ମୁମ୍ବାଇ: ନିଜର ବୋଲ୍ଡ ଫଟୋ ଓ ଭିଡିଓ ମାଧ୍ୟମରେ ଇଣ୍ଟରନେଟରେ ସେନ୍ସେସନ୍ ସୃଷ୍ଟି କରିଥିବା ଅଭିନେତ୍ରୀ ତଥା ମଡେଲ୍ ପୁନମ୍ ପାଣ୍ଡେ (Poonam Pandey) ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି । ସେ ମାତ୍ର ଦୁଇ ମାସ ପୂର୍ବେ ସାମ୍ ବମ୍ବେଙ୍କୁ ବିବାହ କରିଥିଲେ । ତା’ପରେ ପୁନମଙ୍କ ବ୍ୟକ୍ତିଗତ ଜୀବନ ସହ ଜଡ଼ିତ ଅନେକ ବିବାଦ ସାମନାକୁ ଆସିଥିଲା । ଏବେ ପୁନମ୍ ପାଣ୍ଡେ ଗର୍ଭବତୀ ହୋଇଥିବା ଖବର ଆଲୋଡ଼ନ ସୃଷ୍ଟି କରିଛି । ତାଙ୍କର ଅନେକ ପ୍ରଶଂସକଙ୍କ ମନ୍ତବ୍ୟ ଓ ଗଣମାଧ୍ୟମର ରିପୋର୍ଟ ପରେ ପୁନମ ଗର୍ଭବତୀ ଥିବା ଖବର ଉପରେ ନିଜ ନୀରବତା ଭାଙ୍ଗିଛନ୍ତି ।
ପୁନମ୍ ପାଣ୍ଡେଙ୍କ ବିବାହ ବିଷୟରେ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ସେ ଚଳିତ ବର୍ଷ ସେପ୍ଟେମ୍ବର ୧ରେ ନିଜ ଦୀର୍ଘ ଦିନର ପ୍ରେମିକଙ୍କୁ ବିବାହ କରିଥିଲେ । ଏହା ପରେ ଦୁହେଁ ହନିମୁନ୍ ପାଇଁ ଗୋଆ ଯାଇଥିଲେ । ନିକଟରେ ପୁନମଙ୍କ ପ୍ରଥମ ଗର୍ଭଧାରଣ ବିଷୟରେ ଜବରଦସ୍ତ ଆଲୋଚନା ହୋଇଥିଲା । ଯଦି ‘ସ୍ପଟବୟ’ର ଏକ ରିପୋର୍ଟକୁ ବିଶ୍ୱାସ କରାଯାଏ ତେବେ ଜଣେ ଡାକ୍ତର ମଧ୍ୟ ପୁନମ ଗର୍ଭବତୀ ଅଛନ୍ତି ବୋଲି ଦାବି କରିଥିଲେ । ତେବେ ଏ ପର୍ଯ୍ୟନ୍ତ ପୁନମ୍ ଏହା ଉପରେ କୌଣସି ଉତ୍ତର ଦେଇ ନ ଥିଲେ ।
ଏହି ରିପୋର୍ଟଗୁଡ଼ିକ ଉପରେ ପୁନମ୍ ପାଣ୍ଡେ ଜବାବ ଦେଇ କହିଛନ୍ତି, ‘‘ଯଦି ଏହି ରିପୋର୍ଟଗୁଡ଼ିକ ମଧ୍ୟରୁ କୌଣସିଟି ସତ ହୋଇଥାଏ, ତେବେ ମୁଁ ନିଜେ ଆପଣଙ୍କୁ କନଫର୍ମ କରିଦେବି ।’’ ତାହେଲେ ଏଥିରୁ ସ୍ପଷ୍ଟ ହୋଇଛି ଯେ ପୁନମ୍ ଏହି ଖବରଗୁଡ଼ିକୁ ନା ଅସ୍ୱୀକାର କରିଛନ୍ତି ନା ସତ ବୋଲି କହିଛନ୍ତି ।
ଆଜିକାଲି ପୁନମ୍ ପାଣ୍ଡେ କିଛି ଆଇନଗତ ସମସ୍ୟାର ବି ସମ୍ମୁଖୀନ ହେଉଛନ୍ତି । ତାଙ୍କ ଉପରେ ଗୋଆରେ ଅଶ୍ଳୀଳ ଭିଡିଓ ସୁଟିଂ କରିଥିବା ନେଇ ଅଭିଯୋଗ ହୋଇଛି । ଗୋଆର ଏକ ମହିଳା ସଙ୍ଗଠନ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏକ ଏତାଲା ଦାୟର କରିଥିଲା । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ସରକାରୀ ସମ୍ପତ୍ତିରେ ଅଶ୍ଳୀଳ ଭିଡିଓ ସୁଟିଂ ଅଭିଯୋଗରେ ପୁନମ ପାଣ୍ଡେ ଓ ତାଙ୍କ ସ୍ୱାମୀଙ୍କୁ ଏହି ମାମଲାରେ ଅଟକ ରଖାଯାଇଥିଲା ।