ପିତାମାତା ହେବା ପରେ ବିରାଟ ଓ ଅନୁଷ୍କା ପ୍ରଥମ ଥର ପାଇଁ ବାହାରକୁ ଆସିଲେ; ଭାଇରାଲ୍ ହେଉଛି ଫଟୋ
ଅନୁଷ୍କା ଶର୍ମା (Anushka Sharma) ନିଜ ସ୍ୱାମୀ ବିରାଟ କୋହଲିଙ୍କ (Virat Kohli) ସହ ଚେକ୍-ଅପ୍ ପାଇଁ ମୁମ୍ବାଇର ଏକ କ୍ଲିନିକରେ ପହଞ୍ଚିଥିଲେ । ଏକ କନ୍ୟା ସନ୍ତାନକୁ ଜନ୍ମ ଦେବାର ପ୍ରାୟ ୧୦ ଦିନ ପରେ ଅନୁଷ୍କା ଶର୍ମା ପୂର୍ବ ପରି ଫିଟ୍ ଦିଶୁଛନ୍ତି ।
ପିତାମାତା ହେବା ପରେ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା (Anushka Sharma) ଓ ତାଙ୍କ କ୍ରିକେଟର୍ ପତି ବିରାଟ କୋହଲି (Virat Kohli) ପ୍ରଥମ ଥର ପାଇଁ ବାହାରକୁ ଆସିଛନ୍ତି । ଗୁରୁବାର (ଜାନୁଆରୀ ୨୧) ଏହି ଦମ୍ପତିଙ୍କୁ ମୁମ୍ବାଇର ବାନ୍ଦ୍ରାସ୍ଥିତ ଏକ କ୍ଲିନିକରେ ଦେଖିବାକୁ ମିଳିଥିଲା । (ଫୋଟା ସୌଜନ୍ୟ- ବିରଲ୍ ଭୟାନୀ)
ଅନୁଷ୍କା ଶର୍ମା (Anushka Sharma) ନିଜ ସ୍ୱାମୀ ବିରାଟ କୋହଲିଙ୍କ (Virat Kohli) ସହ ଚେକ୍-ଅପ୍ ପାଇଁ କ୍ଲିନିକରେ ପହଞ୍ଚିଥିଲେ । ଫଟୋଗ୍ରାଫରମାନେ ତାଙ୍କୁ ସେହି କ୍ଲିନିକ୍ ନିକଟରେ ଦେଖିଥିଲେ । (ଫୋଟା ସୌଜନ୍ୟ- ବିରଲ୍ ଭୟାନୀ)
ଅନୁଷ୍କା ଏକ ନୀଳ ଡେନିମ୍ ସାର୍ଟ ଓ ମେଳ ଖାଉଥିବା ଡେନିମ୍ ଜିନ୍ସ ପିନ୍ଧିଥିଲେ । ବିରାଟ ଏକ କଳା ସାର୍ଟ ଓ କଳା ପ୍ୟାଣ୍ଟରେ ଦେଖାଦେଇଥିଲେ । କରୋନାରୁ ସୁରକ୍ଷିତ ରହିବା ପାଇଁ ଦୁହେଁ ମାସ୍କ ପିନ୍ଧିଥିଲେ । (ଫୋଟା ସୌଜନ୍ୟ- ବିରଲ୍ ଭୟାନୀ)
ଝିଅ ଜନ୍ମ ହେବାର ପ୍ରାୟ ୧୦ ଦିନ ପରେ ଅନୁଷ୍କା ଶର୍ମା ପୂର୍ବ ପରି ଫିଟ୍ ଦେଖାଯାଉଛନ୍ତି । ସେ ଗର୍ଭାବସ୍ଥାରେ ବି ଅଧିକ ଓଜନ ହାସଲ କରି ନ ଥିଲେ । (ଫୋଟା ସୌଜନ୍ୟ- ବିରଲ୍ ଭୟାନୀ)
ଅନୁଷ୍କା ଓ ବିରାଟ ଫଟୋଗ୍ରାଫରମାନଙ୍କୁ ଧନ୍ୟବାଦ ଦେଇଥିଲେ । ନିକଟରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେବା ପରେ ଦୁହେଁ ଫଟୋଗ୍ରାଫରମାନଙ୍କୁ ଅନୁରୋଧ କରିଥିଲେ ଯେ ସେମାନଙ୍କ ଝିଅର ଫଟୋ କ୍ଲିକ୍ ନ କରନ୍ତୁ । (ଫୋଟା ସୌଜନ୍ୟ- ବିରଲ୍ ଭୟାନୀ)
ବିରାଟ କୋହଲି ଫଟୋଗ୍ରାଫରମାନଙ୍କୁ ପ୍ରତିଶୃତି ଦେଇଛନ୍ତି ଯେ ସମୟ ସମୟରେ ସେ ସେମାନଙ୍କୁ ନିଜ ଝିଅର ଫଟୋ ଉଠାଇବାର ସୁଯୋଗ ଦେବେ । ତେବେ ବେବି ବିରୁଷ୍କାର (Virushka) ଗୋଟିଏ ଝଲକ ପାଇବା ପାଇଁ ପ୍ରଶଂସକମାନଙ୍କୁ ବର୍ତ୍ତମାନ ଅପେକ୍ଷା କରିବାକୁ ପଡ଼ିବ । (ଫୋଟା ସୌଜନ୍ୟ- ବିରଲ୍ ଭୟାନୀ)
ଜାନୁଆରୀ ୧୧ରେ ପିତା ହେବାର ସୁସମାଚାର ପ୍ରଦାନ କରି ବିରାଟ କୋହଲି ଲେଖିଥିଲେ, ‘‘ଆଜି ଅପରାହ୍ଣରେ ଏଠାରେ ଆମର ଗୋଟିଏ ଝିଅ ଜନ୍ମ ହୋଇଛି ବୋଲି କହି ଆମେ ଦୁହିଁଙ୍କୁ ବହୁତ ଖୁସି । ଆପଣମାନଙ୍କ ପ୍ରେମ ଓ ଶୁଭେଚ୍ଛା ପାଇଁ ଆମେ ଗଭୀରଭାବେ କୃତଜ୍ଞ । ଅନୁଷ୍କା ଓ ଝିଅ ଉଭୟ ଭଲ ଅଛନ୍ତି ।’’ (ଫୋଟା ସୌଜନ୍ୟ - ବିରାଟ କୋହଲି / ଇନଷ୍ଟାଗ୍ରାମ)
ଝିଅର ଜନ୍ମ ପରେ ବିରାଟ କୋହଲି ନିଜ ଟ୍ୱିଟର ବାୟୋ ପରିବର୍ତ୍ତନ କରିଛନ୍ତି । ତାଙ୍କର ଏହି ନୂଆ ପରିଚୟ ତାଙ୍କ ପ୍ରଶଂସକମାନଙ୍କ ହୃଦୟ ଜିତୁଛି । ବିରାଟ କୋହଲି ନିଜ ଟ୍ୱିଟର୍ ବାୟୋରେ ଲେଖିଛନ୍ତି: ‘‘ଜଣେ ଗର୍ବିତ ସ୍ୱାମୀ ଓ ପିତା।’’ ଏହା ସହିତ ବିରାଟ ଏକ ହୃଦୟର ଇମୋଜି ବି ବନେଇଛନ୍ତି । ତାଙ୍କର ଏହି ନୂଆ ବାୟୋକୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି ଓ ତାଙ୍କର ପ୍ରଶଂସା ବି କରୁଛନ୍ତି ।
ଅଷ୍ଟ୍ରେଲିଆ ଗସ୍ତରେ ଯାଇ ସେଠାରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିବା ପରେ ବିରାଟ କୋହଲି ଭାରତ ଫେରି ଆସିଥିଲେ । ଅନୁଷ୍କାଙ୍କ ଯତ୍ନ ନେବା ପାଇଁ ବିରାଟ କୋହଲି ପୈତୃକ ଛୁଟି (paternity leave) ନେଇଥିଲେ ।
ଅନୁଷ୍କା ଗର୍ଭବତୀ ଥିବା କଥା ଘୋଷଣା କରିବା ପର ଠାରୁ ନିଜ ଜୀବନର ଏହି ନୂଆ ଯାତ୍ରା ବିଷୟରେ ନିଜର ଭାବନା ଶେୟାର୍ କରିଚାଲିଥିଲେ । ସେ ନିଜ ବେବି ବମ୍ପକୁ ଦେଖାଇ ଏକ ଫଟୋ ଶେୟାର କରିଥିଲେ ଓ ଲେଖିଥିଲେ, “ନିଜ ଭିତରେ ଜୀବନର ସୃଷ୍ଟିକୁ ଅନୁଭବ କରିବା ଠାରୁ ଅଧିକ ବାସ୍ତବ ଓ ନମ୍ର ଅନୁଭବ ଆଉ କିଛି ନାହିଁ । ଯେତେବେଳେ ଏହା ଆପଣଙ୍କ ନିୟନ୍ତ୍ରଣରେ ନାହିଁ, ତେବେ ପ୍ରକୃତରେ କ’ଣ ଅଛି?’’
ଗର୍ବବତୀ ଅବସ୍ଥାରେ ‘ଭୋଗ୍’ ପତ୍ରିକାକୁ ଦେଇଥିବା ଏକ ସାକ୍ଷାତକାରରେ ଅନୁଷ୍କା କହିଥିଲେ ଯେ ସେ ନିଜ ଗର୍ଭ ଅବସ୍ଥାର ପ୍ରଥମ ତ୍ରୈମାସିକରେ କେବଳ ଟୋଷ୍ଟ ଓ କ୍ରାକର ଖାଉଥିଲେ । ‘‘ମୁଁ ପ୍ରଥମ ତିନି ମାସ ପାଇଁ କେବଳ ଟୋଷ୍ଟ ଓ କ୍ରାକର ଖାଉଥିଲି। ତେଣୁ ଯେତେବେଳେ ତିନି ମାସ ପୂରିଲା ମୁଁ ବଡ଼ା ପାଓ ଓ ଭେଲପୁରୀ ଖାଇବାକୁ ଚାହୁଁଥିଲି, କିନ୍ତୁ ତାହା ବି ବେଶୀ ଦିନ ରହିଲା ନାହିଁ । ତେଣୁ ଖାଦ୍ୟ ପାଇଁ ସେମିତି କିଛି ବିଶେଷ ଇଚ୍ଛା ନାହିଁ,’’ ସେ କହିଥିଲେ ।




