Odia Logo

ଓଡ଼ିଶା

CHANGE LANGUAGE
ଓଡ଼ିଆ
ENGLISH हिन्दी বাংলা ગુજરાતી ಕನ್ನಡ தமிழ் മലയാളം मराठी తెలుగు ਪੰਜਾਬੀ اردو অসমীয়া
WATCH LIVE TV
Download App
FOLLOW US
Trending Topics : #Odisha#CoronaVirus
  • ନ୍ୟୁଜ୍
  • ଟ୍ରେଣ୍ଡିଙ୍ଗ୍‌
  • ଫଟୋ ଗ୍ୟାଲେରୀ
  • ଭିଡିଓ
  • କରୋନା ଭାଇରସ
Just in
ସଟଡାଉନ୍ ମଧ୍ୟରେ ‘ମୋ ବସ୍’ ସେବା ଚାଲୁ ରହିଛି, ହେଲେ ଯାତ୍ରୀଙ୍କ ସଂଖ୍ୟା ନଗଣ୍ୟ ରହିଛିଟିକାର ଦ୍ୱିତୀୟ ଡୋଜକୁ ନେଇ ଦ୍ୱନ୍ଦ୍ୱ: କେତେ ଦାମ୍ ରହିବ ଓ କେଉଁଠି ନେବେ ଅସ୍ପଷ୍ଟ ଅଛି
ହୋମ୍ » ଫଟୋ ଗ୍ୟାଲେରୀ » ଓଡ଼ିଶା

ଭୁବନେଶ୍ୱର ରମାଦେବୀ ବିଶ୍ବବିଦ୍ୟାଳୟରେ ପଢ଼ୁଥିଲେ ମୟୂରଭଞ୍ଜର ଝିଅ; ତାଙ୍କ ଶବ ମିଳିଲା ଯାଜପୁରରେ

ଯୁକ୍ତ ୩ ଦ୍ବିତୀୟ ବର୍ଷର ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ ଦେହକୁ ଏକ ନାଲି ରଙ୍ଗର ସ୍କୁଟିରେ ଦୁଇ ଜଣ ଆଣୁଥିବାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ୍‌ ହୋଇଛି । ସେମାନେ ରମାଦେବୀ ବିଶ୍ବବିଦ୍ୟାଳୟର ଏହି ଛାତ୍ରୀଙ୍କ ଶବକୁ ରାସ୍ତା କଡ଼ରେ ଫିଙ୍ଗି ଚାଲିଯାଇଥିଲେ ।

News18 Odia | News18 Odia | January 27, 2021, 6:15 PM IST
1/ 16
 ଭୁବନେଶ୍ୱରର ରମାଦେବୀ ବିଶ୍ବବିଦ୍ୟାଳୟରେ ଯୁକ୍ତ ୩ ଦ୍ବିତୀୟ ବର୍ଷରେ ପଢ଼ୁଥିବା ମୟୂରଭଞ୍ଜର ଝିଅ ଝରାଫୁଲ ନାୟକଙ୍କ (Jharaphula Nayak) ମୃତ ଦେହ ମିଳିଛି ଯାଜପୁର କୁଆଖିଆ ଥାନା ମୂଳାପାଳ ନିକଟ ରାସ୍ତା କଡ଼ରୁ ।

2/ 16
 ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଦୁଇ ଜଣ ଦୁର୍ବୃତ୍ତ ଏକ ସ୍କୁଟିରେ ଆସି ଯୁବତୀଙ୍କ ମୃତ ଦେହକୁ ରାସ୍ତା କଡ଼ରେ ଫିଙ୍ଗିଦେଇ ଚାଲି ଯାଇଛନ୍ତି ।

3/ 16
 ଦୁର୍ବୃତ୍ତମାନେ ଝରାଫୁଲଙ୍କୁ ଅନ୍ୟ କେଉଁଠି ହତ୍ୟା କରି ମୂଳପାଳ ଛକକୁ ଆଣି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।

4/ 16
 ସିସିଟିଭିରେ ଏହି ପୁରା ଘଟଣା କଏଦ ହୋଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସେହି ସ୍କୁଟିରେ ଜଣେ ଯୁବତୀ ବି ଥିଲେ । ଏହି ଘଟଣା ବୁଧବାର (ଜାନୁଆରୀ ୨୭) ସକାଳ ପାଖାପାଖି ୯ଟା ବେଳର ।

5/ 16
 ପୋଲିସ୍ ସିସିଟିଭି ଫୁଟେଜ୍‌ ଆଧାରରେ ତଦନ୍ତ ଆରମ୍ଭ କରିଛି ।

6/ 16
 ରମାଦେବୀ ବିଶ୍ବବିଦ୍ୟାଳୟରେ (Ramadevi University) ଯୁକ୍ତ ତିନି ଦ୍ବିତୀୟ ବର୍ଷର ଫିଲୋସୋପି ଅନର୍ସ ଛାତ୍ରୀ ଥି୍ଲେ ଝରାଫୁଲ ନାୟକ । ତାଙ୍କ ଘର ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଥାନା ମରୁଣ୍ଡେଇପଶି ଗାଁରେ । ତାଙ୍କ ବାପାଙ୍କ ନାଁ ରମାକାନ୍ତ ନାୟକ ବୋଲି ଜଣାପଡ଼ିଛି ।

7/ 16
 ଝରାଫୁଲଙ୍କ ମୃତ ଦେହ ପାଖରୁ ମିଳିଥିବା ମୋବାଇଲ ଫୋନରୁ ଜଣାପଡ଼ିଛି ସେ ଶେଷ ଥର ପାଇଁ ପରିବାର ଲୋକଙ୍କ ସହ ହ୍ବାଟ୍ସ ଆପରେ ଚାଟିଂ କରିଥିଲେ ।

8/ 16
 ଝରାଫୁଲଙ୍କ ଭାଇ ତାଙ୍କୁ ପଚାରିଥିଲେ, ‘‘ତୁ କେଉଁଠି ଅଛୁ । ତୋ’ ଫୋନ୍ ଲାଗୁନି ।’’ ଝରାଫୁଲ ତାଙ୍କୁ ଉତ୍ତରରେ କହିଥିଲେ, ‘‘ଜମା ବ୍ୟସ୍ତ ହୁଅନି । ମୁଁ ମୋ’ ସାଙ୍ଗ ଘରେ ଅଛି । ଏଠି ନେଟୱର୍କ ଲାଗୁନି ।’’

9/ 16
 ବୁଧବାର ସକାଳେ ପୁଣି ପରିବାର ଲୋକେ ହ୍ୱାଟ୍ସଆପରେ କହିଥିଲେ, ‘‘ଯଦି ତୁ କଥା ହୋଇପାରୁନୁ, ତେବେ ତୋ’ ସାଙ୍ଗ ସହ କଥା କରାଇ ଦେ ।’’ କିନ୍ତୁ ଆଉ ଝରାଫୁଲଙ୍କ ପକ୍ଷରୁ କୌଣସି ଉତ୍ତର ମିଳି ନ ଥିଲା । ମୋବାଇଲ ଫୋନରେ ଥିବା ଏହି ଶେଷ ଚାଟିଂ ପୋଲିସକୁ ଦେଇପାରେ ଅନେକ କିଛି ପ୍ରମାଣ ।

10/ 16
 ଜାନୁଆରୀ ୨୪ ତାରିଖ ସକାଳେ ଝରାଫୁଲ ନିଜ ଘରୁ ବସରେ ଭୁବନେଶ୍ବର ଆସିଥିଲେ ଓ ୨୫ ତାରିଖ ଦିନ ନିଜ ବଡ଼ ଭଉଣୀଙ୍କ ଜନ୍ମଦିନ ପାଳନରେ ଯୋଗ ଦେଇଥିଲେ ବୋଲି କହିଛନ୍ତି ତାଙ୍କ ବାପା ରମାକାନ୍ତ ନାୟକ । ୨୬ ତାରିଖ ଦିନ ଦିନ ୧୧ଟା ପାଖାପାଖି ସେ ଜୟଦେବ ବିହାରରେ ଝାଡ଼େଶ୍ୱର ବସରେ ବସି ଭୁବନେଶ୍ୱର ଫେରୁଥିଲେ, ମାତ୍ର ବାଣୀବିହାର ଛକରେ ଓହ୍ଲେଇଯାଇଥିଲେ ବୋଲି ଫୋନରେ ତାଙ୍କ ବାପାଙ୍କୁ ସେ କହିଥିଲେ ।

11/ 16
 ଝରାଫୁଲଙ୍କ ବାପା କହିଛନ୍ତି ଯେ ସେ ଭୁବନେଶ୍ୱରରେ ତାଙ୍କ କ୍ଲାସମେଟ୍‌ ତଥା ସାଙ୍ଗ ସୋନାଲୀ ଘରେ ଅଛନ୍ତି ଓ ତାଙ୍କ ଦେହ ଭଲ ଲାଗୁନି । ହେଲେ ତା’ ପରେ ଝରାଫୁଲଙ୍କ ସହ ପରିବାର ଲୋକଙ୍କର କୌଣସି ଯୋଗାଯୋଗ ହୋଇ ପାରି ନ ଥିଲା । (ଫଟୋରେ ଝରାଫୁଲଙ୍କ ଶବ ନିକଟରେ ପଡ଼ିଥିବା ତାଙ୍କ ବ୍ୟାଗ୍‌)

12/ 16
 ଝରାଫୁଲଙ୍କ ସେହି ସାଙ୍ଗ ସୋନାଲୀଙ୍କ ଘର କେଉଁଠି ତାହା ତାଙ୍କ ବାପା ଓ ପରିବାର ଲୋକେ ଜାଣି ନ ଥିବା କହିଛନ୍ତି । ପୋଲିସ ଏବେ ଏହା ଜଣିବାକୁ ପ୍ରୟାସ କରୁଛି । (ଫଟୋରେ ଝରାଫୁଲଙ୍କ ଶବ ନିକଟରେ ପଡ଼ିଥିବା ତାଙ୍କର ଗୋଟିଏ ଜୋତା)

13/ 16
 ଝରାଫୁଲ ଏକା ନିଜ ଘରୁ ଭୁବନେଶ୍ୱର ବସରେ ଯିବା ଆସିବା କରନ୍ତି ବୋଲି ତାଙ୍କ ବାପା କହିଛନ୍ତି । ତାଙ୍କର କୌଣସି ପାରିବାରିକ ମନୋମାଳିନ୍ୟ ବି ନ ଥିଲା ବୋଲି ସେ କହିଛନ୍ତି ।

14/ 16
 ଭଉଣୀର ମୃତ ଦେହ ଦେଖି କାନ୍ଦୁଥିବା ଭାଇ କହିଛନ୍ତି ଯେ ରାକେଶ ସ୍ୱାଇଁ ନାମକ ଜଣେ ଯୁବକ ଉପରେ ପରିବାରର ସନ୍ଦେହ ହେଉଛି । ଝରାଫୁଲଙ୍କୁ ବାରମ୍ବାର ଫୋନ୍‌ କରିବାକୁ ମନା କରାଯାଇଥିଲେ ବି ରାକେଶ ଫୋନ୍‌ କରୁଥିଲେ ବୋଲି କହିଛନ୍ତି ତାଙ୍କ ଭାଇ (ଫଟୋରେ)।

15/ 16
 ଏହି ଘଟଣାର ସତ୍ୟ ଉଦଘାଟନ କରିବା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି । ଏହା ଏକ ହତ୍ୟା ବୋଲି ସନ୍ଦେହ କରାଯାଉଛି ।

16/ 16
 ଅକାଳରେ ଝଡ଼ିଯାଇଥିବା ଝରାଫୁଲ ନାୟକଙ୍କ ମୃତ୍ୟୁ ଖବର ପାଇ ତାଙ୍କ ପରିବାର ସମେତ ସାଙ୍ଗ ସାଥୀମାନେ ମର୍ମାହତ ହୋଇଛନ୍ତି । ସେମାନେ ତାଙ୍କ ପାଇଁ ନ୍ୟାୟ ଦାବି କରିଛନ୍ତି ।

ଚ଼ର୍ଚ୍ଚିତ ଖବର

  • ସଟଡାଉନ୍ ମଧ୍ୟରେ ‘ମୋ ବସ୍’ ସେବା ଚାଲୁ ରହିଛି, ହେଲେ ଯାତ୍ରୀଙ୍କ ସଂଖ୍ୟା ନଗଣ୍ୟ ରହିଛି
  • ଟିକାର ଦ୍ୱିତୀୟ ଡୋଜକୁ ନେଇ ବଢି଼ଲା ଦ୍ୱନ୍ଦ୍ୱ; କେତେ ଦାମ୍ ରହିବ ଓ କେଉଁଠି ନେବେ ତାହା ଅସ୍ପଷ୍ଟ ଅଛି
  • ଶ୍ରୀମନ୍ଦିରରେ କାଠ ଫାଳିଆରେ ସହକର୍ମୀଙ୍କୁ ଆକ୍ରମଣ କରିଥିବା ଜେ.ଟି.ପି. କର୍ମୀ ନିଲମ୍ବିତ ହେଲେ
  • ଓଡ଼ିଶାରେ ୭,୦୦୦ ମୁହାଁ ହେଉଛି ଦୈନିକ କରୋନା ସଂକ୍ରମଣ; ମେ ପ୍ରଥମ ସପ୍ତାହରେ ତଳକୁ ଖସିପାରେ

Live TV

News18 Odia Logo
News18 India Logo
News18 CNN logo
News18 Bangla Logo
News18 Rajasthan Logo
News18 Bihar, Jharkhand Logo
News18 Madhya Pradesh, Chhattisgarh logo
News18 Uttar Pradesh, Uttarakhand Logo
News18 Punjab, Haryana, Himachal Logo
News18 Kannada Logo
News18 Kerala Logo
News18 Tamil Logo
News18 Urdu Logo
News18 Odia/NorthEast Logo
Lokmat Logo

ବିଭାଗ

  • ନ୍ୟୁଜ୍
  • ଟ୍ରେଣ୍ଡିଙ୍ଗ୍‌
  • ଫଟୋ ଗ୍ୟାଲେରୀ
  • ଭିଡିଓ
  • ଲାଇଭ ଟିଭି

ଚ଼ର୍ଚ୍ଚିତ ଖବର

  • ସଟଡାଉନ୍ ମଧ୍ୟରେ ‘ମୋ ବସ୍’ ସେବା ଚାଲୁ ରହିଛି, ହେଲେ ଯାତ୍ରୀଙ୍କ ସଂଖ୍ୟା ନଗଣ୍ୟ ରହିଛି
  • ଟିକାର ଦ୍ୱିତୀୟ ଡୋଜକୁ ନେଇ ଦ୍ୱନ୍ଦ୍ୱ: କେତେ ଦାମ୍ ରହିବ ଓ କେଉଁଠି ନେବେ ଅସ୍ପଷ୍ଟ ଅଛି
  • ଶ୍ରୀମନ୍ଦିରରେ କାଠ ଫାଳିଆରେ ସହକର୍ମୀଙ୍କୁ ଆକ୍ରମଣ କରିଥିବା JTP କର୍ମୀ ନିଲମ୍ବିତ ହେଲେ
  • ଓଡ଼ିଶାରେ ୭,୦୦୦ ମୁହାଁ ହେଉଛି ଦୈନିକ କରୋନା ସଂକ୍ରମଣ; ମେ ପ୍ରଥମ ସପ୍ତାହରେ କମିପାରେ
  • ‘ବାପାଙ୍କୁ କୁମ୍ଭ ମେଳାକୁ ନ ଯିବାକୁ କହିଥିଲି; ସେ ଶୁଣିଲେନି’: ଶ୍ରବଣ ରାଠୋଡ଼ଙ୍କ ପୁଅ
  • About us
  • Contact Us
  • Sitemap
  • Privacy Policy
  • Cookie Policy

Network 18 Sites

  • News18 India
  • CricketNext
  • News18 States
  • Bangla News
  • Odia News
  • Urdu News
  • Marathi News
  • TopperLearning
  • Moneycontrol
  • Firstpost
  • CompareIndia
  • History India
  • MTV India
  • In.com
  • Burrp
  • Clear Study Doubts
  • CAprep18
  • Education Franchisee Opportunity
CNN name, logo and all associated elements ® and © 2017 Cable News Network LP, LLLP. A Time Warner Company. All rights reserved. CNN and the CNN logo are registered marks of Cable News Network, LP LLLP, displayed with permission. Use of the CNN name and/or logo on or as part of NEWS18.com does not derogate from the intellectual property rights of Cable News Network in respect of them. © Copyright Network18 Media and Investments Ltd 2016. All rights reserved.
© Copyright Network18 Media and Investments Ltd 2020. All rights reserved. NETWORK 18 SITES