ଇଏ ଏମିତି ଦେଶ! ଏଠାକାର ରାଜା ପ୍ରତି ବର୍ଷ ଏକ କୁଆଁରୀ ଝିଅକୁ ବାହା ହୁଅନ୍ତି; ତାଙ୍କର ୧୫ ପତ୍ନୀ
ଏହି ଦେଶରେ ପ୍ରତି ବର୍ଷ ରାଜା ଦେଶର ସବୁ କୁଆଁରୀ ଝିଅମାନଙ୍କ ଏକ ପରେଡ଼ ଆୟୋଜନ କରାନ୍ତି । ଏଥିରେ ଝିଅମାନଙ୍କୁ ଟପଲେସ୍ ରଖାଯାଏ । ସେମାନଙ୍କ ମଧ୍ୟରୁ ରାଜା ଯେକୌଣସି ଝିଅକୁ ଚାହାଁନ୍ତି ତାକୁ ନିଜ ପତ୍ନୀ କରନ୍ତି ।
ଦୁନିଆରେ ଅନେକ ଦେଶରେ ରାଜତନ୍ତ୍ର ରହିଆସିଛି, କିନ୍ତୁ ରାଜାମାନଙ୍କର କାର୍ଯ୍ୟ ହେତୁ ଏହି ବ୍ୟବସ୍ଥା ସମଗ୍ର ବିଶ୍ୱରୁ ପ୍ରାୟ ବିଲୋପ ହୋଇଯାଇଛି । ତଥାପି ଦୁନିଆରେ ଏ ପର୍ଯ୍ୟନ୍ତ ଗୋଟିଏ ଶେଷ ଦେଶ ଅଛି ଯେଉଁଠି ପୂର୍ଣ୍ଣ ରୂପେ ରାଜା କ୍ଷମତାରେ ଅଛନ୍ତି ଓ ରାଜତନ୍ତ୍ର ଚାଲିଛି । ଏହି ଦେଶ ହେଉଛି ସ୍ୱାଜିଲ୍ୟାଣ୍ଡ । ଏଠାକାର ରାଜା ହେଉଛନ୍ତି ମାସ୍ୱତୀ ତୃତୀୟ । ସେ ନିକଟରେ ଏହି ଦେଶର ନାମକୁ ବଦଳାଇ ‘କିଂଡମ୍ ଇସ୍ୱାତିନି’ ରଖିଛନ୍ତି ।
ଏହି ଦେଶ ଆଫ୍ରିକା ମହାଦ୍ୱୀପରେ ଦକ୍ଷିଣ ଆଫ୍ରିକା ସହିତ ଲାଗିକରି ଅଛି । କ୍ରିକେଟ୍ କାରଣରୁ ଦକ୍ଷିଣ ଆଫ୍ରିକାର ଲୋକଙ୍କୁ ଭାରତର ଅନେକ ଲୋକ ଜାଣିଛନ୍ତି । ଦକ୍ଷିଣ ଆଫ୍ରିକା ଓ ମୋଜାମ୍ବିକର ସୀମାକୁ ଲାଗିଥିବା ଏହି ଦେଶ ଏକ ଗୁଜବ କାରଣରୁ ଚର୍ଚ୍ଚାର ବିଷୟ ପାଲଟିଥିଲା ।
‘ଦି ଗାର୍ଡ଼ିଆନ୍’ ପରି ଅନେକ ୱେବସାଇଟ୍ ଲେଖିଥିଲେ ଯେ ଏଠାକାର ରାଜା ମାସ୍ୱତୀ ତୃତୀୟ ନିଜ ଦେଶରେ ଏକ ବାର୍ତ୍ତା ଦେଇଛନ୍ତି ଯେ ଯଦି କୌଣସି ପୁରୁଷଙ୍କର ପାଞ୍ଚରୁ କମ୍ ପତ୍ନୀ ଥାଆନ୍ତି ତେବେ ତାଙ୍କୁ କାରାଗାରରେ ରଖାଯିବ । କିନ୍ତୁ ରାଜା ନିଜେ ଏହାକୁ ଅସ୍ୱୀକାର କରିଥିଲେ ।
ଏହି ରିପୋର୍ଟ ଅନୁସାରେ ରାଜା ମାସ୍ୱତୀ ତୃତୀୟ ନିଜେ ଏ ପର୍ଯ୍ୟନ୍ତ ମୋଟ ୧୫ଟି ବିବାହ କରିଛନ୍ତି । ବର୍ତ୍ତମାନ ତାଙ୍କର ମୋଟ ୧୪ ଜଣ ପତ୍ନୀ ଅଛନ୍ତି । ତାଙ୍କର ୧୫ ଜଣଙ୍କ ମଧ୍ୟରୁ ଜଣେ – ପତ୍ନୀ ସାନ୍ତାନି ମାସାଙ୍ଗୋ (୩୭ ବର୍ଷ) – ୨୦୧୮ରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଏହି ରାଜାଙ୍କର ପତ୍ନୀ ବାଛିବାର ପ୍ରଥାକୁ ବହୁତ ନିନ୍ଦା କରାଯାଇଛି ।
ଏହି ଦେଶରେ ସେପ୍ଟେମ୍ବର ମାସରେ ରାଜା ଦେଶର ସବୁ କୁଆଁରୀ ଝିଅମାନଙ୍କ ଏକ ପରେଡ଼ କରାନ୍ତି । ଏଥିରେ ଝିଅମାନଙ୍କୁ ଟପଲେସ୍ (ଅର୍ଥାତ୍ ଛାତି ଅଂଶ ଅନାବୃତ) ରଖାଯାଏ । ଏଥିରେ ରାଜା ଯେକୌଣସି ଝିଅକୁ ଚାହାଁନ୍ତି ତାକୁ ନିଜ ପତ୍ନୀ କରନ୍ତି ।
୨୦୧୮ରେ ଦେଶର ଅନେକ ଯୁବତୀ ଏହାକୁ ବିରୋଧ କରିଥିଲେ । ଅନେକ କୁଆଁରୀ ଝିଅ ଏହି ପ୍ୟାରେଡରେ ଭାଗ ନେବାକୁ ମନା କରିଦେଇଥିଲେ, କିନ୍ତୁ ଏହାର ସୂଚନା ରାଜାଙ୍କ ପାଖରେ ପହଞ୍ଚିବା ପରେ ସେହି ଝିଅମାନଙ୍କ ପରିବାରକୁ ଅନେକ ଅର୍ଥ ଜରିମାନା ଦେବାକୁ ପଡ଼ିଥିଲା ।
ଏହା ବ୍ୟତୀତ ଏହି ଦେଶର ରାଜାଙ୍କ ବିରୋଧରେ ଲଗାତାର ଅଭିଯୋଗ ଆସିଛି ଯେ ସେ ନିଜେ ଅତ୍ୟଧିକ ଗର୍ବର ସହ ଜୀବନଯାପନ କରୁଥିବା ବେଳେ ତାଙ୍କ ଦେଶରେ ବହୁଳ ଜନସଂଖ୍ୟା ଅତି ଗରିବ ହୋଇ ରହିଛନ୍ତି ।




