ମୁମ୍ବାଇ: ଗତ କିଛି ସପ୍ତାହ ମଧ୍ୟରେ ଅଭିନେତ୍ରୀ ସାରା ଅଲି ଖାନଙ୍କ (Sara Ali Khan) ଜୀବନରେ ଅନେକ ଅସୁବିଧା ଆସିଛି । ଡ୍ରଗ୍ସ ମାମଲାରେ ତାଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ତଦନ୍ତର ସମ୍ମୁଖୀନ ହେବାକୁ ପଡ଼ିଲା, କିନ୍ତୁ ଏବେ ସେ ଏହି ସବୁ ଟେନସନରୁ ବାହାରି ଆସିଛନ୍ତି ।
ସାରା ଓ ତାଙ୍କ ଭାଇ ଇବ୍ରାହିମ ଅଲି ଖାନ (Ibrahim Ali Khan) ପାରମ୍ପାରିକ ଶୈଳୀରେ ଭାଇଚାରାର ଉତ୍ସବ ‘ଭାଇ ଦୁଜ୍’ ପାଳନ କରିଥିଲେ । ସାରା ନିଜ ଭାଇଙ୍କ ସହ କିଛି ଫଟୋ ସେୟାର କରିଛନ୍ତି । ସାରା ଏକ ନୀଳ ଓ ସୁନେଲୀ ରଙ୍ଗର ସୁଟ୍ ପିନ୍ଧିଥିବା ବେଳେ ଇବ୍ରାହିମ ଏକ କ୍ରିମ୍ ରଙ୍ଗର କୁର୍ତ୍ତା-ପାଇଜାମା ପିନ୍ଧିଥିଲେ । ପର୍ବ ଦିନ ଭାଇ ଓ ଭଉଣୀ ଏକତ୍ର ବହୁତ ଆକର୍ଷଣୀୟ ଦେଖାଯାଉଥିଲେ ।
ଏହି ଫଟୋଗୁଡ଼ିକ ସାରା ଅଲି ଖାନ ଓ ତାଙ୍କ ଭାଇ ଇବ୍ରାହିମ ଅଲି ଖାନଙ୍କ ମଧ୍ୟରେ ଦୃଢ଼ ବନ୍ଧନକୁ ଦର୍ଶାଉଛି । ଫଟୋଗୁଡ଼ିକୁ ସେୟାର କରିବା ସହିତ ସାରା ନିଜ ସମସ୍ତ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ସାରା ଫଟୋ ସେୟାର କରି ଲେଖିଛନ୍ତି, ‘‘ସବୁ ଭାଇ ଓ ଭଉଣୀମାନଙ୍କୁ ‘ଭାଇ ଦୁଜ’ ପର୍ବର ଶୁଭକାମନା । ଇବ୍ରାହିମ, ମୁଁ ତୁମକୁ ବହୁତ ମିସ୍ କରୁଛି । ତୁମକୁ ହଇରାଣ କରିବା ପାଇଁ ମୁଁ ଆଉ ବେଶୀ ଅପେକ୍ଷା କରିପାରୁ ନାହିଁ!’’
ଡ୍ରଗ୍ ମାମଲାରେ ନିଜ ନାମ ଆସିବା ପରେ ସାରା ସୋସିଆଲ ମିଡ଼ିଆରୁ କିଛି ଦିନ ଦୂରେଇ ରହିଥିଲେ । ସେ କୌଣସି ପୋଷ୍ଟ ସେୟାର କରି ନ ଥିଲେ ।
ବର୍ତ୍ତମାନ ସାରା ପୂର୍ବ ପରି ସୋସିାଲ ମିଡ଼ିଆରେ ପୁଣି ସକ୍ରିୟ ଅଛନ୍ତି । ତେଣୁ ତାଙ୍କ ପ୍ରଶଂସକମାନେ ବହୁତ ଖୁସି ଅଛନ୍ତି । ସାରା ଅଲି ଖାନ ନିଜ ଆଗାମୀ ଚଳଚ୍ଚିତ୍ର ‘ଅତରଙ୍ଗୀ’ରେ ନଜର ଆସିବେ ।