ଅମିତାଭ ବଚ୍ଚନଙ୍କର ସର୍ଜରୀ ହେବ; ତାଙ୍କ ସ୍ୱାସ୍ଥ୍ୟ ଖରାପ ହେଲେ ଅନେକ ଫିଲ୍ମ ଉପରେ ପ୍ରଭାବ ପଡ଼ିବ
Amitabh Bachchan Health: ମେଗାଷ୍ଟାର୍ ଅମିତାଭ ବଚ୍ଚନ ନିଜ ସ୍ୱାସ୍ଥ୍ୟ ବିଷୟରେ ଜଣେଇଛନ୍ତି ଯେ ତାଙ୍କର ଏକ ଅସ୍ତ୍ରୋପଚାର ହେବାକୁ ଯାଉଛି । ତାଙ୍କର ଅନେକ ଫିଲ୍ମ ରିଲିଜ୍ ଅପେକ୍ଷାରେ ଅଛି । କିନ୍ତୁ ତାଙ୍କ ସର୍ଜରୀ ଖବର ତାଙ୍କ ପ୍ରଶଂସକ ଓ ଫିଲ୍ମ ନିର୍ମାତାମାନଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ।
<strong>ନୂଆ</strong> <strong>ଦିଲ୍ଲୀ</strong><strong>:</strong> ବଲିଉଡ ମେଗାଷ୍ଟାର୍ ଅମିତାଭ ବଚ୍ଚନ (Amitabh Bachchan) ନିଜ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ପ୍ରକାଶ କରିଛନ୍ତି । ସେ ଜଣେଇଛନ୍ତି ଯେ ତାଙ୍କର ଅସ୍ତ୍ରୋପଚାରର (Amitabh Bachchan surgery) ଆବଶ୍ୟକତା ରହିଛି । ସେ ତାଙ୍କ ଟମ୍ବଲ୍ ବ୍ଲଗ୍ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କୁ ଏହି ଖବର ଦେଇଥିଲେ। ୭୮ ବର୍ଷୀୟ ଅମିତାଭ୍ ବଚ୍ଚନ ଶନିବାର ବିଳମ୍ବିତ ରାତିରେ ଏହି ସୂଚନା ଦେଇ ଲେଖିଛନ୍ତି, “ଚିକିତ୍ସା ଅବସ୍ଥା... ଅସ୍ତ୍ରୋପଚାର... ଲେଖି ପାରିବ ନାହିଁ।”
ଏହି ଖବର ବିଗ୍ ବିଙ୍କ ପ୍ରଶଂସକମାନଙ୍କୁ ଚିନ୍ତାରେ ପକାଇଛି । ସୋସିଆଲ ମିଡି଼ଆରେ ଅନେକ ଲୋକ ଏହି ଖବର ଜାଣି ଚିନ୍ତା ବ୍ୟକ୍ତ କରିଛନ୍ତି ଓ ଅମିତାଭଙ୍କ ସର୍ଜରୀର କାରଣ କେଉଁ ରୋଗ ହୋଇପାରେ ତାହା ବିଷୟରେ କଳ୍ପନା ଜଳ୍ପନା ଆରମ୍ଭ କରିଛନ୍ତି ।
ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନ (Amitabh Bachchan) ଅନେକ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି । ତାଙ୍କର ପ୍ରଶଂସକମାନେ ଫିଲ୍ମ ପରଦାରେ ତାଙ୍କୁ ପୁଣି ଥରେ ଦେଖିବାକୁ ଇଚ୍ଛା କରୁଛନ୍ତି । କିନ୍ତୁ ଅମିତାଭ ନିଜ ବଢ଼ୁଥିବା ବୟସ ଯୋଗୁଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେଥି ପାଇଁ ଚଳଚ୍ଚିତ୍ର ନିର୍ମାତାମାନେ ଓ ଅମିତାଭଙ୍କ ପ୍ରଶଂସକମାନେ ଖୁବ୍ ଦୁଃଖୀ ହୋଇପଡିଛନ୍ତି ।
ଯେବେ ଠାରୁ ଅମିତାଭ ନିଜ ଅସ୍ତ୍ରୋପଚାର ବିଷୟରେ କହିଲେଣି ସେହି ଦିନଠାରୁ ପ୍ରଶଂସକମାନଙ୍କ ସହ ଚଳଚ୍ଚିତ୍ର ନିର୍ମାତାମାନେ ବି ଚିନ୍ତାରେ ଅଛନ୍ତି (Amitabh Bachchan Health) । ସେମାନେ ସମସ୍ତେ ଆଶା କରୁଛନ୍ତି ଯେ ସେ ଶୀଘ୍ର ସୁସ୍ଥ ହୋଇ ସେଟକୁ ଫେରନ୍ତୁ ଓ ନିଜ ସବୁ ଫିଲ୍ମର ସୁଟିଂ ଶେଷ କରନ୍ତୁ । (ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ / ଅମିତାଭବଚ୍ଚନ୍)
ଅମିତାଭଙ୍କ ପ୍ରଶଂସକମାନେ ତାଙ୍କ ଫିଲ୍ମ ‘ଝୁଣ୍ଡ୍’ (Jhund) ରିଲିଜ୍ ହେବାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଆଇନଗତ ବିବାଦରେ ପଡ଼ିଥିଲା, ଯେଉଁଥି ପାଇଁ ଏହାର ରିଲିଜ୍ ବିଳମ୍ବ ହେଉଛି । ଏହାର ନିର୍ଦ୍ଦେଶନା ଦେଇଛନ୍ତି ନାଗରାଜ ମଞ୍ଜୁଲେ । ବର୍ତ୍ତମାନ ଏହି ଫିଲ୍ମ ଜୁନ୍ ୧୮ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । (ଫଟୋ: ଟ୍ୱିଟର @ଟି-ସିରିଜ୍)
ରୁମି ଜାଫ୍ରିଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ‘ଚେହେରେ’ରେ ଅମିତାଭଙ୍କ ଏକ ଆକର୍ଷଣୀୟ ଭୂମିକାରେ ଦେଖିବାକୁ ମିଳିବ । ଏହି ଫିଲ୍ମ ୩୦ ଏପ୍ରିଲରେ ମୁକ୍ତିଲାଭ କରିବାକୁ ଯାଉଛି । (ଫଟୋ: ଅମିତାଭ ବଚ୍ଚନ / ଟ୍ୱିଟର)
ଅମିତାଭ ମେଗା ବଜେଟ୍ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ବି ଏକ ଅଂଶ । ଏହାର ରିଲିଜ୍ ତାରିଖ ଏ ପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ । ଅମିତାଭଙ୍କ ବ୍ୟତୀତ ରଣବୀର କପୁର ଓ ଆଲିଆ ଭଟ୍ଟ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି । ଏହି ଫିଲ୍ମର ସୁଟିଂରେ ବିଳମ୍ବ ହୋଇଛି । ମହାନାୟକଙ୍କ ସ୍ୱାସ୍ଥ୍ୟ ବି ଏହାର ଏକ ବଡ଼ କାରଣ ।
ଅମିତାଭ ବଚ୍ଚନ ଅଜୟ ଦେବଗନଙ୍କ ସହ ଫିଲ୍ମ ‘ମେ-ଡେ’ରେ ବି ନଜର ଆସୁଛନ୍ତି । ଏହି ଫିଲ୍ମରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି ବୋଲି କୁହାଯାଉଛି । ଅଜୟ ଏହି ଫିଲ୍ମରେ କେବଳ ଅଭିନେତା ନୁହଁନ୍ତି, ସେ ଏହାର ନିର୍ଦ୍ଦେଶକ ବି ଅଟନ୍ତି । (ଫଟୋ ସୌଜନ୍ୟ: ୟୁଟ୍ୟୁବ୍ / ବଲିଗ୍ରାଡ୍ ଷ୍ଟୁଡିଓଜ୍)
ନିକଟରେ ଅମିତାଭ ତାଙ୍କର ଏକ ଟ୍ୱିଟ୍ ଦ୍ୱାରା ସୂଚନା ଦେଇଛନ୍ତି ଯେ ସେ ଆହୁରି ଅନେକ ଫିଲ୍ମର ଅଂଶ ହୋଇପାରନ୍ତି । ସେ ଏହି ଟ୍ୱିଟରେ ଲେଖିଛନ୍ତି, ‘‘ଚେହେରା, ଝୁଣ୍ଡ୍, ବ୍ରହ୍ମାସ୍ତ୍ର, କିଛି ଆସନ୍ତା ମୁହୂର୍ତ୍ତ…, ଶୀଘ୍ର ଆରମ୍ଭ ହେବ ଆଉ କିଛି, ନଡ଼ିଆ ଫଟାଯିବ!’’ (ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ / ଅମିତାଭବଚ୍ଚନ୍)




