‘ରଙ୍ଗୀଲା ଗର୍ଲ୍’ ଉର୍ମିଳା ମାତୋଣ୍ଡକର୍ ୪୭ ବର୍ଷର ହେଲେ; ଏବେ ବି ତାଙ୍କ ଯାଦୁ ସେମିତି ଅଛି
ବଲିଉଡର 'ରଙ୍ଗିଲା ଗର୍ଲ' ଭାବେ ପ୍ରସିଦ୍ଧ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର୍ (Urmila Matondkar) ଆଜିକାଲି ଫିଲ୍ମ ଠାରୁ ଦୂରରେ ରହି ରାଜନୀତିରେ ସକ୍ରିୟ ଅଛନ୍ତି । ୧୯୮୦ ଓ ୧୯୯୦ ଦଶକରେ ସେ ଜଣେ ସୁପର୍-ହିଟ୍ ଓ ହଟ୍ ଅଭିନେତ୍ରୀ ଭାବରେ ଗଣାଯାଉଥିଲେ ।
ବଲିଉଡର (Bollywood) ପ୍ରସିଦ୍ଧ ଅଭିନେତ୍ରୀ 'ରଙ୍ଗିଲା ଗର୍ଲ' (Rangeela Girl) ଉର୍ମିଳା ମାତୋଣ୍ଡକର୍ (Urmila Matondkar) ଆଜିକାଲି ଫିଲ୍ମ ଠାରୁ ଦୂରରେ ରହି ରାଜନୀତିରେ ସକ୍ରିୟ ଅଛନ୍ତି । ସେ ଏବେ ୪୭ ବର୍ଷ ବୟସରେ ପହଞ୍ଚିଛନ୍ତି । ଫେବୃଆରୀ ୪ ତାରିଖ ଦିନ ଉର୍ମିଳା ନିଜ ୪୭ତମ ଜନ୍ମ ଦିନ ପାଳନ କରିଛନ୍ତି ।
ଉର୍ମିଳା ମାତୋଣ୍ଡକର୍ ୧୯୮୦ ଓ ୧୯୯୦ ଦଶକରେ ଜଣେ ସୁପର୍-ହିଟ୍, ସୁପର୍-ଟାଲେଣ୍ଟେଡ୍ ଓ ହଟ୍ ଅଭିନେତ୍ରୀ ଭାବରେ ଗଣାଯାଉଥିଲେ । ଜାଣନ୍ତୁ ତାଙ୍କ ବିଷୟରେ କିଛି ରୋଚକ ତଥ୍ୟ ।
ମାତ୍ର ତିନି ବର୍ଷ ବୟସରେ ୧୯୭୭ରେ ଉର୍ମିଳା ଫିଲ୍ମ ‘କର୍ମ’ରେ ଜଣେ ଶିଶୁ କଳାକାର ଭାବରେ ସିନେମା ଦୁନିଆରେ ପ୍ରବେଶ କରିଥିଲେ ।
୧୯୮୩ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ମାସୁମ୍’ରୁ ସେ ଏକ ନୂଆ ପରିଚୟ ପାଇଥିଲେ । ସେତେବେଳକୁ ତାଙ୍କୁ ନଅ ବର୍ଷ ବୟସ । ସେହି ଫିଲ୍ମରେ ତାଙ୍କ ଉପରେ ସୁଟିଂ ହୋଇଥିବା ଗୀତ 'ଲକଡ଼ୀ କୀ କାଠି, କାଠି ପେ ଘୋଡ଼ା' ଆଜି ବି ଶୁଣିବାକୁ ମିଳୁଛି ।
କିନ୍ତୁ ଉର୍ମିଳା ୧୯୯୫ରେ ରାମ ଗୋପାଳ ବର୍ମାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ରଙ୍ଗୀଲା’ରୁ ଖୁବ୍ ପ୍ରସିଦ୍ଧ ହୋଇଥିଲେ ଓ ବଲିଉଡରେ 'ରଙ୍ଗୀଲା ଗର୍ଲ' ଭାବରେ ଜଣାଶୁଣା ହୋଇଥିଲେ । ଆଜି ଯାଏଁ ଲୋକେ ତାଙ୍କୁ ସେହି ନାମରେ ମନେ ରଖିଛନ୍ତି ।
୧୯୯୮ର ହିନ୍ଦୀ ଫିଲ୍ମ 'ଚାଇନା ଗେଟ୍'ର କାହାଣୀ ଶକ୍ତିଶାଳୀ ନ ଥିଲା, କିନ୍ତୁ ଦର୍ଶକ କେବଳ ଉର୍ମିଳାଙ୍କ ନୃତ୍ୟ ’ଛମ୍ମା ଛମ୍ମା’ ଦେଖିବା ପାଇଁ ସିନେମା ହଲରେ ପହଞ୍ଚୁଥିଲେ । ଉର୍ମିଲାଙ୍କ ସେହି ଗୀତ ଆଜି ପର୍ଯ୍ୟନ୍ତ ଲୋକଙ୍କ ଓଠରେ ଅଛି । ଲୋକେ ତ ସେହି ନାଚର ପ୍ରତ୍ୟେକ ଷ୍ଟେପକୁ ଆଜି ପର୍ଯ୍ୟନ୍ତ କପି କରନ୍ତି ।
ଉର୍ମିଳା ମାତୋଣ୍ଡକର୍ ୪ ଫେବୃଆରୀ ୧୯୭୪ରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ। ସେ ୪୨ ବର୍ଷ ବୟସରେ ନିଜ ଠାରୁ ନଅ ବର୍ଷ ସାନ ମଡେଲ ତଥା ବ୍ୟବସାୟୀ ମୋହସିନ୍ ମୀର୍ ଅଖତରଙ୍କୁ ବିବାହ କରିଥିଲେ । ତାଙ୍କ ସ୍ୱାମୀ ମୋହିସନ୍ ଅଖତର୍ ମୀର୍ କଶ୍ମୀରର ଜଣେ ବଡ଼ ବ୍ୟବସାୟୀ ଓ ମଡେଲ୍ । ତାଙ୍କର ଏକ ପୋଷାକ ବ୍ୟବସାୟ ଅଛି ।




