ସନ୍ନି ଲିଓନି ନିଜ ସ୍ୱାମୀଙ୍କ ସହ PHOTOS ଶେୟାର୍ କଲେ; ଇଣ୍ଟରନେଟ୍ ଗରମ ହୋଇଉଠିଲା!
ଏକ ବେଳାଭୂମିରେ ସନ୍ନି ଲିଓନିଙ୍କୁ ତାଙ୍କ ସ୍ୱାମୀ ଦୁଇ ହାତରେ ଟେକି ଧରିଥିବା ଫଟୋକୁ ସନ୍ନିଙ୍କ ଫ୍ୟାନମାନେ ଖୁବ୍ ପସନ୍ଦ କରିଛନ୍ତି । ଆଉ ଏକ ଫଟୋରେ ସନ୍ନି ନିଜ ସ୍ୱାମୀଙ୍କୁ ଚୁମା ଦେଉଥିବା ଦେଖାଯାଉଛି ।
ସନ୍ନି ଲିଓନି ନିଜ ପତି ଡାନିଏଲ ୱେବରଙ୍କୁ (Sunny Leone husband) ଚୁମା ଦେଉଥିବାର ଫଟୋ ଇଣ୍ଟରନେଟରେ ଖୁବ୍ ଭାଇରାଲ୍ ହେଉଛି ।
ଏହି ଫଟୋରେ ସନ୍ନି ଲିଓନିଙ୍କୁ ଏକ ବେଳାଭୂମିରେ ତାଙ୍କ ସ୍ୱାମୀ (Daniel Weber) ଟେକି ଧରିଥିବା ଦେଖାଯାଉଛି । ସନିଙ୍କ ପ୍ରଶଂସକମାନେ ଫଟୋକୁ ଖୁବ୍ ପସନ୍ଦ କରିଛନ୍ତି ।
ସନ୍ନି ଲିଓନି MTV ଶୋ 'ସ୍ପ୍ଲିଟ୍ସଭିଲ୍ଲା'ର ସୁଟିଂ ପାଇଁ ତାଙ୍କ ସ୍ୱାମୀ ଡାନିଏଲ ୱେବରଙ୍କ ସହ ନିକଟରେ କେରଳରେ କିଛି ଦିନ ବିତାଇଥିଲେ ।
କେରଳର ରାଜଧାନୀ ତିରୁଅନନ୍ତପୁରମର ଏକ ଘରୋଇ ରିସର୍ଟରେ ସନ୍ନି ଓ ତାଙ୍କ ପରିବାର ବହୁତ ସମୟ ଅତିବାହିତ କରିଥିଲେ ।
କେରଳର ପାରମ୍ପରିକ ପୋଷାକ ପିନ୍ଧି ସନ୍ନି ଓ ତାଙ୍କ ପରିବାର ଲୋକେ ଚମତ୍କାର ଦେଖାଯାଉଥିଲେ । ସନ୍ନି କେରଳୀ ଶାଢ଼ୀ ପିନ୍ଧି ଭାରି ସୁନ୍ଦର ଦିଶୁଥିଲେ । ସେ ସୁନା ଅଳଙ୍କାର ଓ ଜସ୍ମିନ୍ ଫୁଲରେ ସଜାଯାଇଥିବା ଲମ୍ବା କେଶରେ ଅନେକ ଫଚୋ ଉଠାଇଥିଲେ ।
ସନ୍ନିଙ୍କ ସ୍ୱାମୀ ଡାନିଏଲ ୱେବର୍ କୁର୍ତ୍ତା ଓ ଧୋତି ପିନ୍ଧିଥିଲେ । ସେମାନଙ୍କ ଝିଅ ନିଶା 'କସାଭୁ ପଟ୍ଟୁପଭଡା' (ହ୍ୟାଣ୍ଡଲୁମ୍ ସ୍କର୍ଟ ଓ ବ୍ଲାଉଜ୍) ପିନ୍ଧି ଆକର୍ଷଣୀୟ ଦିଶୁଥିଲେ ।




