VIRAL PHOTOS: ଭୂମି ପେଡନେକରଙ୍କ ଏହି ଫଟୋ ସବୁ ସୋସିଆଲ ମିଡି଼ଆରେ ହଙ୍ଗାମା କଲା!
'ଦମ୍ ଲଗା କେ ହୈଶା' ଫିଲ୍ମରୁ ନିଜ ଅଭିନୟ କରିୟର୍ ଆରମ୍ଭ କରି ସୁନାମ ପାଇଚାଲିଥିବା ଭୂମି ପେଡନେକର୍ (Bhumi Pednekar) ନିଜକୁ ଏକ ଗ୍ଲାମରସ୍ ଅବତାରରେ ଗଢ଼ିବାକୁ ବି ଚେଷ୍ଟା ଜାରି ରଖିଛନ୍ତି । ତାଙ୍କ ଗ୍ଲାମରସ୍ ଶୈଳୀର ଫଟୋ ସବୁ ଦେଖି ତାଙ୍କ ଫ୍ୟାନମାନଙ୍କ ହୋଶ୍ ଉଡ଼ିଯାଇଛି!
ବଲିଉଡ ଅଭିନେତ୍ରୀ ଭୂମି ପେଡନେକର (Bhumi Pednekar) ଫିଲ୍ମ 'ଦମ୍ ଲଗା କେ ହୈଶା'ର (Dum Laga Ke Haisha) ସନ୍ଧ୍ୟା ଭାବରେ ପ୍ରସିଦ୍ଧ । ଏହି ଭୂମିକାରେ ନିଜ ବଳିଷ୍ଠ ଅଭିନୟ ଯୋଗୁଁ ଭୂମି ଶ୍ରେଷ୍ଠ ମହିଳା ଡେବ୍ୟୁ ପାଇଁ ଫିଲ୍ମ ଫେୟାର୍ ପୁରସ୍କାର ଜିତିଥିଲେ । ଭୂମି ସନ୍ଧ୍ୟା ଭୂମିକାରେ ଅଭିନୟ କରି ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିଥିଲେ । ଅଭିନୟ ସହ ଭୂମି ପେଡନେକର ନିଜକୁ ଏକ ଗ୍ଲାମରସ୍ ଅବତାରରେ ଗଢ଼ିବାକୁ ବି ଚେଷ୍ଟା ଜାରି ରଖିଛନ୍ତି । ଆଜିକାଲି ସୋସିଆଲ୍ ମିଡି଼ଆରେ ଭୂମିଙ୍କ କିଛି ଗରମାଗରମ୍ ଫଟୋ ଭାଇରାଲ ହେବାରେ ଲାଗିଛି।
ଭୂମି ନିଜେ ଏହି ଫଟୋଗୁଡ଼ିକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର୍ କରିଛନ୍ତି । ଫଟୋଗୁଡ଼ିକ ଇଣ୍ଟରନେଟରେ ବ୍ୟାପିଯାଇଛି । ଏହି ଫଟୋଗୁଡ଼ିକରେ ଭୂମିଙ୍କ ଗ୍ଲାମରସ୍ ଶୈଳୀ ଦେଖି ତାଙ୍କ ପ୍ରଶଂସକମାନଙ୍କ ହୋଶ୍ ଉଡ଼ିଯାଉଛି!
ଭୂମି ପେଡନେକରଙ୍କ ଏହି ଫଟୋଗୁଡ଼ିକୁ ଦେଖି ସ୍ପଷ୍ଟ ହେଉଛି ଯେ ସେ ନିଜକୁ ଗ୍ଲାମରସ୍ କରିବା ପାଇଁ ସବୁ ପ୍ରୟାସ କରିଛନ୍ତି ।
ଭୂମି ପେଡନେକର ଥରେ ଗଣମାଧ୍ୟମକୁ କହିଥିଲେ ଯେ ସେ ସର୍ବଦା ଏମିତି ଫିଲ୍ମରେ କାମ କରିବାକୁ ଚାହାଁନ୍ତି ଯେଉଁଥିରେ ସେ ଏକ ନୂଆ ଓ ଗ୍ଲାମରସ୍ ଅବତାର ସହିତ ପରୀକ୍ଷା କରିପାରିବେ । ଫ୍ୟାଶନ ପାଇଁ ଭୂମିଙ୍କ କ୍ରେଜ୍ ବି ପ୍ରାୟତଃ ଦେଖାଯାଏ ।
ଭୂମି ପେଡନେକର ବୋଲ୍ଡ ଫଟୋସୁଟ୍ କରିବାରେ ବି ପଛରେ ନାହାଁନ୍ତି । ବାଥ୍ ଟବରେ ଥିବା ଭୂମିଙ୍କ Hଟୋ ଦେଖି ତାଙ୍କ ପ୍ରଶଂସକମାନେ ଚକିତ ହୋଇଥିଲେ । 'ଦମ୍ ଲଗା କେ ହଇଶା', 'ଟଏଲେଟ୍ ଏକ ପ୍ରେମ୍ କଥା', 'ଶୁଭ୍ ମଙ୍ଗଲ୍ ସାବଧାନ୍' ଓ 'ସାଣ୍ଡ୍ କୀ ଆଙ୍ଖ୍' ଭଳି ଫିଲ୍ମରେ ଅଭିନୟ କରିଥିବା ଭୂମିଙ୍କ ଫ୍ୟାନମାନେ ସେହି ଫଟୋକୁ ଖୁବ୍ ପସନ୍ଦ କରିଥିଲେ ।
ଭୂମି ଏହି ଫଟୋରେ ଚମତ୍କାର ଦେଖାଯାଉଛନ୍ତି । ଭୂଇଁରେ ଶୋଇଥିବା ଅବସ୍ଥାରେ ନିଆଯାଇଥିବା ଏହି ଫଟୋ ସୋସିଆଲ ମିଡିଆରେ ଧମାଲ୍ ମଚାଇଛି ।
ଏକ ଧଳା ରଙ୍ଗର ଲଗ୍ ସାର୍ଟ ପିନ୍ଧି ଭୂମି ନିଜ ସୌନ୍ଦର୍ଯ୍ୟକୁ ଆହୁରି ଚମତ୍କାର କରିଛନ୍ତି । ସେ ହାଲୁକା ମେକ୍-ଅପ୍, ଖୋଲା କେଶ ଓ ହାତରେ ଘଣ୍ଟା ପିନ୍ଧି ଭାରି ସୁନ୍ଦରୀ ଦିଶୁଛନ୍ତି ।




