ନୂଆ ଦିଲ୍ଲୀ: ଭାରତୀୟ ଅଧିନାୟକ ବିରାଟ କୋହଲି ODI କ୍ରିକେଟରେ ଦ୍ରୁତତମ ୧୨ ହଜାର ରନ୍ ପୂରଣ କରିବାରେ ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ସେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି । ବୁଧବାର କାନବେରା ଠାରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ODI ରେ କୋହଲି ଏହି ସଫଳତା ହାସଲ କରିଛନ୍ତି । (ଫଟୋ-ବିସିସିଆଇ)
ସେ ୧୩ ତମ ଓଭରରେ ସିନ ଆବଟ୍ଟଙ୍କ ପ୍ରଥମ ବଲରେ ଛକା ମାରି ନିଜର ୧୨ ହଜାର ODI ରନ୍ ମଧ୍ୟ ପୂରଣ କରିଥିଲେ । ସେ ୨୪୨ଟି ଇନିଂସରେ ଏହି ସଫଳତା ହାସଲ କରିଥିଲେ । ଯେତେବେଳେ କି ତେନ୍ଦୁଲକର ୩୦୦ ଇନିଂସରେ ସମାନ ରେକର୍ଡ କରିଥିଲେ । (ଫଟୋ-ବିସିସିଆଇ ଟ୍ୱିଟର)
ଏହି ତାଲିକାରେ ତେନ୍ଦୁଲକରଙ୍କ ପରେ ରିକି ପୋଟିଂ ଅଛନ୍ତି । ଯିଏ ୩୨୩ ମ୍ୟାଚର ୩୧୪ଟି ଇନିଂସରେ ଏହି ସଫଳତା ହାସଲ କରିଛନ୍ତି । କୁମାର ସାଙ୍ଗାକାରା ୩୫୯ ମ୍ୟାଚର ୩୩୬ଟି ଇନିଂସରେ, ସନଥ ଜୟସୁରିୟା ୩୯୦ ମ୍ୟାଚର ୩୭୯ଟି ଇନିଂସରେ ଓ ମହେଳା ଜୟବର୍ଦ୍ଧନ ୪୨୬ ମ୍ୟାଚର ୩୯୯ଟି ଇନିଂସରେ ନିଜ ନିଜର ୧୨୦୦୦ ରନ ପୂରଣ କରିଥିଲେ ।(ସଚିନ୍ ତେନ୍ଦୁଲକର / ଇନଷ୍ଟାଗ୍ରାମ)