ଯାଜପୁର: ପ୍ରେମିକାକୁ ଭେଟିବାକୁ ଯୋଗୀ ବେଶ ଧରି ଆସିଲେ +୨ ଛାତ୍ର; ଧରା ପଡ଼ି ମାଡ଼ ଖାଇଲେ
ପ୍ରେମର ନିଶା ଏତେ ଉପରକୁ ଚଢ଼ିଲା ଯେ ଯାଜପୁରରେ ରହୁଥିବା ନିଜ ପ୍ରେମିକାକୁ ଦେଖା କରିବାକୁ ଭୁବନେଶ୍ୱରରେ ଯୁକ୍ତ୨ରେ ପଢ଼ୁଥିବା ଯୁବକ ବାବା ବେଶ ଧରି ତାଙ୍କ ଘରେ ପହଞ୍ଚିଲେ । ସ୍ଥାନୀୟ ଲୋକେ ତାଙ୍କୁ ପିଲା ଚୋର ବୋଲି ସନ୍ଦେହ କରିଥିଲେ ।
ଯାଜପୁରରେ ଏକ ପ୍ରେମ କାହାଣୀର ନିଆରା ଘଟଣା ସାମନାକୁ ଆସିଛି । ନିଜ ପ୍ରେମିକାଙ୍କ ପାଇଁ ଯୋଗୀ ବେଶ ଧରି ଜଣେ ଯୁକ୍ତ-୨ ଛାତ୍ର ତାଙ୍କ ଘରକୁ ଆସି ହଟହଟା ହୋଇଛନ୍ତି ।
ଯୁବକଙ୍କ ମୁହଁରେ ଥିଲା ଲମ୍ବା ଦାଢ଼ୀ ଓ ମଥାରେ ଥିଲା ଜଟ । ତାଙ୍କ ଦେହରେ ଥିଲା ଗେରୁଆ ବସ୍ତ୍ର । କାନ୍ଧରେ ଥିବା ଏକ ଝୁଲିରେ ଥିଲା ଚାଉଳ ଓ ପଇସା । ହେଲେ ସେ କୌଣସି ବାବା ନ ଥିଲେ । ସେ ଥିଲେ ବାବା ବେଶୀ ପ୍ରେମିକ ।
ଯାଜପୁର ରୋଡ୍ ଫେରୋକ୍ରୋମ୍ ଗେଟ୍ କଲୋନୀ ନିକଟରେ ଏହି ୟଙ୍ଗ୍ ବାବାଙ୍କ ରଙ୍ଗ ଢଙ୍ଗ ଦେଖି ଲୋକେ ସନ୍ଦେହ କରିଥିଲେ ଓ ତାଙ୍କୁ କାବୁ କରିଥିଲେ ।
କେତେକ ଲୋକ ତାଙ୍କୁ ପିଲା ଚୋର ବୋଲି ସନ୍ଦେହ କରିଥିଲେ । ଏହି ମିଛ ବାବାଙ୍କ ଦାଢି଼ ଓ ଜଟକୁ ଲୋକେ ପରୀକ୍ଷା କରିବା ପାଇଁ ଟଣା ଓଟରା କରିବାରୁ ତାହା ସହଜରେ ଉପୁଡି଼ ଆସିଥିଲା ।
ଏହି ଯୁବ ବାବା ଧରା ପଡ଼ିବା ପରେ ସେ ପିଲା ଚୋର ହୋଇଥିବା ବୋଲି ସନ୍ଦେହ କରି ସ୍ଥାନୀୟ ଲୋକେ ଆତଙ୍କିତ ହୋଇଛନ୍ତି ।
ସେମାନଙ୍କ ପ୍ରେମକୁ ପରିବାର ଲୋକେ ଅସ୍ବୀକାର କରୁଥିବାରୁ ନିଜ ପ୍ରେମିକାଙ୍କ ଘର ଲୋକଙ୍କୁ ରାଜି କରାଇବାକୁ ସେ ଏପରି ରୂପ ହୋଇଥିଲେ ।




