‘କୁଛ୍ କୁଛ୍ ହୋତା ହୈ’ ଫିଲ୍ମର ସେହି ବଚ୍ଚା ସର୍ଦ୍ଦାର୍ ବଡ଼ ହେଲେ; ଗର୍ଲଫ୍ରେଣ୍ଡକୁ ବାହା ହେଲେ - PHOTOS
‘କୁଛ୍ କୁଛ୍ ହୋତା ହୈ’ ଫିଲ୍ମର ଶେଷ ଭାଗରେ ‘‘ତୁସୀ ଜା ରହେ ହୋ… ତୁସୀ ନା ଜାଓ’’ (ତୁମେ ଚାଲିଯାଉଛ… ତୁମେ ଯାଅ ନାହିଁ) ବୋଲି ଡାଇଲଗ୍ କହି ଲୋକପ୍ରିୟ ହୋଇଥିବା ପରଜାନ୍ ଏବେ ୨୯ ବର୍ଷର । ସେ ନିଜ ଗର୍ଲଫ୍ରେଣ୍ଡଙ୍କୁ ଏକ ନିରାଡମ୍ବର ଉତ୍ସବରେ ବାହା ହୋଇଛନ୍ତି ।
ଆପଣ ନିଶ୍ଚିତ ଶାହରୁଖ ଖାନ, କାଜୋଲ ଓ ରାଣୀ ମୁଖାର୍ଜୀଙ୍କ ଫିଲ୍ମ ‘କୁଛ୍ କୁଛ୍ ହୋତା ହୈ’ ଦେଖିଥିବେ । ଏହି ଫିଲ୍ମର ପ୍ରତି ଚରିତ୍ରକୁ ଦର୍ଶକଙ୍କ ବହୁତ ଭଲପାଇବା ମିଳିଥିଲା ।
ସେହି ଫିଲ୍ମରେ ଏକ ସର୍ଦ୍ଦାର୍ (ସିଖ୍) ପିଲା ଭୂମିକାରେ ଅଭିନୟ କରିଥିବା ପରଜାନ ଦସ୍ତୁରଙ୍କୁ (Parzaan Dastur) ଖୁବ୍ ଲୋକପ୍ରିୟତା ମିଳିଥିଲା । ଫିଲ୍ମର ଅନ୍ତରେ ତାଙ୍କର ଏକ ସଂଳାପ ବେଶ୍ ପ୍ରସିଦ୍ଧ ହୋଇଥିଲା । ‘‘ତୁସୀ ଜା ରହେ ହୋ… ତୁସୀ ନା ଜାଓ’’ (ତୁମେ ଚାଲିଯାଉଛ… ତୁମେ ଯାଅ ନାହିଁ) ସଂଳାପଟି ସାଧାରଣ ଲୋକଙ୍କ ମନ ଭିତରେ ଏବେ ବି ଅଛି ।
ପରଜାନ ଦସ୍ତୁରଙ୍କୁ ଏବେ ୨୯ ବର୍ଷ ବୟସ ଓ ସେ ତାଙ୍କର ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ଡେଲନା ଶ୍ରଫଙ୍କୁ (Delna Shroff) ବିବାହ କରିଛନ୍ତି । (ଫଟୋ: ପରଜନ ଦସ୍ତୁରଙ୍କ ଇନଷ୍ଟାଗ୍ରାମରୁ)
ବିବାହ ଉତ୍ସବରେ ପରଜାନ ଏକ ଧଳା କୁର୍ତ୍ତା ପାଇଜାମା ଓ ଟୋପି ପିନ୍ଧିଥିବା ବେଳେ ତାଙ୍କ ପତ୍ନୀ ଏକ ମେରୁନ୍ ସାଢ଼ୀରେ ନଜର ଆସିଥିଲେ ।
ପରଜାନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ବିବାହର ଫଟୋ ଶେୟାର କରିଛନ୍ତି । ସେ ଡେଲନାଙ୍କ ସହ ପୂର୍ବର ଅନେକ ଫଟୋ ବି ଶେୟାର କରିଛନ୍ତି ।




