ହୋମ୍ » ଫଟୋ ଗ୍ୟାଲେରୀ » ଟ୍ରେଣ୍ଡିଙ୍ଗ
CCTV: ଇଣ୍ଡିକେଟର୍ ନ ଦେଇ ଗାଡ଼ି ମୋଡ଼ିଦେଲା; ପଛରୁ ଆକ୍ଟିଭାରେ ଆସୁଥିବା ଝିଅଟିର ମୃତ୍ୟୁ ହେଲା
ରାସ୍ତାରେ ଗାଡ଼ି ଚଳାଇବା ବେଳେ ନିୟମଗୁଡ଼ିକୁ ପାଳନ କରୁ ନ ଥିବା ଲୋକେ ନିଜ ଜୀବନ ସହ ଅନ୍ୟମାନଙ୍କ ଜୀବନ ସହ ଖେଳୁଥା’ନ୍ତି । ଏହାର ଏକ ମର୍ମନ୍ତୁଦ ଉଦାହରଣ ସିସିଟିଭି କ୍ୟାମେରାରେ ରହିଯାଇଛି ଓ ଆମ ସମସ୍ତଙ୍କୁ ସତର୍କ ରହିବାକୁ ଅନୁରୋଧ କରୁଛି ।
1/ 5
ଜଣେ ୧୯ ବର୍ଷର ଝିଅ ନିଜ ଆକ୍ଟିଭା ସ୍କୁଟିରେ ଘରକୁ ଫେରୁଥିବା ବେଳେ Sକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତା’ର ମୃତ୍ୟୁ ହୋଇଛି । ଝିଅଟି ଠିକ୍ ଲେନରେ ସ୍କୁଟି ଚଳାଇ ଆସୁଥିଲା, ହେଲେ ତା’ ଆଗରେ ଯାଉଥିବା ବାଇକ୍ ଇଣ୍ଡିକେଟର୍ ନ ଦେଇ ଡାହାଣକୁ ବାଇକ୍ ମୋଡ଼ିଦେବାରୁ ଝିଅଟିର ସ୍କୁଟି ଭାରସାମ୍ୟ ହରାଇ ତା’ ସହ ବାଡ଼େଇ ହୋଇଯାଇଥିଲା ଓ ସେ ରାସ୍ତା ଉପରେ ଛିଟକି ପଡ଼ିଥିଲା।
2/ 5
ଏହି ସଡ଼କ ଦୁର୍ଘଟଣାରେ ୧୯ ବର୍ଷୀୟା ଛାତ୍ରୀ ତନିଷ୍କା ସାଲୁଜାଙ୍କ ମୃତ୍ୟୁ ହୋଇଛି । ସିସିଟିଭି ଫୁଟେଜରେ ଦୁର୍ଘଟଣାର କାରଣ ସ୍ପଷ୍ଟ ଦେଖାଯାଉଛି ।
3/ 5
ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ମଧ୍ୟ ପ୍ରଦେଶର ଇନ୍ଦୋର ସହରରେ । ଏହି ଦୁର୍ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି ।
4/ 5
ଜଣେ ବାଇକ୍ ଚାଳକଙ୍କ ଅବହେଳା ଯୋଗୁଁ ତନିଷ୍କା ସାଲୁଜାଙ୍କ ମୃତ୍ୟୁ ଘଟିଛି । ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, ହେଲେ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ ।




