ଆଲିୟା କଶ୍ୟପ ନିଜ ଅତି ବୋଲ୍ଡ ଫଟୋ ଯୋଗୁଁ ସୋସିଆଲ ମିଡି଼ଆରେ ହଙ୍ଗାମା ସୃଷ୍ଟି କଲେ
ଆଲିଆ କଶ୍ୟପଙ୍କ (Aaliyah Kashyap) ଏମିତି ବୋଲ୍ଡ ଫଟୋ ଯୋଗୁଁ ସୋସିଆଲ୍ ମିଡ଼ିଆର କିଛି ଉପଭୋକ୍ତା ତାଙ୍କୁ ବହୁତ ଟ୍ରୋଲ୍ ବି କରୁଛନ୍ତି । ସେ ନିଜ ଶରୀରର ଏତେ ଅଂଶ ସୋସିଆଲ୍ ମିଡିଆରେ ନ ଦେଖାନ୍ତୁ ବୋଲି ସେମାନେ ତାଙ୍କୁ ପରାମର୍ଶ ଦେଇଛନ୍ତି ।
ଫିଲ୍ମ ନିର୍ମାତା ଅନୁରାଗ କାଶ୍ୟପଙ୍କ (Anurag Kashyap) ଝିଅ ଆଲିଆ କାଶ୍ୟପ (Aaliyah Kashyap) ସୋସିଆଲ ମିଡି଼ଆରେ ନିଜର କେତେକ ଗ୍ଲାମରସ୍ ଓ ବୋଲ୍ଡ ଫଟୋ ଶେୟାର କରିଛନ୍ତି ।
ଆଲିଆଙ୍କ ଏମିତି ବୋଲ୍ଡ ଫଟୋ ଯୋଗୁଁ ସୋସିଆଲ୍ ମିଡ଼ିଆର କିଛି ଉପଭୋକ୍ତା ତାଙ୍କୁ ବହୁତ ଟ୍ରୋଲ୍ ବି କରୁଛନ୍ତି । ସୋସିଆଲ୍ ମିଡିଆରେ ସେ ନିଜ ଶରୀରର ଏତେ ଅଂଶ ନ ଦେଖାଇବାକୁ ସେମାନେ ପରାମର୍ଶ ଦେଇଛନ୍ତି ।
ଗତ କିଛି ଦିନ ହେବ ସୋସିଆଲ ମିଡି଼ଆରେ ଷ୍ଟାରମାନଙ୍କର ପିଲାମାନେ ବହୁତ ସକ୍ରିୟ ହୋଇଉଠିଛନ୍ତି । ନବ୍ୟା ନନ୍ଦା, ଖୁସି କପୁର ଓ ଶନାୟା କପୁର ନିଜ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ସାର୍ବଜନୀନ କରିଛନ୍ତି ।
<br />ଏହି ସବୁ ଷ୍ଟାର୍ ପିଲାମାନେ ନିଜ ଆକାଉଣ୍ଟ୍ ସାର୍ବଜନୀନ କରିବା ମାତ୍ରେ ନିଜ ହଟ୍ ଓ ଗ୍ଲାମରସ୍ ଫଟୋ ଶେୟାର କରୁଛନ୍ତି ।
କୌତୁହଳର ବିଷୟ ହେଉଛି ଯେ ସେମାନେ ବଲିଉଡରେ ଏ ପର୍ଯ୍ୟନ୍ତ ଡେବ୍ୟୁ କରିନାହାଁନ୍ତି । ତଥାପି ତାଙ୍କର ବହୁତ ପ୍ରଶଂସକ ଅଛନ୍ତି ।
ଆଲିଆ ନିଜ ଅନ୍ୟ ସାଙ୍ଗମାନଙ୍କ ସହିତ ବହୁତ ମଜା କରୁଥିବାର ଦେଖାଯାଏ । ସେ ଅନ୍ୟମାନଙ୍କର ଖୁବ୍ ମଜାକ୍ ବି ଉଡ଼ାନ୍ତି ।
ଆଲିଆ ବଲିଉଡକୁ ଆସିବାକୁ ଚାହୁଁଛନ୍ତି କି ନା ଏହି ନିଷ୍ପତ୍ତି ତାଙ୍କର ହେବ । ତାଙ୍କ ପିତା ଅନୁରାଗ କାଶ୍ୟପ ଏହି ନିଷ୍ପତ୍ତି ଝିଅ ଉପରେ ଛାଡି଼ଛନ୍ତି ।
ଅନୁରାଗ (ଫଟୋରେ) କହିଛନ୍ତି , ‘‘ଏମିତି ହୋଇପାରିବ ନାହିଁ ଯେ ଦିନେ ସେ ହଠାତ୍ ମୋ ପାଖକୁ ଆସି କହିବ ଯେ ସେ ଅଭିନୟ କରିବାକୁ ଚାହୁଁଛି । ’’




