Kareena Kapoor Delivery: ପିତା ଓ ଅଜା ସହ ସାନ ଭାଇକୁ ଭେଟିବାକୁ ଆସିଲେ ତୈମୁର୍; ଫଟୋ ଭାଇରାଲ୍
ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ (Kareena Kapoor Khan) ନିଜ ଦ୍ୱିତୀୟ ସନ୍ତାନର ମା’ ହୋଇଛନ୍ତି । ପୁଣି ଥରେ ପଟୌଦି ପରିବାରରେ ନବଜାତ ଶିଶୁର କୁଆଁ କୁଆଁ ଶୁଣିବାକୁ ମିଳିଛି । ହେଲେ ବିରାଟ ଓ ଅନୁଷ୍କାଙ୍କ ଜ୍ୟୋତିଷଙ୍କ ଭବିଷ୍ୟତବାଣୀ ଭୁଲ୍ ପ୍ରମାଣିତ ହୋଇଛି ।
କରୀନା କପୁର ଖାନ (Kareena Kapoor Khan) ଓ ତାଙ୍କ ପତି ସୈଫ୍ ଅଲି ଖାନଙ୍କ (Saif Ali Khan) ବଡ ପୁଅ ତୈମୁର ଅଲି ଖାନ୍ (Taimur Ali Khan) ନିଜ ମା’ ଓ ନବଜାତ ଭାଇଙ୍କୁ ଭେଟିବାକୁ ଆସି ପହଞ୍ଚିବା ମାତ୍ରେ ଫଟୋଗ୍ରାଫରମାନେ ତାଙ୍କ ଫଟୋ ଉଠାଇବା ଆରମ୍ଭ କରିଦେଇଥିଲେ । ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ ବାହାରେ ତୈମୁରଙ୍କୁ ଦେଖିବାକୁ ମିଳିଥିଲା । ସେ ତାଙ୍କ ଆଈଙ୍କ ସହ ଥିଲେ ।
କରୀନା କପୁରଙ୍କ ଭଉଣୀ କରିସ୍ମା କପୁର (Karisma Kapoor) ବି ତାଙ୍କୁ ଦେଖିବା ପାଇଁ ଡାକ୍ତରଖାନାରେ ପହଞ୍ଚିଥିଲେ । କରିସ୍ମାଙ୍କ ପ୍ରଶଂସକମାନେ ସେ ପୁଣି ମାଉସୀ ହୋଇଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
କରୀନାଙ୍କ ପିତା ରଣଧୀର କପୁର ନିଜ ଖୁସି ଓ ତୈମୁରଙ୍କ ପ୍ରତିକ୍ରିୟା ବିଷୟରେ କହିବାକୁ ଯାଇ ଜଣାଇଥିଲେ ଯେ ସେ ବହୁତ ଖୁସି ଅଛନ୍ତି ।
କରୀନା କପୁର ୨୦୧୬ରେ ତାଙ୍କ ପ୍ରଥମ ପୁଅ ତୈମୁର ଅଲି ଖାନଙ୍କୁ ଜନ୍ମ ଦେଇଥିଲେ । ଏବେ ପୁଣି ଥରେ ପଟୌଦି ପରିବାରରେ ନବଜାତ ଶିଶୁର କୁଆଁ କୁଆଁ ଶୁଣିବାକୁ ମିଳିଛି ।
ରବିବାର ରାତିରେ ମୁମ୍ବାଇର ପ୍ରସିଦ୍ଧ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ କରୀନା କପୁର ନିଜ ଦ୍ୱିତୀୟ ପୁତ୍ରକୁ ଜନ୍ମ ଦେଇଛନ୍ତି । ରବିବାର ରାତିରେ ହିଁ କରୀନାଙ୍କୁ ସେଠାରେ ଭର୍ତ୍ତି କରାଯାଇଥିଲା ।
ଅଗଷ୍ଟ ୨୦୨୦ରେ ସୈଫ ଅଲି ଖାନ ଓ କରୀନା କପୁର ଏକ ବିବୃତ୍ତିରେ ଘୋଷଣା କରିଥିଲେ ଯେ କରୀନା ଦ୍ୱିତୀୟ ଥର ଗର୍ଭବତୀ ଅଛନ୍ତି ।
କରୀନା କପୁରଙ୍କ ପିତା ରଣଧୀର କପୁର କହିଛନ୍ତି ଯେ କରୀନାଙ୍କ ପ୍ରସବ ତାରିଖ ଫେବୃଆରୀ ୧୫ ଥିଲା, କିନ୍ତୁ ସେ ତାଙ୍କ ଦ୍ୱିତୀୟ ସନ୍ତାନକୁ କିଛି ଦିନ ବିଳମ୍ବରେ ଜନ୍ମ ଦେଇଛନ୍ତି । (ଉପରର ସବୁ ଫଟୋ ସୌଜନ୍ୟ: ଭିରଲ୍ ଭୟାନି/ ଇନଷ୍ଟାଗ୍ରାମ)
କରୀନା ପୁ୍ଅ ନା ଝିଅ ଜନ୍ମ ଦେବେ ସେ ବିଷୟରେ ତାଙ୍କ ପ୍ରଶଂସକମାନେ ଚର୍ଚ୍ଚା କରୁଥିବା ବେଳେ ଜଣେ ଜ୍ୟୋତିଷ ଏକ ଭବିଷ୍ୟବାଣୀ କରିଥିଲେ । ହେଲେ ତାହା ମିଥ୍ୟା ପ୍ରମାଣିତ ହୋଇଥିଲା । ଜ୍ୟୋତିଷ କହିଥିଲେ ଯେ ଏଥର କରୀନା ଏକ କନ୍ୟା ସନ୍ତାନର ମା’ ହେବାକୁ ଯାଉଛନ୍ତି ।
ହେଲେ ସେହି ଜ୍ୟୋତିଷ ଅନୁଷ୍କା ଶର୍ମା ଓ ବିରାଟ କୋହଲିଙ୍କ ଘରକୁ ଆସିଥିବା ଛୋଟ ଅତିଥି ବିଷୟରେ କରିଥିବା ଭବିଷ୍ୟବାଣୀ ସତ୍ୟ ହୋଇଥିଲା ।
ଗୁରୁବାର ଦିନ ସୈଫ ଅଲି ଖାନ୍ ମୁମ୍ବାଇରେ ନିଜ ଘର ବାହାରେ କିଛି ଖେଳନା ଧରିଥିବାର ନଜର ଆସିଥିଲେ । ସୈଫ ଅଲି ଖାନଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିବାବେଳେ ପ୍ରଶଂସକମାନେ ଶିଶୁ ବିଷୟରେ ଅନେକ କଳ୍ପନାଜଳ୍ପନା ମଧ୍ୟ କରୁଛନ୍ତି ।
କରୀନାଙ୍କ ଦ୍ୱିତୀୟ ଶିଶୁର ଜନ୍ମ ପୂର୍ବରୁ ତାଙ୍କ ପ୍ରଶଂସକମାନେ ଗୋଲାପୀ ଓ ନୀଳ ରଙ୍ଗର ଅନେକ ପ୍ୟାକେଟ ତାଙ୍କ ଘରକୁ ପଠାଉଛନ୍ତି ।




