ଡ୍ରଗ୍ସ ମାମଲାରେ ଗିରଫ ହୋଇଛନ୍ତି ପ୍ରସିଦ୍ଧ ହାସ୍ୟ ଅଭିନେତ୍ରୀ ଭାରତୀ ସିଂ (Bharti Singh) । ମୁମ୍ବାଇ ନାର୍କୋଟିକ୍ସ କଂଟ୍ରୋଲ୍ ବ୍ୟୁରୋ (NCB) ତାଙ୍କୁ ଗିରଫ କରିଛି ।
ଶନିବାର ସକାଳେ ଭାରତୀଙ୍କ ମୁମ୍ବାଇ ଅନ୍ଧେରୀ ବାସଭବନରେ NCB ଅଧିକାରୀ ଚଢ଼ାଉ କରିଥିଲେ । ତାଙ୍କ ଘରୁ ଅଳ୍ପ ପରିମାଣର ଗଞ୍ଜେଇ (ganja) ମିଳିଥିଲା ।
ଭାରତୀଙ୍କ ସହ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିୟାଙ୍କୁ ମଧ୍ୟ NCB ଅଧିକାରୀମାନେ ଉଠାଇ ନେଇ ପଚରା ଉଚରା କରିଥିଲେ । ପରେ ଭାରତୀଙ୍କୁ ଗିରଫ କରାଯାଇଥିଲା ।
ଏବେ ବି ଭାରତୀଙ୍କ ସ୍ବାମୀଙ୍କ ସହ ପଚରାଉଚରା ଜାରି ରହିଛି । (ସବୁ ଫଟୋ ସୌଜନ୍ୟ: instagram/ @bharti.laughterqueen)
ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ବିବାଦୀୟ ମୃତ୍ୟୁ ପରେ ବଲିଉଡରେ ଡ୍ରଗ୍ସ କାରବାର ଏବଂ ବ୍ୟବହାରର ଛିଟା ଲାଗିଛି ।