ଅନନ୍ୟା ପାଣ୍ଡେଙ୍କ ଗ୍ଲାମରସ୍ ଓ ଚୁଲ୍ବୁଲି ଷ୍ଟାଇଲ୍ ତାଙ୍କ ଫ୍ୟାନ୍ମାନଙ୍କ ମନ ମୋହିଲା – PHOTOS
ବଲିଉଡ୍ ଅଭିନେତ୍ରୀ ଅନନ୍ୟା ପାଣ୍ଡେ (Ananya Panday) ଶେୟାର୍ କରିଥିବା ଫଟୋଗୁଡ଼ିକ ମଧ୍ୟରେ ଅଛି ସେ ବର୍ଗର୍ ଖାଉଥିବା ବେଳର ଏକ ମସ୍ତିଭରା ପୋଜ୍ । ତାଙ୍କ ପ୍ରଶଂସକମାନେ ଫଟୋଗୁଡ଼ିକୁ ଖୁବ୍ ଶେୟାର୍ କରୁଛନ୍ତି ।
ବଲିଉଡର ଜେନ୍ ନେକ୍ସ୍ଟ ଅନନ୍ୟା ପାଣ୍ଡେ (Ananya Pandey) ନିଜ ଗ୍ଲାମରସ୍ ଓ ଚୁଲବୁଲି ଷ୍ଟାଇଲ୍ ପାଇଁ ସବୁ ବେଳେ ଚର୍ଚ୍ଚାରେ ଥାଆନ୍ତି ।
ବଲିଉଡ୍ ଅଭିନେତ୍ରୀ ଅନନ୍ୟା ପାଣ୍ଡେ (Ananya Pandey) ସୋସିଆଲ ମିଡ଼ିଆରେ ବହୁତ ସକ୍ରିୟ ରହନ୍ତି । ସେ ପ୍ରାୟତଃ ସୋସିଆଲ ମିଡ଼ିଆରେ ନିଜର ଫଟୋ ଶେୟାର କରୁଥା’ନ୍ତି ।
ଅନନ୍ୟା ଏ ଥର ନୂଆ ବର୍ଷର ଛୁଟି ମାଳଦ୍ୱୀପରେ (Maldives) ପାଳନ କରିଥିଲେ । ସେ ଇନଷ୍ଟାଗ୍ରାମରେ ମାଳଦ୍ୱୀପରୁ ଅନେକ ଫଟୋ ଓ ଭିଡିଓ ଶେୟାର କରିଥିଲେ ।
୨୦୨୧ର ପ୍ରଥମ ଦିନରେ ସେ ଇନଷ୍ଟାଗ୍ରାମରେ ନିଜର ଦୁଇଟି ହଟ୍ ଫଟୋ ପୋଷ୍ଟ କରିଥିଲେ । ଏହି ଫଟୋଗୁଡ଼ିକରେ ଅନନ୍ୟା ଏକ ବିକିନିରେ ନଜର ଆସିଥିଲେ ।
ଏହି ଫଟୋଗୁଡ଼ିକ ସହିତ ଅନନ୍ୟା ଏକ କ୍ୟାପସନରେ ଲେଖିଛନ୍ତି, ‘‘ଉଜ୍ଜ୍ୱଳ ଦିଗକୁ ମୁଁ ଅନେଇ ରହିଛି । ନମସ୍କାର ୨୦୨୧!’’
୨୦୨୦ର ଶେଷ ଦିନରେ ବି ଅନନ୍ୟା ସୋସିଆଲ ମିଡ଼ିଆରେ ନିଜ ଫଟୋ ପୋଷ୍ଟ କରିଥିଲେ । ଏହି ଫଟୋଗୁଡ଼ିକ ସହିତ ସେ ଏକ ପୋଷ୍ଟ ବି ଲେଖିଥିଲେ ।
ଅନନ୍ୟା ଲେଖିଥିଲେ: ‘‘୨୦୨୦, ଶିକ୍ଷା ଓ ପ୍ରେମ ପାଇଁ ଧନ୍ୟବାଦ! ମୁଁ କୃତଜ୍ଞତା, ପ୍ରେମ, ସକରାତ୍ମକତା ଓ ଶାନ୍ତିରେ ପରିପୂର୍ଣ୍ଣ । ସମସ୍ତଙ୍କୁ ଉତ୍ତମ ସ୍ୱାସ୍ଥ୍ୟ, ସୁଖ ଓ ଉତ୍ତମ ଜୀବନ କାମନା କରୁଛି । ୨୦୨୧କୁ ଆସିବାକୁ ଦିଏ ।’’
ଏକ ଭିଡିଓ ପୋଷ୍ଟ କରି ସେ ଲେଖିଥିଲେ, ‘‘ଆମେ ଡଲଫିନ୍ ଦେଖିଲୁ । ୨୦୨୦ର ଶେଷ ଓ ସବୁ ଠାରୁ ସୁନ୍ଦର ସୂର୍ଯ୍ୟୋଦୟ ।’’
ଏକ ଫଟୋ ପୋଷ୍ଟ କରି ସେ ଲେଖିଥିଲେ, ‘‘ଆଲେକ୍ସା! ‘ମୈଁ ନେ ପ୍ୟାର୍ କ୍ୟୁଁ କିୟା’ ଫିଲ୍ମରୁ ‘ୟେ ଲଡ଼କୀ’ ଗୀତଟି ବଜାଅ ।’’




