ଟ୍ୱିଙ୍କଲ ଖନ୍ନା ବିବାହ ପୂର୍ବରୁ ଅକ୍ଷୟ କୁମାରଙ୍କ କରିଥିଲେ ମେଡିକାଲ ଟେଷ୍ଟ; ନିଜେ ଖୋଲାସା କଲେ
ଅକ୍ଷୟ କୁମାର ଓ ଟ୍ୱିଙ୍କଲ ଖାନ୍ନାଙ୍କ ପ୍ରେମ କାହାଣୀ (Akshay Kumar-Twinkle Khanna Love Story) ଠାରୁ ନେଇ ସେମାନଙ୍କ ବିବାହ ନିଷ୍ପତ୍ତି ନେବା ପର୍ଯ୍ୟନ୍ତ ପହଞ୍ଚିବାର କାହାଣୀ ପୂରା ଅଲଗା ଓ ଆକର୍ଷଣୀୟ । ଅକ୍ଷୟ କୁମାର ଓ ଟ୍ୱିଙ୍କଲ ଖାନ୍ନାଙ୍କର ଦୁଇଟି ସନ୍ତାନ ଆରବ ଓ ନିତାରା ଅଛନ୍ତି ।
ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର (Akshay Kumar) ଓ ଟ୍ୱିଙ୍କଲ ଖାନ୍ନା (Twinkle Khanna) ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ତଥା ପ୍ରିୟ ଦମ୍ପତି ମଧ୍ୟରୁ ଅନ୍ୟତମ । ଜାନୁଆରୀ ୨୦୦୧ ରେ ଦୁହେଁ ପରସ୍ପରର ହାତ ଧରିଥିଲେ (Akshay Kumar Twinkle Khanna Marriage Anniversary) ଓ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଯାହା ପରଠାରୁ ଏକାଠି ରହିଆସିଛନ୍ତି । ଆଜି ଉଭୟଙ୍କ ବିବାହ ୧୯ ବର୍ଷ ପୂରଣ ହୋଇଛି । ଅର୍ଥାତ୍ ଏହି ଦମ୍ପତି ଆଜି ସେମାନଙ୍କର ବିବାହ ବାର୍ଷିକୀ ପାଳନ କରୁଛନ୍ତି । ଅକ୍ଷୟ କୁମାର ଓ ଟ୍ୱିଙ୍କଲ ଖାନ୍ନାଙ୍କ ପ୍ରେମ କାହାଣୀ (Akshay Kumar-Twinkle Khanna Love Story) ଠାରୁ ନେଇ ସେମାନଙ୍କ ବିବାହ ନିଷ୍ପତ୍ତି ନେବା ପର୍ଯ୍ୟନ୍ତ ପହଞ୍ଚିବାର କାହାଣୀ ପୂରା ଅଲଗା ଓ ଆକର୍ଷଣୀୟ ।
ଅକ୍ଷୟ କୁମାର ଓ ଟ୍ୱିଙ୍କଲ ଖାନ୍ନା ପ୍ରଥମେ ଏକ ମାଗାଜିନର ଫଟୋସୁଟ ସମୟରେ ସାକ୍ଷାତ ହୋଇଥିଲେ ଓ ପ୍ରଥମ ଦେଖାରେ ଅକ୍ଷୟ କୁମାର ଟ୍ୱିଙ୍କଲଙ୍କୁ ହୃଦୟ ଦେଇ ଦେଇଥିଲେ । (ଫଟୋ କ୍ରେଡିଟ୍: instagram/@twinklerkhanna)
ଅକ୍ଷୟ ଟ୍ୱିଙ୍କଲଙ୍କୁ ପ୍ରଥମେ ନିଜର ପ୍ରେମ ବ୍ୟକ୍ତ କରିଥିଲେ ଓ ଦୁହେଁ ପରସ୍ପରକୁ ଡେଟିଂ ଆରମ୍ଭ କରିଥିଲେ । କିନ୍ତୁ ସେତେବେଳକୁ ଉଭୟ ପରସ୍ପର ପ୍ରତି ଏତେ ଗମ୍ଭୀର ନଥିଲେ । (ଫଟୋ କ୍ରେଡିଟ୍: instagram/@twinklerkhanna)
ଆନ୍ତର୍ଜାତୀୟ ଖିଲାଡି ଫିଲ୍ମର ସୁଟିଂ ସମୟରେ ଦୁହେଁ ନିଜ ପ୍ରେମକୁ ଅନୁଭବ କରିଥିଲେ ଓ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଟ୍ୱିଙ୍କଲ୍ ଖାନ୍ନା ତାଙ୍କ ମା ଡିମ୍ପଲ୍ କାପାଡିଆଙ୍କ ସହ ଏ ବିଷୟରେ କଥା ହୋଇଥିଲେ । (ଫଟୋ କ୍ରେଡିଟ୍: instagram/@twinklerkhanna)
କିନ୍ତୁ, ଡିମ୍ପଲ୍ କାପାଡିଆ ପ୍ରଥମେ ଭାବିଥିଲେ ଅକ୍ଷୟ କୁମାର ସମଲିଙ୍ଗୀ । ପରେ ଏହି ଦ୍ୱନ୍ଦ୍ୱ ସମାଧାନ ହେଲା ଓ ଦୁହେଁ ବିବାହ କଲେ । (ଫଟୋ କ୍ରେଡିଟ୍: instagram/@twinklerkhanna)
କିନ୍ତୁ, ଉଭୟଙ୍କ ବିବାହରେ ଆଉ ଏକ ବିଶେଷ କଥା ଅଛି ଏବଂ ତାହା ହେଉଛି ବିବାହ ପୂର୍ବରୁ ଉଭୟଙ୍କ ରାଶିଫଳ ମେଳ ଖାଉ ନଥିଲା । ବରଂ ଅକ୍ଷୟ କୁମାରଙ୍କୁ ବିବାହ କରିବା ପୂର୍ବରୁ ଟ୍ୱିଙ୍କଲ ଖାନ୍ନା ତାଙ୍କର ମେଡିକାଲ ହିଷ୍ଟ୍ରୀ ଏକତ୍ରିତ କରିଥିଲେ । (ଫଟୋ କ୍ରେଡିଟ୍: instagram/@twinklerkhanna)
ଅର୍ଥାତ୍ ଟ୍ୱିଙ୍କଲ୍ ଖାନ୍ନା ରାଶିଫଳ ନୁହେଁ ମେଡିକାଲ ଟେଷ୍ଟ ଆଧାରରେ ଅକ୍ଷୟ କୁମାରଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ପରେ ଅକ୍ଷୟ କୁମାର ଜାଣିବାକୁ ପାଇଲେ ଯେ ଟ୍ୱିଙ୍କଲ ଖାନ୍ନା ତାଙ୍କ ମେଡିକାଲ ହିଷ୍ଟ୍ରୀ ତାଙ୍କ ସମ୍ପର୍କୀୟଙ୍କଠାରୁ ସଂଗ୍ରହ କରିଛନ୍ତି । (ଫଟୋ କ୍ରେଡିଟ୍: instagram/@twinklerkhanna)




