ହୋମ୍ » ଫଟୋ ଗ୍ୟାଲେରୀ » ଟ୍ରେଣ୍ଡିଙ୍ଗ
ବୟସ ୨୮ ବର୍ଷ, ଉଚ୍ଚତା ୫ ଫୁଟ ୫ ଇଞ୍ଚ: ଇଏ ସଞ୍ଜନା ଗଣେଶନ୍, ଯାହାଙ୍କୁ ଜସପ୍ରୀତ ବୁମରା ବାହା ହେବେ
ଟିମ୍ ଇଣ୍ଡିଆର ଷ୍ଟାର୍ ଫାଷ୍ଟ୍ ବୋଲର ଜସପ୍ରୀତ ବୁମ୍ରା (Jasprit Bumrah) ସ୍ପୋର୍ଟ୍ସ ଆଙ୍କର୍ ସଞ୍ଜନା ଗଣେଷନଙ୍କ ସହ (Sanjana Ganeshan) ବେଶ୍ କିଛି ମାସ ହେଲା ସମ୍ପର୍କରେ ଅଛନ୍ତି । ଗୋଆରେ ସେମାନଙ୍କ ବିବାହ ସମାରୋହ ଖୁବ୍ ଶୀଘ୍ର ହେବାକୁ ଯାଉଛି ।
1/ 19
ଟିମ୍ ଇଣ୍ଡିଆର ଷ୍ଟାର୍ ଫାଷ୍ଟ୍ ବୋଲର ଜସପ୍ରୀତ ବୁମ୍ରା (Jasprit Bumrah) ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ସେ କେଉଁ ଝିଅକୁ ବିବାହ କରିବାକୁ ଯାଉଛନ୍ତି ତାହା ଏ ପର୍ଯ୍ୟନ୍ତ ଜଣା ପଡି଼ ନ ଥିଲେ ବି ସେ ସ୍ପୋର୍ଟ୍ସ ଆଙ୍କର୍ ସଞ୍ଜନା ଗଣେଷନଙ୍କୁ (Sanjana Ganeshan) ବିବାହ କରିବାକୁ ଯାଉଛନ୍ତି ବୋଲି ସୋସିଆଲ୍ ମିଡ଼ିଆରେ ଚର୍ଚ୍ଚା ହେଉଛି । (ଫଟୋ: ଏ.ପି.)
2/ 19
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଜସପ୍ରୀତ ବୁମ୍ରା ବିବାହ ପାଇଁ ଟିମ୍ ଇଣ୍ଡିଆରୁ ଛୁଟି ନେଇଛନ୍ତି । ସେ ଗୋଆରେ ବିବାହ କରିବାକୁ ଯାଉଛନ୍ତି ବୋଲି ଖବର ରହିଛି।
3/ 19
ସୂତ୍ରଙ୍କ ଅନୁସାରେ ଜସପ୍ରୀତ ସ୍ପୋର୍ଟ୍ସ ଆଙ୍କର୍ ସଞ୍ଜନା ଗଣେଷନଙ୍କ ସହ (Sanjana Ganeshan) ବେଶ୍ କିଛି ମାସ ହେଲା ସମ୍ପର୍କରେ ଅଛନ୍ତି ।
4/ 19
ସଞ୍ଜନା ଗଣେଶନ ଆଇସିସି ବିଶ୍ୱ କପ୍ ୨୦୧୯ରୁ ଆରମ୍ଭ କରି ଇଣ୍ଡିଆନ୍ ପ୍ରିମିୟର ଲିଗ୍ ପର୍ଯ୍ୟନ୍ତ ହୋଷ୍ଟ୍ କରିଛନ୍ତି । ସଞ୍ଜନା କୋଲକାତା ନାଇଟ୍ ରାଇଡର୍ସର ବି ଆଙ୍କର୍ ଥିଲେ ।




