ଗାୟିକା ଶ୍ରେୟା ଘୋଷାଲ୍ ଜଲ୍ଦି ମା’ ହେବେ; ବେବି ବମ୍ପ୍ ଦେଖାଇ ଶେୟାର୍ କଲେ ଫଟୋ
ନିଜ ମିଠା କଣ୍ଠସ୍ୱରରେ କୋଟି କୋଟି ଲୋକଙ୍କ ହୃଦୟରେ ରାଜତ୍ୱ କରୁଥିବା ବଲିଉଡ ଗାୟିକା ଶ୍ରେୟା ଘୋଷାଲ ୨୦୧୫ରେ ଶିଳାଦିତ୍ୟ ମୁଖୋପାଧ୍ୟାୟଙ୍କୁ ବିବାହ କରିଥିଲେ । ବିବାହ ପୂର୍ବରୁ ଏହି ଦମ୍ପତି ପରସ୍ପର ସହ ୧୦ ବର୍ଷ ପ୍ରେମ ସମ୍ପର୍କ ରଖିଥିଲେ ।
ମୁମ୍ବାଇ: ବଲିଉଡ ଗାୟିକା ଶ୍ରେୟା ଘୋଷାଲଙ୍କ (Shreya Ghoshal) ଘରକୁ ଖୁବ୍ ଶୀଘ୍ର ଆସୁଛି ଖୁସି । ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ସାଧାରଣତଃ ଚୁପ୍ ରହୁଥିବା ଶ୍ରେୟା ନିଜ ଗାୟିକା ଜୀବନ ବିଷୟରେ ଅନେକ ସମୟରେ ଚର୍ଚ୍ଚାରେ ରହନ୍ତି ।
କିନ୍ତୁ ଏଥର ଶ୍ରେୟା ସୋସିଆଲ୍ ମିଡି଼ଆରେ (Social Media) ବେବି ବମ୍ପ୍ (ଶିଶୁ ଫୁଲା) ଦେଖାଇ ଏକ ଫଟୋ ଶେୟାର୍ କରି ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଦେଇଛନ୍ତି । ଶ୍ରେୟା ଘୋଷାଲ୍ ଓ ତାଙ୍କ ସ୍ୱାମୀ ଶିଳାଦିତ୍ୟ ମୁଖୋପାଧ୍ୟାୟ ପ୍ରଥମ ଥର ପିତାମାତା ହେବାକୁ ଯାଉଛନ୍ତି ।
ଇନଷ୍ଟାଗ୍ରାମରେ ନିଜର ବେବି ବମ୍ପ୍ ଥିବା ଫଟୋ ଶେୟାର କରି ଶ୍ରେୟା ଘୋଷାଲ ଲେଖିଛନ୍ତି, ‘‘ଶିଶୁ ଶ୍ରେୟାଦିତ୍ୟ ନିଜ ରାସ୍ତାରେ ଅଛି! ଶିଳାଦିତ୍ୟ ମୁଖୋପାଧ୍ୟାୟ ଓ ମୁଁ ଏହି ଖବର ଆପଣମାନଙ୍କ ସହ ଶେୟାର୍ କରି ଅତି ଆନନ୍ଦିତ ।
‘‘ଆପଣମାନଙ୍କ ପ୍ରେମ ଓ ଆଶୀର୍ବାଦ ଆବଶ୍ୟକ କାରଣ ଆମେ ଆମ ଜୀବନର ଏହି ନୂଆ ଅଧ୍ୟାୟ ପାଇଁ ନିଜକୁ ପ୍ରସ୍ତୁତ କରୁଛୁଁ,’’ ଲେଖି୍ଛନ୍ତି ଶ୍ରେୟା ।
ଶ୍ରେୟାଙ୍କ ଏହି ପୋଷ୍ଟରେ କେବଳ ବଲିଉଡର ସେଲିବ୍ରିଟି ନୁହଁନ୍ତି, ବରଂ ସେମାନଙ୍କ ପ୍ରଶଂସକମାନେ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି । ସମସ୍ତେ ଶ୍ରେୟାଙ୍କ ସନ୍ତାନ ଓ ତାଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛନ୍ତି ।
ବିବାହ ପୂର୍ବରୁ ଏହି ଦମ୍ପତି ପରସ୍ପର ସହ ୧୦ ବର୍ଷ ପ୍ରେମ ସମ୍ପର୍କ ରଖିଥିଲେ । ୫ ଫେବୃଆରୀ ୨୦୧୮ରେ ସେମାନଙ୍କ ବିବାହର ତୃତୀୟ ବାର୍ଷିକୀ ଅବସରରେ ଶ୍ରେୟା ନିଜ ପ୍ରେମ କାହାଣୀ ପ୍ରକାଶ କରିଥିଲେ ।
୨୦୧୮ରେ ଗୁଜବ ଉଠିଥିଲା ଯେ ଶ୍ରେୟା ଗର୍ଭବତୀ ହୋଇଛନ୍ତି । ହେଲେ ସେତେବେଳେ ତାହା କେବଳ ଏକ ଗୁଜବ ବୋଲି ଜଣାପଡ଼ିଥିଲା ।
ଶ୍ରେୟା ଘୋଷାଲ୍ ସଞ୍ଜୟ ଲୀଲା ଭନସାଲୀଙ୍କ ଫିଲ୍ମ ‘ଦେବଦାସ’ରେ ୨୦୦୨ରେ ଏକ ପ୍ଲେବ୍ୟାକ୍ ସିଙ୍ଗର୍ ଭାବରେ ଗୀତ ଗାଇବା ଆରମ୍ଭ କରିଥିଲେ ।ସେହି ଚଳଚ୍ଚିତ୍ରରେ ‘ବୈରୀ ପିୟା’, ‘ସିଲସିଲା ୟେ ଚାହତ କା’, ‘ଛଲକ ଛଲକ’, ‘ମୋରି ପିୟା’ ଓ ‘ଡୋଲାରେ ଡୋଲା’ ଗୀତ ଗାଇଥିଲେ । ଗୀତଗୁଡ଼ିକ ଦର୍ଶକ ଓ ଶ୍ରୋତାଙ୍କୁ ଖୁବ୍ ଭଲ ଲାଗିଥିଲା ।




