ଗୁରୁ ତେଗ ବାହାଦୂରଙ୍କ ଶହୀଦ ଦିବସରେ ଗୁରୁଦ୍ୱାରରେ ପହଞ୍ଚିଲେ ପ୍ରଧାନ ମନ୍ତ୍ରୀ ମୋଦୀ; ଦେଖନ୍ତୁ ଫଟୋ
ଗୁରୁ ତେଗ ବାହାଦୂର ଶିଖମାନଙ୍କର ନବମ ଗୁରୁ ଥିଲେ । ଶିଖ ଧର୍ମକୁ ପ୍ରୋତ୍ସାହିତ କରିବା ପାଇଁ ସେ ପୂର୍ବ ଓ ଉତ୍ତର ଭାରତ ଗସ୍ତ କରିଥିଲେ । ଏଥି ସହିତ ଗୁରୁ ତେଗ ବାହାଦୂର ମୋଗଲ ନିୟମ ବିରୁଦ୍ଧରେ ଦୃଢ଼ ଭାବରେ ଠିଆ ହୋଇଥିଲେ । ଦିଲ୍ଲୀରେ ୧୬୭୫ ମସିହାରେ ସହିଦ ହୋଇ ଯାଇଥିଲେ ।
ନୂଆ ଦିଲ୍ଲୀ: ଆଜି ଗୁରୁ ତେଗ ବାହାଦୂର ଜୀଙ୍କର ଶହୀଦ ଦିବସ । ଏହି ଅବସରରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) ଦିଲ୍ଲୀର ଗୁରୁଦ୍ୱାର ରାକବ ଗଞ୍ଜ ସାହେବରେ(Gurudwara Rakab Ganj Sahib) ପହଞ୍ଚିଥିଲେ । ବିଶେଷ କଥା ହେଉଛି ଏହି ଗୁରୁଦ୍ୱାରରେ ପିଏମ ମୋଦୀଙ୍କ ଆଗମନ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ବୋଲି ବିବେଚନା କରାଯାଏ । ତାଙ୍କ ଭ୍ରମଣରେ କୌଣସି ବିଶେଷ ଟ୍ରାଫିକ୍ ବ୍ୟବସ୍ଥା କରାଯାଇ ନାହିଁ । (ଫଟୋ: ANI)
ପ୍ରଧାନ ମନ୍ତ୍ରୀ ମୋଦୀ ଗୁରୁଦ୍ୱାରରେ ପହଞ୍ଚି ଆଜି ସକାଳେ ଟ୍ୱିଟ୍ କରି କହିଛନ୍ତି ଯେ ମୁଁ ଐତିହାସିକ ଗୁରୁଦ୍ୱାର ରାକବ ଗଞ୍ଜ ସାହେବରେ ପ୍ରାର୍ଥନା କଲି । ଯେଉଁଠାରେ ଗୁରୁ ତେଗ ବାହାଦୂର ଜୀଙ୍କର ପବିତ୍ର ଶରୀରକୁ ଅନ୍ତିମ ସଂସ୍କାର କରାଯାଇଥିଲା । ମୁଁ ବହୁତ ଧନ୍ୟ ମନେ କରୁଛି । ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କ ପରି ମୁଁ ମଧ୍ୟ ଶ୍ରୀ ଗୁରୁ ତେଗ ବାହାଦୂର ଜୀଙ୍କର ଦୟା ମନୋଭାବ ଦ୍ୱାରା ଅନୁପ୍ରାଣିତ ହୋଇଛି । (ଫଟୋ: ANI)<br />
ଅନ୍ୟ ଏକ ଟ୍ୱିଟ୍ରେ ପ୍ରଧାନ ମନ୍ତ୍ରୀ ଲେଖିଛନ୍ତି ଯେ ଏହା ଗୁରୁ ସାହେବଙ୍କ ଏକ ବିଶେଷ ଅନୁଗ୍ରହ ଯେ ଆମ ସରକାରଙ୍କ କାର୍ଯ୍ୟକାଳ ସମୟରେ ଆମେ ଗୁରୁ ତେଗ ବାହାଦୂର ଜୀଙ୍କର ୪୦୦ ତମ ପ୍ରକାଶ ପାର୍ବ ପାଳନ କରୁଛୁ । ଆସନ୍ତୁ ଏହି ଉତ୍ସବକୁ ଏକ ଐତିହାସିକ ଉତ୍ସବରେ ପାଳନ କରିବା ଓ ଶ୍ରୀ ତେଗ ବାହାଦୂର ଜୀ ଙ୍କ ଆଦର୍ଶ ଅନୁସରଣ କରିବା ।(ଫଟୋ: ANI)<br />
ଉଲ୍ଲେଖନୀୟ କଥା ହେଉଛି ଗୁରୁ ତେଗ ବାହାଦୂର ଶିଖମାନଙ୍କର ନବମ ଗୁରୁ ଥିଲେ । ଶିଖ ଧର୍ମକୁ ପ୍ରୋତ୍ସାହିତ କରିବା ପାଇଁ ସେ ପୂର୍ବ ଓ ଉତ୍ତର ଭାରତ ଗସ୍ତ କରିଥିଲେ । ଏଥି ସହିତ ଗୁରୁ ତେଗ ବାହାଦୂର ମୋଗଲ ନିୟମ ବିରୁଦ୍ଧରେ ଦୃଢ଼ଭାବରେ ଠିଆ ହୋଇଥିଲେ । ଦିଲ୍ଲୀରେ ୧୬୭୫ ମସିହାରେ ସହିଦ ହୋଇ ଯାଇଥିଲେ । ସେ ୧୬୨୧ ମସିହାରେ ଜନ୍ମଗ୍ରହଣ କରିଥିଲେ । (ଫଟୋ: ANI)<br />
ଗୁରୁ ତେଗ ବାହାଦୁର ପଞ୍ଜାବର ଅମୃତସରରେ ଜନ୍ମଗ୍ରହଣ କରିଥିଲେ । ଗୁରୁ ହରଗୋବିନ୍ଦ ସାହେବଙ୍କ ଘରେ ଜନ୍ମ ହୋଇଥିବା ଗୁରୁ ତେଗ ବାହାଦୂର ପିଲାଦିନରୁ ଧାର୍ମିକ ଓ ନିର୍ଭୀକ ଥିଲେ । ଉଲ୍ଲେଖନୀୟ ବିଷୟ ହେଉଛି ମୋଗଲ ଶକ୍ତି ତାଙ୍କୁ ଇସଲାମ ଗ୍ରହଣ କରିବାକୁ ବାଧ୍ୟ କରିଥିଲା । ତଥାପି ସେ ମୋଗଲ ସାମ୍ରାଜ୍ୟ ସମ୍ମୁଖରେ ଏହାକୁ ଖୋଲାଖୋଲି ବିରୋଧ କରିଥିଲେ ଓ ଇସଲାମ ଧର୍ମକୁ କେବେ ଗ୍ରହଣ କରିନଥିଲେ । ଗୁରୁ ତେଗ ବାହାଦୂରଙ୍କ ଏହି ନିଷ୍ପତ୍ତି ପରେ ମୋଗଲ ରାଜା ଔରାଙ୍ଗଜେବ ତାଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ । (ଫଟୋ: ANI)




