୫ ମାସ, ୨ ଦେଶ, ୮ ସହର ପରେ ଘରକୁ ଫେରି ନିଜ କୁନି ଝିଅ ସହ ଖେଳୁଛନ୍ତି ଅଜିଙ୍କ୍ୟ ରହାଣେ
ଭାରତକୁ ଅଷ୍ର୍ରେଲିଆ ବିରୁଦ୍ଧରେ ଐତିହାସିକ ବିଜୟ ଦେଇଥିବା ଅଜିଙ୍କ୍ୟ ରହାଣେ (Ajinkya Rahane) ଏବେ ନିଜ ପରିବାର, ବିଶେଷ କରି ନିଜ କୁନି ଝିଅ ସହିତ, ବେଶୀ ସମୟ ବିତାଉଛନ୍ତି । ସେ ତାଙ୍କ ଝିଅ ସହ ଏକ ଫଟୋ ଶେୟାର କରି କିଛି ହୃଦୟସ୍ପର୍ଶୀ କଥା ଲେଖିଛନ୍ତି ।
ଅଜିଙ୍କ୍ୟ ରହାଣେ (Ajinkya Rahane) ନିଜ ନେତୃତ୍ୱରେ ଭାରତକୁ ବର୍ଡ଼ର୍-ଗାଭାସ୍କର ଟ୍ରଫିରେ ଜିତେଇ ସମସ୍ତଙ୍କ ହୃଦୟ ଜିତିଛନ୍ତି । ରହାଣେଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଚାରିଟି ଟେଷ୍ଟ ମ୍ୟାଚ୍ ଖେଳି ୨-୧ରେ ଜିତିଛି । ଅଷ୍ଟ୍ରେଲିଆରେ ଐତିହାସିକ ବିଜୟ ହାସଲ କରିବା ପରେ ରହାଣେ ଘରକୁ ଫେରିଛନ୍ତି । (ଫଟୋ କ୍ରେଡିଟ୍: ଅଜିଙ୍କ୍ୟ ରହାଣେ ଇନଷ୍ଟାଗ୍ରାମ)
ଏବେ ରହାଣେ ନିଜ ପରିବାର, ବିଶେଷ କରି ନିଜ ଝିଅ ସହିତ, ଗୁଣାତ୍ମକ ସମୟ (କ୍ୱାଲିଟି ଟାଇମ୍) ବିତାଉଛନ୍ତି । ସେ ତାଙ୍କ ଝିଅ ସହିତ ଏକ ଫଟୋ ଶେୟାର କରି ଏକ ହୃଦୟସ୍ପର୍ଶୀ କଥା ଲେଖିଛନ୍ତି ।
ଫଟୋ ସେୟାର କରି ରହାଣେ ଲେଖିଛନ୍ତି ଯେ ପାଞ୍ଚ ମାସ ଧରି ଦୁଇଟି ଦେଶର ଆଠଟି ସହର ବୁଲିବା ପରେ ମୁଁ ମୋ’ ପ୍ରିୟ ସହରକୁ ଫେରି ଆସିଛି ଓ ମୋ’ ପ୍ରିୟ ଲୋକଙ୍କ ସହିତ ଗୁଣାତ୍ମକ ସମୟ ବିତାଉଛି ।
ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଗତ ବର୍ଷ ୟୁ.ଏ.ଇ.ରେ ଖେଳାଯାଇଥିବା ଆଇ.ପି.ଏଲ.ର ଅଂଶ ଥିଲେ ରହାଣେ । ସେ ଅଗଷ୍ଟ ମାସରେ ହିଁ ୟୁ.ଏ.ଇ.କୁ ଯାଇଥିଲେ, ଆଉ ସେଠାରୁ ନଭେମ୍ବରରେ ସିଧା ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିଲେ । (ଫଟୋ ସୌଜନ୍ୟ ଏ.ପି.)




