ଚଳଚ୍ଚିତ୍ର ତାରକାମାନେ ପଶୁମାନଙ୍କ ସୁରକ୍ଷା ଓ ଅଧିକାର ପାଇଁ PETA କରୁଥିବା କାମ ବିଷୟରେ ଜାଣିବା ପରେ ତାକୁ ବିଭିନ୍ନ ସମ୍ଭାବ୍ୟ ଉପାୟରେ ପ୍ରୋତ୍ସାହିତ କରିଛନ୍ତି । ଆଲିଆ ଭଟ୍ଟଙ୍କ ଠାରୁ ଆରମ୍ଭ କରି ଅନୁଷ୍କା ଶର୍ମା ପର୍ଯ୍ୟନ୍ତ ସେଲିବ୍ରିଟିମାନେ ନିଜ ଗୃହପାଳିତ ପଶୁଙ୍କ ପ୍ରତି ତ ପ୍ରେମ ଦେଖାନ୍ତି । କିନ୍ତୁ ଯେତେବେଳେ ସମଗ୍ର ବିଶ୍ୱରେ ପଶୁ ଅଧିକାର କଥା ଆସେ, ଏହି ତାରକାମାନେ PETAର ସମର୍ଥନରେ ଖୁବ୍ ପ୍ରଚାର କରନ୍ତି ।
ସନ୍ନି ଲିଓନ (Sunny Leone) ପେଟା ଅଭିଯାନ ପାଇଁ ନିଜ ସ୍ୱାମୀ ଡାନିଏଲ ୱେବରଙ୍କ ସହ ଏକ ହଟ୍ ଫଟୋସୁଟ୍ କରିଥିଲେ। (ଫଟୋ: ପେଟା ଇଣ୍ଡିଆ)
ଏହା ପୂର୍ବରୁ ସନ୍ନି ଲିଓନ (Sunny Leone) ଏହି ଶୈଳୀରେ ପେଟା ପାଇଁ କିଛି ଫଟୋସୁଟ୍ କରିଥିଲେ । (ଫଟୋ: ପେଟା ଇଣ୍ଡିଆ)
ଆଲିଆ ଭଟ୍ଟ (Alia Bhatt) ଓ ତାଙ୍କ ବିଲେଇଙ୍କ ମଧ୍ୟରେ ଥିବା ଘନିଷ୍ଠ ସମ୍ପର୍କ ତାଙ୍କ ସୋସିଆଲ ମିଡ଼ିଆ ପୋଷ୍ଟରେ ଦେଖିବାକୁ ମିଳେ । ଆଲିଆ ମଧ୍ୟ ପୋଟା ଅଭିଯାନ ପାଇଁ ସମାନ ଶୈଳୀ ଗ୍ରହଣ କରିଥିଲେ । (ଫଟୋ: ପେଟା ଇଣ୍ଡିଆ
ପେଟା ପାଇଁ ଏକ ଫଟୋସୁଟ୍ ସମୟରେ ଅଭିନେତ୍ରୀ ଆମି ଜ୍ୟାକସନ (Amy Jackson) ଏମିତି ରକ୍ତ ଦିଶୁଥିବା ପୋଷାକ ପିନ୍ଧିଥିଲେ । ସେ ପଶୁମନଙ୍କ ଅଧିକାର ବିଷୟରେ ଏକ ଶକ୍ତ ବାର୍ତ୍ତା ଦେବାକୁ ଚାହୁଁଥିଲେ । (ଫଟୋ: ପେଟା ଇଣ୍ଡିଆ)
ଶାକାହାରୀ ଖାଦ୍ୟକୁ ପ୍ରୋତ୍ସାହିତ କରୁଥିବା ଅଭିନେତ୍ରୀ ଲାରା ଦତ୍ତା (Lara Dutta) ନିଜେ ଏକ ପତ୍ର ପୋଷାକ ପିନ୍ଧିଥିବା ଦେଖାଦେଇଥିଲେ | (ଫଟୋ: ପେଟା ଇଣ୍ଡିଆ)
ଅଭିନେତା ନୀଲ ନିତିନ ମୁକେଶ (Neil Nitin Mukesh) ହାତୀମାନଙ୍କୁ ସମର୍ଥନ କରି ଓ ସେମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରର ବିରୋଧ କରି Sହି ଫଟୋସୁଟ୍ କରାଇଥିଲେ । (ଫଟୋ: ପେଟା ଇଣ୍ଡିଆ)
ଅଭିନେତ୍ରୀ ମୋନିକା ଡୋଗ୍ରା (Monika Dogra) ନିଜେ କୁକୁଡ଼ାମାନଙ୍କ ସହିତ ବନ୍ଧା ହୋଇଥିବା ନଜର ଆସିଛନ୍ତି । (Hଟୋ: ପେଟା ଇଣ୍ଡିଆ)
ଅଭିନେତା ଶାହିଦ କପୁର (Shahid Kapoor) ବି ପେଟା ଅଭିଯାନରେ ଶାକାହାରୀ ଖାଦ୍ୟ ପାଇଁ ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା । (ଫଟୋ: ପେଟା ଇଣ୍ଡିଆ)