ଶ୍ରୀଦେବୀଙ୍କୁ ମନେ ପକାଇ ଝିଅ ଜାହ୍ନବୀ କପୁର ଶେୟାର୍ କଲେ ତାଙ୍କର ଅନେକ ଅଦେଖା ଫଟୋ
ବଲିଉଡର କିମ୍ବଦନ୍ତୀ ଅଭିନେତ୍ରୀ ଶ୍ରୀଦେବୀ ୨୦୧୮ରେ ଏହି ଦୁନିଆରୁ ସବୁ ଦିନ ପାଇଁ ଦୂରେଇ ଯାଇଥିଲେ । ତାଙ୍କ ମୃତ୍ୟୁ ଅନେକ ଲୋକଙ୍କ ପାଇଁ ରହସ୍ୟ ହୋଇ ରହିଛି । ଏବେ ଶ୍ରୀଦେବୀଙ୍କ କେତେକ ପୁରୁଣା ଫଟୋ ସାମନାକୁ ଆସିଛି ।
୨୦୧୮ ମସିହାରେ ବଲିଉଡର ସୁନ୍ଦରୀ ଚୁଲବୁଲି ଅଭିନେତ୍ରୀ ଶ୍ରୀଦେବୀଙ୍କ ଆକସ୍ମିକ ମୃତ୍ୟୁ ଖବର ପାଇ ସାରା ଦେଶ ଚକିତ ହୋଇଯାଇଥିଲା । ୨୪ ଫେବୃଆରୀ ୨୦୧୮ରେ ଶ୍ରୀଦେବୀଙ୍କ ଆକସ୍ମିକ ଦେହାନ୍ତରେ ସମଗ୍ର ଫିଲ୍ମ ଜଗତ ସ୍ତବ୍ଧ ହୋଇଯାଇଥିଲା ।
ଶ୍ରୀଦେବୀ ନିଜ ବଡ଼ ଝିଅର ବଲିଉଡରେ ଡେବ୍ୟୁ ବି ଦେଖିପାରି ନ ଥିଲେ । ହଁ, ଯଦି ସେ ଆଜି ଥାଆନ୍ତେ, ତେବେ ସେ ତାଙ୍କ ବଡ଼ ଝିଅର ଅଭିନୟ କାମ ଦେଖି ବହୁତ ଖୁସି ହେଉ ଥାଆନ୍ତେ ।
ଜାହ୍ନବୀ କପୁର ନିଜ ମା’ ଶ୍ରୀଦେବୀଙ୍କ ସ୍ମୃତିରେ ସୋସିଆଲ ମିଡି଼ଆରେ ଅନେକ ଫଟୋ ଶେୟାର କରିଛନ୍ତି । ଶ୍ରୀଦେବୀଙ୍କ ପ୍ରଶଂସକମାନେ ସେହି ଫଟୋଗୁଡ଼ିକୁ ବହୁତ ପସନ୍ଦ କରୁଛନ୍ତି ।
ଶ୍ରୀଦେବୀଙ୍କ ମୃତ୍ୟୁ ବାର୍ଷିକୀରେ ତାଙ୍କ ବଡ଼ ଝିଅ ଜାହ୍ନବୀ କପୁର ଶେୟାର କରିଥିବା ଏହି ମୂଲ୍ୟବାନ ଫଟୋଗୁଡ଼ିକ ଚଳଚ୍ଚିତ୍ର ପ୍ରେମୀଙ୍କ ସ୍ମୃତିକୁ ପୁଣି ଥରେ ତାଜା କରିଦେଇଛି ।
ଜାହ୍ନବୀ କପୁର ଶ୍ରୀଦେବୀଙ୍କୁ ତାଙ୍କର ବିଶେଷ ଦିନମାନଙ୍କରେ ମନେ ପକାଇ ତାଙ୍କ ଫଟୋ ଶେୟାର୍ କରନ୍ତି । ଜାହ୍ନବୀ କପୁର ଇନଷ୍ଟାଗ୍ରାମରେ ନିଜ ମା’ଙ୍କ ସହ ଅନେକ ସ୍ମୃତି ବାଣ୍ଟିଛନ୍ତି ।
ଏହି ଫଟୋରେ ଜାହ୍ନବୀ ଶ୍ରୀଦେବୀଙ୍କୁ ନିଜ ବାହୁ ବନ୍ଧନରେ ଧରି ରଖିଛନ୍ତି । ଫଟୋରେ ମା’ ଓ ଝିଅଙ୍କ ଆକର୍ଷଣୀୟ ହସ ଦେଖିବାକୁ ମିଳୁଛି । ଫଟୋଟିର କ୍ୟାପସନରେ ଲେଖା ଅଛି, ‘‘ମୁଁ ତୁମକୁ ଭଲ ପାଏ ମା’ ।’’
‘ଧଡକ’ ଫିଲ୍ମର ଅଭିନେତ୍ରୀ ଜାହ୍ନବୀ କପୁର ନିଜ ପିତା ବୋନି କପୁରଙ୍କ ସହ ଏହି ଜୁଗଳବନ୍ଦି ଫଟୋ ସେମାନଙ୍କ ପ୍ରଶଂସକମାନଙ୍କୁ ବହୁତ ଭଲ ଲାଗିଛି ।
ଶ୍ରୀଦେବୀଙ୍କ ଦ୍ୱିତୀୟ ମୃତ୍ୟୁ ବାର୍ଷିକୀରେ ଜାହ୍ନବୀ କପୁର ଇନଷ୍ଟାଗ୍ରାମରେ ନିଜ ମା’ଙ୍କ ଅନେକ ଅଦେଖା ଫଟୋ ଶେୟାର କରିଛନ୍ତି । ଏହି ପିଲାଦିନର ଫଟୋରେ ଜାହ୍ନବୀ ନିଜ ମା’ଙ୍କ ସହ ବିଛଣାରେ ଶୋଇଛନ୍ତି । ଏହାର କ୍ୟାପସନରେ ଲେଖା ହୋଇଛି, ‘‘ମୁଁ ତୁମକୁ ପ୍ରତି ଦିନ ମିସ୍ କରେ ମା’ ।’’
୨୦୧୯ ରେ ଶ୍ରୀଦେବୀଙ୍କ ପ୍ରଥମ ମୃତ୍ୟୁ ବାର୍ଷିକୀରେ ଜାହ୍ନବୀ ତାଙ୍କ ମା’ଙ୍କୁ ମନେ ପକାଇ ଏକ ଭାବପ୍ରବଣ ନୋଟ୍ ଲେଖିଥିଲେ । ଏହି ଫଟୋରେ ଅଭିନେତ୍ରୀ ନିଜ ମା’ଙ୍କ କୋଳରେ ବସିଥିବାର ନଜର ଆସିଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି, ‘‘ମୋ’ର ହୃଦୟ ସବୁ ବେଳେ ଆଘାତ ପାଇବ । କିନ୍ତୁ ମୁଁ ସବୁ ବେଳେ ଏଇଠି ହସିବି, କାରଣ ତୁମେ ଏଇଠି ଅଛ ।’’
ଗତ ବର୍ଷ ଜୁନ୍ ମାସରେ ଜାହ୍ନବୀ ଏହି ଫଟୋକୁ ଶ୍ରୀଦେବୀ ଓ ବୋନି କପୁରଙ୍କ ବିବାହ ବାର୍ଷିକୀରେ ଶେୟାର୍ କରିଥିଲେ । ଏହି ଫଟୋ ଶ୍ରୀଦେବୀ ଓ ବୋନିଙ୍କ ପ୍ରେମକୁ ଏକ ସ୍ମୃତିରେ କଏଦ କରିଛି । ଏଥିରେ ଉଭୟ ଖୁସିରେ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳୁଛି ।




