିଥିବା ବ୍ୟାନର ସାମନାରେ ଲୋକେ ସ୍କୁଟର ଚଢ଼ି ବୁଲୁଛନ୍ତି । (ଏ.ପି. ଫଟୋ)
ଭାରତର ଚେନ୍ନାଇରେ ନୂଆ ବର୍ଷକୁ ସ୍ୱାଗତ କରିବାକୁ ନାପିଅର୍ ବ୍ରିଜରେ ଗତିଶୀଳ ଆଲୋକର ବ୍ୟବସ୍ଥା ହୋଇଛି । (ପି.ଟି.ଆଇ. ଫଟୋ)




