ଦୀପିକା ପାଦୁକୋନଙ୍କୁ ଜନ୍ମ ଦିନରେ ଫଟୋଗ୍ରାଫରମାନେ ସରପ୍ରାଇଜ୍ ଦେଲେ; କେକ୍ ଖୁଆଇଲେ
ଦୀପିକା ପାଦୁକୋନ୍ (Deepika Padukone) ଯେତେବେଳେ ରେଷ୍ଟୁରାଣ୍ଟରେ ନିଜ ସାଙ୍ଗମାନଙ୍କ ସହିତ ବର୍ଥ ଡେ ପାର୍ଟି ଉପଭୋଗ କରିସାରିଲେ, ବାହାରେ ତାଙ୍କୁ ଅପେକ୍ଷା କରିଥିବା ଫଟୋଗ୍ରାଫରମାନେ ତାଙ୍କୁ ଏକ ବିଶେଷ ସରପ୍ରାଇଜ୍ ଦେଇଥିଲେ ।
ନୂଆ ବର୍ଷ ପରେ ମଙ୍ଗଳବାର ଅର୍ଥାତ ଜାନୁଆରୀ ୫ରେ ଦୀପିକା ପାଦୁକୋନ (Deepika Padukone) ନିଜ ୩୫ତମ ଜନ୍ମ ଦିନ ପାଳନ କରିଛନ୍ତି । ଅଭିନେତ୍ରୀଙ୍କ ଜନ୍ମଦିନ ପାର୍ଟିର କେତେକ ଫଟୋ ସାମ୍ନାକୁ ଆସିଛି ଯେଉଁଥିରେ ଆଲିଆ ଭଟ୍ଟ, ରଣବୀର କପୁର, କରଣ ଜୋହର ଓ ଅନନ୍ୟା ପାଣ୍ଡେ ଆଦି ଅନେକ ତାରକା ନଜର ଆସିଥିଲେ। ଫଟୋଗ୍ରାଫରମାନେ ଦୀପିକାଙ୍କ ଜନ୍ମ ଦିନରେ ବିଶେଷ ବ୍ୟବସ୍ଥା ବି କରିଥିଲେ ।
ଦୀପିକା ପାଦୁକୋନ୍ (Deepika Padukone) ଯେତେବେଳେ ରେଷ୍ଟୁରାଣ୍ଟରେ ନିଜ ସାଙ୍ଗମାନଙ୍କ ସହିତ ବର୍ଥ ଡେ ପାର୍ଟି ଉପଭୋଗ କରିସାରିଲେ, ବାହାରେ ତାଙ୍କୁ ଅପେକ୍ଷା କରିଥିବା ଫଟୋଗ୍ରାଫରମାନେ ତାଙ୍କୁ ଏକ ବିଶେଷ ସରପ୍ରାଇଜ୍ ଦେଇଥିଲେ ।
ଫଟୋଗ୍ରାଫରମାନେ ଦୀପିକାଙ୍କ ପାଇଁ ଏକ ଚକୋଲେଟ୍ କେକ୍ ମଗାଇଥିଲେ । ଦୀପିକା କେକ୍ କାଟିଲେ ଓ ଫଟୋଗ୍ରାଫରମାନଙ୍କୁ ଖୁଆଇଲେ । କେବଳ ଏତିକି ନୁହେଁ, ଫଟୋଗ୍ରାଫରମାନଙ୍କ ତରଫରୁ ଦୀପିକାଙ୍କୁ କିଛି ଉପହାର ଓ ଫୁଲ ବି ଦିଆଯାଇଥିଲା ।
ଫଟୋଗ୍ରାଫରମାନଙ୍କ ଠାରୁ ମଳିଥିବା ଏହି ସରପ୍ରାଇଜ୍ ପରେ ଦୀପିକା ବହୁତ ଖୁସି ଦେଖାଯାଉଥିଲେ । ତାଙ୍କ ପତି ରଣବୀର ସିଂ ମଧ୍ୟ ଏହି ଉତ୍ସବରେ ତାଙ୍କ ସହ ଉପସ୍ଥିତ ଥିଲେ ।