କେନ୍ଦୁଝର ଜିଲ୍ଲାର ବୀରଗୋବିନ୍ଦପୁରରେ ରହିଛି ଓଡି଼ଶାର ସର୍ବପୁରାତନ ଶ୍ରୀ ରାମ ମନ୍ଦିର ବା ରଘୁନାଥ ଜୀଉ ମନ୍ଦିର । କାଞ୍ଚି ବିଜୟର ସେନାପତି କେନ୍ଦୁଝରର ରାଜା ଗୋବିନ୍ଦ ଭଞ୍ଜ ଏହି ମନ୍ଦିର ପ୍ରତିଷ୍ଠା କରିଥିଲେ ।
କେନ୍ଦୁଝର ଜିଲ୍ଲାର ବୀରଗୋବିନ୍ଦପୁରରେ ରହିଛି ଓଡି଼ଶାର ସର୍ବପୁରାତନ ଶ୍ରୀ ରାମ ମନ୍ଦିର ବା ରଘୁନାଥ ଜୀଉ ମନ୍ଦିର । କାଞ୍ଚି ବିଜୟର ସେନାପତି କେନ୍ଦୁଝରର ରାଜା ଗୋବିନ୍ଦ ଭଞ୍ଜ ଏହି ମନ୍ଦିର ପ୍ରତିଷ୍ଠା କରିଥିଲେ ।
ସେତେବେଳେ ରାଜା ଗୋବିନ୍ଦ ଭଞ୍ଜ ପ୍ରତି ଦିନ ଘୋଡ଼ା ଚଢି଼ ରାଜ ଉଆସରୁ ରଘୁନାଥ ଜୀଉଙ୍କ ଦର୍ଶନ ପାଇଁ ବୀରଗୋବିନ୍ଦପୁର ଆସୁଥିଲେ ।
ପୂର୍ବରୁ ଦୋଳ ପୂର୍ଣ୍ଣିମାରେ ବିମାନରେ ବସି ପ୍ରଭୁ ଶ୍ରୀରାମ ଏହି ମନ୍ଦିରରୁ ବାହାରି ଆନନ୍ଦପୁର ସହର ପରିକ୍ରମା କରୁଥିଲେ ।
ସାତ ଦିନ ଧରି ପାଳିତ ହେଉଥିବା ରାମ ନବମୀ ଆଦିବାସୀ ନୃତ୍ୟ, ପାଲା, ଭଜନ ଓ କୀର୍ତ୍ତନ ଆଦିରେ ଅଞ୍ଚଳ ମୁଖରିତ ହୋଇ ଉଠୁଥିଲା ।