ନୂଆ ଦିଲ୍ଲୀ: ଟିମ୍ ଇଣ୍ଡିଆର ଭେଟେରାନ୍ ପେସର୍ ମହମ୍ମଦ ଶାମି ଗ୍ରାଉଣ୍ଡ ଭିତରେ ଥିବା ପ୍ରଦର୍ଶନକୁ ଆଧାର କରି ଯେତିକି ହେଡଲାଇନରେ ରହିଛନ୍ତି । ସେତିକି ସେ ପଡ଼ିଆ ବାହାରେ ଥାଇ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି । ପଡିଆ ବାହାରେ ଶାମି ନିଜ ପତ୍ନୀ ହସିନ ଜାହାନଙ୍କ କାରଣରୁ ଚର୍ଚ୍ଚାରେ ରହିଥାନ୍ତି । ଉଭୟଙ୍କ ମଧ୍ୟରେ ବିବାଦ ଏବେ ସମଗ୍ର ଦେଶ ସାମ୍ନାକୁ ଆସି ସାରିଛି ଓ ଏହି ମାମଲା ଏବେ କୋର୍ଟରେ ପହଞ୍ଚିଛି ।
ଭାରତୀୟ ଖେଳାଳିଙ୍କୁ ଘରୋଇ ହିଂସା ଅଭିଯୋଗରେ ହାସିନ ଜାହାନ ମଧ୍ୟ ଏକ ଅଭିଯୋଗ କରିଛନ୍ତି । ଏଥର ସୋସିଆଲ ମିଡିଆରେ ହସିନ ଜାହାନ ଏପରି କିଛି କରିଛନ୍ତି ଯାହା ଉପରେ ଚର୍ଚ୍ଚା ହେଉଛି । ହସିନ ଜାହାନ ନିଜ ଝିଅର ନାମ ଆଗରୁ ଶାମିଙ୍କ ଉପନାମକୁ ହଟାଇ ନିଜ ଉପନାମ ଲଗାଇ ଦେଇଛନ୍ତି । ଜାହାନ ନିଜ ଝିଅର ନାମ ଆଏରା ଜାହାନ ରଖିଛନ୍ତି ।
ମହମ୍ମଦ ଶାମି ୨୦୧୧ ଆଇପିଏଲ ରେ କେକେଆର ଦଳ ପାଇଁ ମନୋନୀତ ହୋଇଥିଲେ । ସେତେବେଳେକୁ ହାସିନ୍ ଜାହାନ୍ ଜଣେ ଚିଅର ଲିଡ଼ର ଭାବରେ ମଡେଲିଂରେ ନିୟୋଜିତ ଥିଲେ । ହସିନ୍ ୨୦୧୨ ରେ ଶାମିଙ୍କୁ ଭେଟିଥିଲେ । ଶାମି ଓ ହସିନ ଜାହାନଙ୍କ ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା ଓ ସେମାନେ ଦୁହେଁ ୨୦୧୪ ରେ ବିବାହ କରିଥିଲେ । ଏହି ବିବାହ ପରେ ସେମାନେ କେବଳ ଚାରି ବର୍ଷ ଧରି ସାଥିରେ ରହିଥିଲେ । ଏହି ସମୟ ମଧ୍ୟରେ ତାଙ୍କର ଏକ ଝିଅ ମଧ୍ୟ ହୋଇଥିଲା ।
କୋଲକାତାର ବୀରଭୂମରେ ଜନ୍ମଗ୍ରହଣ କରିଥିବା ହାସିନ୍ ଜାହାନଙ୍କ ପିଲାଦିନ ବୀରଭୂମର ସେୱ୍ରିରେ ଅତିବାହିତ ହୋଇଥିଲା । ନିଜର ପ୍ରଥମ ବିବାହ ସ୍ଥାନୀୟ ବାସିନ୍ଦା ଶେଖ ସୈଫୁଦ୍ଦିନଙ୍କ ସହ ହୋଇଥିଲା । ପିଲାଦିନରୁ ସାଇଫୁଦ୍ଦିନ ଓ ହାସିନ୍ ଘନିଷ୍ଠ ବନ୍ଧୁ ଥିଲେ । ଧିରେ ଧିରେ ବନ୍ଧୁତା ପ୍ରେମରେ ପରିଣତ ହେଲା ଓ ଦିନେ ସୈଫୁଦ୍ଦିନ ନିଜ ହୃଦୟର କଥା ହସିନ ଜାହାନଙ୍କୁ କହିଥିଲେ । ୨୦୦୨ ରେ ୧୯ ବର୍ଷ ବୟସରେ ଉଭୟ ପରିବାରର ସହମତିରେ ବିବାହ କରିଥିଲେ । ଏହି ବିବାହରୁ ଉଭୟଙ୍କର ଦୁଇଟି ଝିଅ ହୋଇଥିଲା କିନ୍ତୁ ଏହି ବିବାହ ମାତ୍ର ୮ ବର୍ଷ ଧରି ଚାଲିଥିଲା । ୨୦୧୦ ରେ ଦୁହେଁ ଛାଡପତ୍ର ଦେଇଥିଲେ । କାରଣ ହାସିନ୍ ଜଣେ ମଡେଲ୍ ହେବାକୁ ଚାହୁଁଥିଲେ କିନ୍ତୁ ତାଙ୍କ ପୂର୍ବତନ ସ୍ୱାମୀ ସୈଫୁଦ୍ଦିନଙ୍କ ପରିବାର ଏଥିପାଇଁ ପ୍ରସ୍ତୁତ ନଥିଲେ । ଏଥିରେ ରାଗିଯାଇ ହସିନ ଛାଡପତ୍ର ଦେବାକୁ ନିଷ୍ପତ୍ତି ନେଇଥିଲେ ।




