ମହିଳାଙ୍କୁ ୬ ଜଣ ରେପ୍ କରିଥିଲେ; ୨ ଜଣ ନାବାଳକ ଥିଲେ; Video ବିକିବା ବେଳେ ଧରା ପଡ଼ିଲେ
ଅଭିଯୁକ୍ତ ଯୁବକମାନେ ଏହି ଗ୍ୟାଙ୍ଗ୍ ରେପର ଭିଡିଓ ସୁଟିଂ କରିଥିବାରୁ ୩୦ ବର୍ଷୀୟା ପୀଡ଼ିତା ମହିଳା ଏହି ଅପରାଧ ବିଷୟରେ ନିଜ ମୁହଁ ବନ୍ଦ କରି ରହିଥିଲେ । ତାଙ୍କୁ ଡର ଥିଲା ଯେ ସେ ପୋଲିସରେ ଅଭିଯୋଗ କଲେ ଯୁବକମାନେ ଭିଡିଓଗୁଡ଼ିକୁ ଭାଇରାଲ୍ କରିଦେବେ ।
ଜଣେ ୩୦ ବର୍ଷୀୟା ମହିଳାଙ୍କୁ ଛଅ ଜଣ ଯୁବକ କିଛି ମାସ ତଳେ ଗ୍ୟାଙ୍ଗ୍ ରେପ୍ କରିଥିଲେ । ସେମାନେ ଏହି ଜଘନ୍ୟ ଘଟଣାର ଭିଡିଓ ନିଜ ନିଜ ମୋବାଇଲ୍ ଫୋନରେ ରେକର୍ଡ଼ିଂ କରିଥିଲେ । ଏବେ ସେମାନେ ସେହି ଭିଡିଓକୁ ବିକିବାର ପ୍ରୟାସ କରୁଥିବା ସମୟରେ ପୂରା ଘଟଣା ପୋଲିସର ନଜରକୁ ଆସିଥିଲା ।
ସେହି ଛଅ ଜଣ ଯୁବକଙ୍କ ମଧ୍ୟରେ କେତେକ ନାବାଳକ ବି ଥିଲେ । ସେମାନଙ୍କ ବୟସ ୧୫ରୁ ୧୭ ବର୍ଷ ମଧ୍ୟରେ ଥିଲା । ଏହି ଘଟଣା ଉତ୍ତର ପ୍ରଦେଶର ବଦାଉଁରେ ଘଟିଥିଲା । ଛଅ ଜଣ ଯୁବକ ୩୦ ବର୍ଷୀୟା ମହିଳାଙ୍କୁ ଏକ କ୍ଷେତକୁ ନେଇ ତାଙ୍କୁ ଜଣେ ପରେ ଜଣେ ବଳାତ୍କାର କରିଥିଲେ ।
ଅଭିଯୁକ୍ତମାନେ ଏହି ଗ୍ୟାଙ୍ଗ୍ ରେପର ଭିଡିଓ ସୁଟିଂ କରିଥିବା କାରଣରୁ ପୀଡ଼ିତା ମହିଳା ଏହି ଅପରାଧ ବିଷୟରେ ନିଜ ମୁହଁ ବନ୍ଦ କରି ରହିଥିଲେ କାରଣ ତାଙ୍କୁ ଡର ଥିଲା ଯେ ସେ ପୋଲିସରେ କମ୍ପ୍ଲେନ୍ କଲେ ଯୁବକମାନେ ସେହି ଭିଡିଓଗୁଡ଼ିକୁ ଭାଇରାଲ୍ କରିଦେବେ ଓ ସମାଜରେ ତାଙ୍କର ସମ୍ମାନ ରହିବ ନାହିଁ ।
ଅକ୍ଟୋବର ମାସରେ ଘଟିଥିବା ଏହି ଗଣ-ଦୁଷ୍କର୍ମ ଘଟଣା ପୋଲିସ ଦୃଷ୍ଟିକୁ ଏବେ ଆସିଲା । ଅସଲରେ ସେହି ଅଭିଯୁକ୍ତ ଯୁବକମାନେ ବନେଇଥିବା ଭିଡିଓ କ୍ଲିପ୍ ବିଭିନ୍ନ ଲୋକଙ୍କ ପାଖରେ ପହଞ୍ଚିବା ପରେ ପୋଲିସ ତା’ର ମୂଳ ସ୍ରୋତ ଖୋଜିବା ଆରମ୍ଭ କରିଥିଲା ।
ଅଭିଯୁକ୍ତମାନେ ସେହି ଗଣ-ବଳାତ୍କାରର ଭିଡିଓ କ୍ଲିପକୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରତି କ୍ଲିପ୍ ୩୦୦ ଟଙ୍କାରେ ବିକ୍ରି କରିଥିବା ପୋଲିସ ଜାଣିବାକୁ ପାଇଥିଲା ।




