IND vs AUS: ଅଶ୍ୱିନ ଓ ଋଷଭ ପନ୍ତ ଫିଟ୍ ହେଲେ; ବ୍ରିସବେନ ଟେଷ୍ଟରେ ଭାରତର ୭ ଜଣ ବ୍ୟାଟ୍ସମ୍ୟାନ ରହିବେ
India vs Australia: ବ୍ରିସବେନ ଟେଷ୍ଟ ମ୍ୟାଚରେ ମୟଙ୍କ ଅଗ୍ରୱାଲ (Mayank Agarwal) ଓ ରିଦ୍ଧିମାନ ସାହା (Wriddhiman Saha) ଖେଳିପାରନ୍ତି । ଆଘାତ ପ୍ରାପ୍ତ ବୁମରାଙ୍କ ଉପରେ ଶେଷ ନିଷ୍ପତ୍ତି ନିଆଯାଇ ନାହିଁ । ଭାରତ ଏହି ମ୍ୟାଚ୍ ପାଇଁ ୧୧ ଜଣ ଶୀର୍ଷ ଖେଳାଳିଙ୍କୁ ବାଛି ସାରିଛି ।
ଭାରତ ବନାମ ଅଷ୍ଟ୍ରେଲିଆ ଟେଷ୍ଟ୍ ସିରିଜ୍ କିଏ ଜିତିବ? ଏହି ପ୍ରଶ୍ନର ଉତ୍ତର ବ୍ରିସବେନ୍ ଟେଷ୍ଟରେ ଜଣା ପଡ଼ିଯିବ ।
ଭାରତ ତରଫରୁ ରୋହିତ ଶର୍ମା ଓ ଶୁଭମାନ ଗିଲ ଇନିଂସ ଆରମ୍ଭ କରିବେ । ଯଦି ମୟଙ୍କ ଅଗ୍ରୱାଲ ଫିଟ୍ ରହନ୍ତି ତେବେ ସେ ତିନି ନମ୍ବରରେ ଖେଳିବେ । ଯଦି ଅଗ୍ରୱାଲଙ୍କ ଆଘାତ ସମ୍ପୂର୍ଣ୍ଣ ରୂପେ ଭଲ ହୋଇ ନ ଥାଏ, ତେବେ ତାଙ୍କ ସ୍ଥାନରେ ପୃଥ୍ୱୀ ଶ’ ଖେଳିବେ । ଏଭଳି ପରିସ୍ଥିତିରେ ଚେତେଶ୍ୱର ପୂଜାରାଙ୍କୁ ଚତୁର୍ଥ ନମ୍ବରରେ ଖେଳିବେ ଓ ତାହ୍କ ପରେ ଅଧିନାୟକ ଅଜିଙ୍କ୍ୟା ରାହାଣେ ଖେଳିବେ । ଋଷଭ ପନ୍ତ ଷଷ୍ଠ ନମ୍ବରରେ ଓ ରିଦ୍ଧିମାନ ଶାହା ସପ୍ତମ ସ୍ଥାନରେ ଖେଳିବେ ।
ଏହି ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ବ୍ୟତୀତ ମହମ୍ମଦ ସିରାଜ, ନବଦୀପ ସୈନି ଓ ଶାର୍ଦ୍ଦୁଲ ଠାକୁର ବୋଲିଂର ଦାୟିତ୍ୱ ସମ୍ଭାଳିବେ । ସିରିଜ୍ ଏ ପର୍ଯ୍ୟନ୍ତ ୧-୧ରେ ଉଭୟ ଦଳ ପାଇଁ ସମାନ ରହିଛି । ଅଷ୍ଟ୍ରେଲିଆକୁ ବର୍ଡ଼ର-ଗାଭାସ୍କର ଟ୍ରଫି ଜିତିବା ପାଇଁ ଏହି ଶେଷ ମ୍ୟାଚ୍ ଜିତିବାକୁ ପଡ଼ିବ । ହେଲେ ଭାରତକୁ କେବଳ ମ୍ୟାଚ୍ ଡ୍ର ରଖିଲେ ଚଳିବ ।
ଭାରତୀୟ ବ୍ୟାଟିଂ କୋଚ୍ ବିକ୍ରମ ରାଠୋଡ଼ କହିଛନ୍ତି ଯେ ଜସପ୍ରୀତ ବୁମରାଙ୍କ ପେଟର ମାଂସପେଶୀକୁ ହୋଇଥିବା ଷ୍ଟ୍ରେଚ୍ ଉପରେ ନଜର ରଖାଯାଉଛି । ଭାରତୀୟ ଦଳ ପରିଚାଳନା ଅଧା ଫିଟ୍ ଥିବା ବୁମରାଙ୍କୁ ଏହି ମ୍ୟାଚରେ ଖେଳାଇ ବିପଦକୁ ଡାକି ଆଣିବ ନାହିଁ କାରଣ ଫେବୃଆରୀ ୫ ତାରିଖରୁ ଆରମ୍ଭ ହେଉଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ନିର୍ଣ୍ଣାୟକ ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜରେ ଏହି ଦ୍ରୁତ ବୋଲରଙ୍କୁ ଖେଳାଇବା ଯୋଜନା ଅଛି । ବୁମରାଙ୍କ ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ଆସନ୍ତାକାଲି ସକାଳେ ନିଆଯିବ ।




