ଗାୟିକା ନେହା କକ୍କଡ଼ ଏକ ରୋଗରେ ଆକ୍ରାନ୍ତ; କହିଲେ, ‘‘ମୋ’ ପାଖରେ ସବୁ କିଛି ଅଛି, ହେଲେ…’’
ବଲିଉଡର ପ୍ରସିଦ୍ଧ ଗାୟିକା ନେହା କକ୍କଡ଼ (Neha Kakkar) କୌଣସି ନା କୌଣସି କାରଣରୁ ସବୁ ବେଳେ ଚର୍ଚ୍ଚାରେ ରହିଥାଆନ୍ତି । ସେ ନିଜ ସ୍ୱାସ୍ଥ୍ୟ ବିଷୟରେ କିଛି ତଥ୍ୟ ପ୍ରକାଶ କରିଛନ୍ତି ଯାହା ତାଙ୍କ ପ୍ରଶଂସକମାନଙ୍କୁ ବିସ୍ମିତ କରିଛି ।
ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଗାୟିକା ନେହା କକ୍କଡ଼ (Neha Kakkar) କୌଣସି ନା କୌଣସି କାରଣରୁ ସବୁ ବେଳେ ଚର୍ଚ୍ଚାରେ ରହିଥାଆନ୍ତି ।ଆଜିକାଲି ନେହା ରିଆଲିଟି ଶୋ 'ଇଣ୍ଡିଆନ୍ ଆଇଡଲ୍ ୧୨'ରେ (Indian Idol 12) ଜଜ୍ ଅଛନ୍ତି ।ଏହି ଶୋ’ରେ ତାଙ୍କର କମ୍ ଚର୍ଚ୍ଚା ହେଉ ନାହିଁ ।
ନେହା କକ୍କଡ଼ ନିଜ ସ୍ୱାସ୍ଥ୍ୟ ବିଷୟରେ କିଛି ତଥ୍ୟ ପ୍ରକାଶ କରିଛନ୍ତି । ସେ ଏହି ଶୋ’ରେ କହିଛନ୍ତି ଯେ ସେ ଦୀର୍ଘ ଦିନ ଧରି ସେ ଏକ ରୋଗରେ ପୀଡି଼ତ ଅଛନ୍ତି ।
ନେହା କହିଛନ୍ତି ଯେ ଏହି ରୋଗ ଚିନ୍ତା (anxiety) । ଏହି ରୋଗ ସହ ସେ ବର୍ଷ ବର୍ଷ ଧରି ସଙ୍ଘର୍ଷ କରିଆସୁଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଯେ ଅନେକ ଥର ସେ ଅନୁଭବ କରନ୍ତି ଯେମିତି ତାଙ୍କ ପାଖରେ ଘର, ପରିବାର ଓ ଟଙ୍କା ଅଛି, ହେଲେ ତା’ ସତ୍ତ୍ୱେ ସେ ଏହି ରୋଗରୁ ମୁକ୍ତି ପାଇପାରୁ ନାହାନ୍ତି ।
ନେହା କକ୍କଡ଼ଙ୍କ ଏହି ସ୍ୱୀକାରୋକ୍ତି ପରେ ତାଙ୍କ ପ୍ରଶଂସକମାନେ ବିସ୍ମିତ ହୋଇଛନ୍ତି । ଅବଶ୍ୟ ଏହା ପ୍ରଥମ ଘଟଣା ନୁହେଁ ଯେ ନେହା ନିଜ ବ୍ୟକ୍ତିଗତ ଜୀବନ ଓ ନିଜ ଜୀବନ ସହ ଜଡିତ ସଂଗ୍ରାମକୁ ପ୍ରକାଶ କରିଛନ୍ତି ।
ଗାୟିକା ନେହା ନିଜ ପୁରୁଣା ଜୀବନ ବିଷୟରେ ଅନେକ ଥର ବିଶ୍ୱ ସାମ୍ନାରେ ବଡ଼ ଖୁଲାସା କରିଛନ୍ତି ।ଏହା ଦର୍ଶାଏ ଯେ ନେହା ବହୁ ସଙ୍ଘର୍ଷ ପରେ ଏହି ଉଚ୍ଚ ସ୍ଥାନ ହାସଲ କରିଛନ୍ତି ଓ ଆଜି ବି ସେ ନିଜର ପୁରୁଣା ଦିନ ଭୁଲି ନାହାଁନ୍ତି ।
ନେହା ଓ ଗାୟକ ରୋହନପ୍ରୀତ ସିଂ (Rohanpreet Singh) ଗତ ଅକ୍ଟୋବର ୨୪ ତାରିଖରେ ଦିଲ୍ଲୀରେ ଏକ ପରୀ କାହାଣୀ ପରି ଉତ୍ସବରେ ବିବାହ କରିଥିଲେ ।
ନେହା ଓ ରୋହନପ୍ରୀତ ନିଜ ପ୍ରଶଂସକମାନଙ୍କୁ ଲଗାତର ସୋସିଆଲ ମିଡ଼ିଆ ପୋଷ୍ଟ ମାଧ୍ୟମରେ ନିଜ ବିଷୟରେ ଅପଡେଟ୍ କରି ରଖୁଛନ୍ତି ।




