Odia Logo

ଓଡ଼ିଶା

CHANGE LANGUAGE
ଓଡ଼ିଆ
ENGLISH हिन्दी বাংলা ગુજરાતી ಕನ್ನಡ தமிழ் മലയാളം मराठी తెలుగు ਪੰਜਾਬੀ اردو অসমীয়া
WATCH LIVE TV
Download App
FOLLOW US
Trending Topics : #Odisha#CoronaVirus
  • ନ୍ୟୁଜ୍
  • ଟ୍ରେଣ୍ଡିଙ୍ଗ୍‌
  • ଫଟୋ ଗ୍ୟାଲେରୀ
  • ଭିଡିଓ
  • କରୋନା ଭାଇରସ
Just in
ସଟଡାଉନ୍ ମଧ୍ୟରେ ‘ମୋ ବସ୍’ ସେବା ଚାଲୁ ରହିଛି, ହେଲେ ଯାତ୍ରୀଙ୍କ ସଂଖ୍ୟା ନଗଣ୍ୟ ରହିଛିଟିକାର ଦ୍ୱିତୀୟ ଡୋଜକୁ ନେଇ ଦ୍ୱନ୍ଦ୍ୱ: କେତେ ଦାମ୍ ରହିବ ଓ କେଉଁଠି ନେବେ ଅସ୍ପଷ୍ଟ ଅଛି
ହୋମ୍ » ଫଟୋ ଗ୍ୟାଲେରୀ » ଓଡ଼ିଶା

ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ: ପୁରୁଷ ବନ୍ଧୁ ଗିରଫ ହେଲା; ସାମ୍ନାକୁ ଆସିଲା ନୂଆ CCTV ଫୁଟେଜ୍‌

ଝରାଫୁଲଙ୍କ ସହ ପ୍ରେମ ସମ୍ପର୍କ ରଖିବାକୁ ଚେଷ୍ଟା କରୁଥିବା ରାକେଶ ସ୍ବାଇଁ ଗିରଫ ହେବା ପରେ ପୋଲିସ ହାତରେ ଲାଗିଛି ଏକ ହୋଟେଲ ବାହାରର CCTV ଫୁଟେଜ । ରାକେଶ ସହ ଭୁବନେଶ୍ବରର ସେହି ହୋଟେଲରେ ସେ ରାତି ବିତାଇଥିବା ସନ୍ଦେହ କରାଯାଉଛି ।

News18 Odia | News18 Odia | January 29, 2021, 5:32 PM IST
1/ 19
 ଭୁବନେଶ୍ୱରର ରମାଦେବୀ ବିଶ୍ବବିଦ୍ୟାଳୟରେ ଯୁକ୍ତ ୩ ଦ୍ବିତୀୟ ବର୍ଷରେ ପଢ଼ୁଥିବା ମୟୂରଭଞ୍ଜର ଝିଅ ଝରାଫୁଲ ନାୟକଙ୍କ ରହସ୍ୟଜନକ ମୃତ୍ୟୁ (Jharaphula Nayak death) ଉପରୁ ଏବେ ବି ହଟିନି ପରଦା । ଝରାଫୁଲଙ୍କୁ ହତ୍ୟା କରାଯାଇଛି ନା ତାଙ୍କର ଅନ୍ୟ କୌଣସି କାରଣରୁ ମୃତ୍ୟୁ ହୋଇଛି, ସେ ନେଇ ଉଭୟ ଯାଜପୁର ଓ କମିଶନରେଟ୍ ପୋଲିସ ଚଳାଇଛି ତନାଘନା ।

2/ 19
 ଝରାଫୁଲଙ୍କ ପରିବାରର ଅଭିଯୋଗ କ୍ରମେ ତାଙ୍କ ସହ ପ୍ରେମ ସମ୍ପର୍କ ରଖିବାକୁ ଚେଷ୍ଟା କରୁଥିବା ଭୁବନେଶ୍ବର ସୁନ୍ଦରପଦାର ପାଣି ମିସ୍ତ୍ରୀ ରାକେଶ ସ୍ବାଇଁ ଓରଫ ନନ୍ଦୁ ଗିରଫ ହୋଇଛି ।

3/ 19
 ପୋଲିସ ତଦନ୍ତରେ ସହାୟକ ହୋଇଛି ସାମନାକୁ ଆସିଥିବା ଆଉ ଏକ ସିସିଟିଭି ଫୁଟେଜ୍ । ଭୁବନେଶ୍ବର ଧର୍ମବିହାର ଅଞ୍ଚଳରେ ଥିବା ଏକ ହୋଟେଲର ସିସିଟିଭି ଫୁଟେଜରୁ ଜଣାପଡ଼ିଛି ଝରାଫୁଲଙ୍କ ମୃତ ଦେହକୁ ଏକ ନାଲି ସ୍କୁଟିରେ ବସାଇ ନିଆଯାଉଛି (Jharaphula Nayak death)।

4/ 19
 କୁହାଯାଉଛି ଯେ ଜାନୁଆରୀ ୨୬ ତାରିଖ ରାତି ରାକେଶ ସ୍ୱାଇଁ ସହ ଏହି ହୋଟେଲରେ ବିତାଇଥିଲେ ଝରାଫୁଲ । ଆଉ ୨୭ ତାରିଖ ଭୋରୁ ଭୋର୍‌ ତାଙ୍କ ମୃତ ଦେହକୁ ହୋଟେଲରୁ ସ୍କୁଟିରେ ବାହାରକୁ ନିଆଯାଇଥିଲା ।

5/ 19
 ପୂର୍ବରୁ ଯାଜପୁର କୁଆଖିଆରେ ପ୍ରଥମେ ମିଳିଥିବା ସିସିଟିଭି ଫୁଟେଜରେ ମଧ୍ୟ ଏହି ସ୍କୁଟିରେ ଦୁଇ ଜଣ ଯୁବକ ଝରାଫୁଲର ମୃତ ଦେହ ଧରି ଯାଉଥିବା ଦେଖିବାକୁ ମିଳିଥିଲା । ଏଥିରୁ ସନ୍ଦେହ କରାଯାଉଛି ଯେ ଝରାଫୁଲଙ୍କ ମୃତ୍ୟୁ ପରେ ତାଙ୍କ ମୃତ ଦେହକୁ ଫିଙ୍ଗି ନିଶ୍ଚିହ୍ନ କରିବା ପାଇଁ ଭୁବନେଶ୍ବରରୁ ଯାଜପୁରକୁ ନିଆଯାଇଥିଲା ।

6/ 19
 ସ୍କୁଟିରେ ଥିବା ଦୁଇ ଜଣ ବ୍ୟକ୍ତି କିଏ ତା’ର ଛାନଭିନ୍ ଚଳାଇଛି ପୋଲିସ । ପରିବାର ଲୋକେ ବି କହିଛନ୍ତି ଯେ ରାକେଶ ସହ ଝରାଫୁଲଙ୍କର ଥିଲା ପ୍ରେମ ସମ୍ପର୍କ । ରାକେଶ ଯଶୀପୁରରେ ପାଣି ପାଇପ କାମ କରୁଥିବା ବେଳେ ଝରାଫୁଲଙ୍କ ସହ ତା’ର ସମ୍ପର୍କ ଗଢ଼ି ଉଠିଥିଲା ।

7/ 19
 ରମାଦେବୀ ବିଶ୍ବବିଦ୍ୟାଳୟରେ (Ramadevi University) ପଢ଼ିବା ବେଳେ ଝରାଫୁଲ ନିୟମିତ ଭାବେ ରାକେଶଙ୍କ ସହ ମିଳାମିଶା କରୁଥିବା ପୋଲିସ ସନ୍ଦେହ କରୁଛି ।

8/ 19
 କମିଶନରେଟ୍ ପୋଲିସ ଅଭିଯୁକ୍ତ ରାକେଶକୁ ଯାଜପୁର ପୋଲିସକୁ ହସ୍ତାନ୍ତର କରିଛି । ଯାଜପୁର ଟାଉନ ଥାନାରେ ରାକେଶକୁ ପଚରାଉଚରା କରୁଛନ୍ତି ଏସ୍‌.ପି. ରାହୁଲ ପି. ଆର୍. (ଫଟୋରେ) ।

9/ 19
 ପ୍ରଥମ ସିସିଟିଭି ଫୁଟେଜ୍‌ ଯାଜପୁର କୁଆଖିଆ ପୋଲିସ ହାତରେ ଲାଗିଥିଲା । ୨୭ ତାରିଖ ସକାଳ ୯ଟା ୭ ମିନିଟରେ ଏକ ସ୍କୁଟିରେ ଦୁଇ ଜଣ ଝରାଫୁଲଙ୍କ ମୃତ ଦେହକୁ ଧରି ବସିଛନ୍ତି । ଏହାର ଦୁଇ ଦିନ ପରେ ଆଉ ଏକ ସିସିଟିଭି ଫୁଟେଜ ଲାଗିଛି କମିଶନରେଟ୍ ପୋଲିସ ହାତରେ । ଏହି ସିସିଟିଭି ଫୁଟେଜ୍ ମଧ୍ୟ ୨୭ ତାରିଖର ।

10/ 19
 ଦ୍ୱିତୀୟ ସିସିଟିଭି ଫୁଟେଜର ସମୟ ହେଉଛି ୨୭ ତାରିଖ ସକାଳ ପ୍ରାୟ ୭ଟା ୨୧ ମିନିଟର । ଦୁଇଟି ଯାକ ସିସିଟିଭି ଫୁଟେଜ ଭିତରେ ସମୟର ବ୍ୟବଧାନ ଦୁଇ ଘଣ୍ଟାରୁ ଅଧିକ । ଭୁବନେଶ୍ବରରୁ ଯାଜପୁର କୁଆଖିଆ ଯିବା ପାଇଁ ଦୁଇ ଘଣ୍ଟା ସମୟ ବି ଲାଗିଯାଇପାରେ । ତେଣୁ ସନ୍ଦେହ କରାଯାଉଛି ଯେ ଝରାଫୁଲଙ୍କ ମୃତ୍ୟୁ ଭୁବନେଶ୍ବରରେ ହୋଇଥିଲା, କିନ୍ତୁ ମୃତ ଦେହ ଡିସପୋଜାଲ ହୋଇଥିଲା ଯାଜପୁରରେ ।

11/ 19
 ସିସିଟିଭିରେ ଦିଶୁଥିବା ସ୍କୁଟିରେ ମୃତ ଦେହ ସହ ଥିବା ଦୁଇ ଜଣଙ୍କ ମଧ୍ୟରୁ ଯଦି ଜଣେ ଅଭିଯୁକ୍ତ ରାକେଶ ହୋଇଥାଏ, ତେବେ ତଦନ୍ତ ରହସ୍ୟ ଫିଟାଇବାରେ ପୋଲିସକୁ ବେଶୀ ସମୟ ଲାଗିବ ନାହିଁ ବୋଲି କହିଛନ୍ତି ଜଣେ ତଦନ୍ତକାରୀ ପୋଲିସ ଅଧିକାରୀ ।

12/ 19
 ଶୁକ୍ରବାର ଦିନ ଯାଜପୁରରେ ଝରାଫୁଲଙ୍କ ମୃତ ଦେହ ଫିଙ୍ଗାଯାଇଥିବା ସ୍ଥାନ ବୁଲି ଦେଖିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା । ପୋଲିସ ତଦନ୍ତ ଜାରି ରହିଥିବା ବେଳେ ମହିଳା କମିଶନ ମଧ୍ୟ ଏହି ଘଟଣା ଉପରେ ନଜର ରଖିଥିବା କହିଛନ୍ତି ସେ ।

13/ 19
 ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର (Ramadevi University) କ୍ୟାମ୍ପସ ବାହାରେ ଏହି ଘଟଣା ଘଟିଥିଲେ ବି ପୋଲିସର ତଦନ୍ତରେ ସହଯୋଗ କରିବାକୁ ବିଶ୍ୱବିଦ୍ୟାଳୟ ପ୍ରଶାସନ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ବିଶ୍ବବିଦ୍ୟାଳୟର କୁଳପତି ଅପରାଜିତା ଚୌଧୁରୀ ।

14/ 19
 ପୋଲିସ ସଠିକ୍‌ ଅନୁସନ୍ଧାନ କରି ଅଭିଯୁକ୍ତଙ୍କୁ ଧରି ଝରାଫୁଲକୁ ନ୍ୟାୟ ଦେବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ତାଙ୍କ ବାପା ରମାକାନ୍ତ ନାୟକ । 

15/ 19
 ୨୬ ତାରିଖ ଦିନ ଦିନ ୧୧ଟା ପାଖାପାଖି ଜୟଦେବ ବିହାରରେ ଝାଡ଼େଶ୍ୱର ବସରେ ବସି ଭୁବନେଶ୍ୱର ଫେରୁଥିଲେ, ମାତ୍ର ବାଣୀବିହାର ଛକରେ ଓହ୍ଲେଇଯାଇଥିଲେ ବୋଲି ଫୋନରେ ବାପାଙ୍କୁ କହିଥିଲେ ଝରାଫୁଲ ।

16/ 19
 ଝରାଫୁଲଙ୍କ ମୃତ ଦେହ ପାଖରୁ ମିଳିଥିବା ମୋବାଇଲ ଫୋନରୁ ଜଣାପଡ଼ିଥିଲା ସେ ଶେଷ ଥର ପାଇଁ ପରିବାର ଲୋକଙ୍କ ସହ ହ୍ବାଟ୍ସ ଆପରେ ଚାଟିଂ କରିଥିଲେ ।

17/ 19
 ଝରାଫୁଲଙ୍କ ଭାଇ ତାଙ୍କୁ ପଚାରିଥିଲେ, ‘‘ତୁ କେଉଁଠି ଅଛୁ । ତୋ’ ଫୋନ୍ ଲାଗୁନି ।’’ ଝରାଫୁଲ ତାଙ୍କୁ ଉତ୍ତରରେ କହିଥିଲେ, ‘‘ଜମା ବ୍ୟସ୍ତ ହୁଅନି । ମୁଁ ମୋ’ ସାଙ୍ଗ ଘରେ ଅଛି । ଏଠି ନେଟୱର୍କ ଲାଗୁନି ।’’

18/ 19
 ଝରାଫୁଲ ନାୟକଙ୍କ (Jharaphula Nayak) ମୃତ ଦେହ ଯାଜପୁର କୁଆଖିଆ ଥାନା ମୂଳାପାଳ ନିକଟ ରାସ୍ତା କଡ଼ରୁ ଜାନୁଆରୀ ୨୭ ତାରିଖ ସକାଳେ ମିଳିଥିଲା ।

19/ 19
 ରମାଦେବୀ ବିଶ୍ବବିଦ୍ୟାଳୟରେ (Ramadevi University) ଯୁକ୍ତ ତିନି ଦ୍ବିତୀୟ ବର୍ଷର ଫିଲୋସୋପି ଅନର୍ସ ଛାତ୍ରୀ ଥି୍ଲେ ଝରାଫୁଲ ନାୟକ ।

ଚ଼ର୍ଚ୍ଚିତ ଖବର

  • ସଟଡାଉନ୍ ମଧ୍ୟରେ ‘ମୋ ବସ୍’ ସେବା ଚାଲୁ ରହିଛି, ହେଲେ ଯାତ୍ରୀଙ୍କ ସଂଖ୍ୟା ନଗଣ୍ୟ ରହିଛି
  • ଟିକାର ଦ୍ୱିତୀୟ ଡୋଜକୁ ନେଇ ବଢି଼ଲା ଦ୍ୱନ୍ଦ୍ୱ; କେତେ ଦାମ୍ ରହିବ ଓ କେଉଁଠି ନେବେ ତାହା ଅସ୍ପଷ୍ଟ ଅଛି
  • ଶ୍ରୀମନ୍ଦିରରେ କାଠ ଫାଳିଆରେ ସହକର୍ମୀଙ୍କୁ ଆକ୍ରମଣ କରିଥିବା ଜେ.ଟି.ପି. କର୍ମୀ ନିଲମ୍ବିତ ହେଲେ
  • ଓଡ଼ିଶାରେ ୭,୦୦୦ ମୁହାଁ ହେଉଛି ଦୈନିକ କରୋନା ସଂକ୍ରମଣ; ମେ ପ୍ରଥମ ସପ୍ତାହରେ ତଳକୁ ଖସିପାରେ

Live TV

News18 Odia Logo
News18 India Logo
News18 CNN logo
News18 Bangla Logo
News18 Rajasthan Logo
News18 Bihar, Jharkhand Logo
News18 Madhya Pradesh, Chhattisgarh logo
News18 Uttar Pradesh, Uttarakhand Logo
News18 Punjab, Haryana, Himachal Logo
News18 Kannada Logo
News18 Kerala Logo
News18 Tamil Logo
News18 Urdu Logo
News18 Odia/NorthEast Logo
Lokmat Logo

ବିଭାଗ

  • ନ୍ୟୁଜ୍
  • ଟ୍ରେଣ୍ଡିଙ୍ଗ୍‌
  • ଫଟୋ ଗ୍ୟାଲେରୀ
  • ଭିଡିଓ
  • ଲାଇଭ ଟିଭି

ଚ଼ର୍ଚ୍ଚିତ ଖବର

  • ସଟଡାଉନ୍ ମଧ୍ୟରେ ‘ମୋ ବସ୍’ ସେବା ଚାଲୁ ରହିଛି, ହେଲେ ଯାତ୍ରୀଙ୍କ ସଂଖ୍ୟା ନଗଣ୍ୟ ରହିଛି
  • ଟିକାର ଦ୍ୱିତୀୟ ଡୋଜକୁ ନେଇ ଦ୍ୱନ୍ଦ୍ୱ: କେତେ ଦାମ୍ ରହିବ ଓ କେଉଁଠି ନେବେ ଅସ୍ପଷ୍ଟ ଅଛି
  • ଶ୍ରୀମନ୍ଦିରରେ କାଠ ଫାଳିଆରେ ସହକର୍ମୀଙ୍କୁ ଆକ୍ରମଣ କରିଥିବା JTP କର୍ମୀ ନିଲମ୍ବିତ ହେଲେ
  • ଓଡ଼ିଶାରେ ୭,୦୦୦ ମୁହାଁ ହେଉଛି ଦୈନିକ କରୋନା ସଂକ୍ରମଣ; ମେ ପ୍ରଥମ ସପ୍ତାହରେ କମିପାରେ
  • ‘ବାପାଙ୍କୁ କୁମ୍ଭ ମେଳାକୁ ନ ଯିବାକୁ କହିଥିଲି; ସେ ଶୁଣିଲେନି’: ଶ୍ରବଣ ରାଠୋଡ଼ଙ୍କ ପୁଅ
  • About us
  • Contact Us
  • Sitemap
  • Privacy Policy
  • Cookie Policy

Network 18 Sites

  • News18 India
  • CricketNext
  • News18 States
  • Bangla News
  • Odia News
  • Urdu News
  • Marathi News
  • TopperLearning
  • Moneycontrol
  • Firstpost
  • CompareIndia
  • History India
  • MTV India
  • In.com
  • Burrp
  • Clear Study Doubts
  • CAprep18
  • Education Franchisee Opportunity
CNN name, logo and all associated elements ® and © 2017 Cable News Network LP, LLLP. A Time Warner Company. All rights reserved. CNN and the CNN logo are registered marks of Cable News Network, LP LLLP, displayed with permission. Use of the CNN name and/or logo on or as part of NEWS18.com does not derogate from the intellectual property rights of Cable News Network in respect of them. © Copyright Network18 Media and Investments Ltd 2016. All rights reserved.
© Copyright Network18 Media and Investments Ltd 2020. All rights reserved. NETWORK 18 SITES