Sripad Naik accident: ମର୍ମନ୍ତୁଦ ଦୁର୍ଘଟଣା ପରେ ମନ୍ତ୍ରୀଙ୍କ କାର୍ର ଅବସ୍ଥା ନ ଥିଲା; ଦେଖନ୍ତୁ ଫଟୋ
କେନ୍ଦ୍ର ମନ୍ତ୍ରୀଙ୍କ ପତ୍ନୀଙ୍କୁ ଡାକ୍ତରଖାନାକୁ ମୃତ ଅବସ୍ଥାରେ ଅଣାଯାଇଥିଲା । ଏହି ଦୁର୍ଘଟଣା ଦୁଇଟି ଗାଡ଼ି ମଧ୍ୟରେ ଧକ୍କା ଯୋଗୁଁ ଘଟି ନ ଥିଲା । ତାଙ୍କ କାରର ଅବସ୍ଥାକୁ ଦେଖି ସେହି ସଡ଼କ ଦୁର୍ଘଟଣାର ବିଭତ୍ସତାର ଅନୁମାନ ଲଗାଇ ହେବ ।
କର୍ଣ୍ଣାଟକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ କେନ୍ଦ୍ର ମନ୍ତ୍ରୀ ଶ୍ରୀପଦ ନାୟକ (Sripad Naik) ଗୁରୁତର ଆହତ ହୋଇଛନ୍ତି । ଏହି ଦୁର୍ଘଟଣାରେ ତାଙ୍କ ପତ୍ନୀ ଓ ତାଙ୍କ ବ୍ୟକ୍ତିଗତ ସହାୟକଙ୍କ (ପି.ଏ.) ମୃତ୍ୟୁ ଘଟିଛି । (ANI)
ସୋମବାର ଦିନ ନାୟକ ନିଜ ପତ୍ନୀ ବିଜୟା ଓ ବ୍ୟକ୍ତିଗତ ସହାୟକଙ୍କ ସହ ଏକ କାରରେ ଯାତ୍ରା କରୁଥିଲେ । ଏହି ଦୁର୍ଘଟଣା (Sripad Naik car accident) କର୍ଣ୍ଣାଟକର ଉତ୍ତର କନ୍ନଡ଼ ଜିଲ୍ଲାର ଆଙ୍କୋଲା ନିକଟରେ ଘଟିଥିଲା । ସେତେବେଳେ ମନ୍ତ୍ରୀ କର୍ଣ୍ଣାଟକର ଏକ ଧାର୍ମିକ ସ୍ଥାନରୁ ଗୋଆକୁ ଫେରୁଥିଲେ । (ଫଟୋରେ ପତ୍ନୀ ବିଜୟାଙ୍କ ସହ ଶ୍ରୀପଦ ନାୟକ; ଫଟୋ - ସୋସିଆଲ ମିଡ଼ିଆ)
ଏହି ଦୁର୍ଘଟଣା (Sripad Naik car accident) ଦୁଇଟି ଗାଡ଼ି ମଧ୍ୟରେ ଧକ୍କା ଯୋଗୁଁ ଘଟି ନ ଥିଲା । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଡ୍ରାଇଭର ଗାଡ଼ି ଉପରେ ନିୟନ୍ତ୍ରଣ ହରାଇଥିଲା । ପଣଜୀରେ ସୂତ୍ରଙ୍କ ଠାରୁ ଜଣାପଡିଛି ଯେ ନାୟକଙ୍କ ପତ୍ନୀ ବିଜୟାଙ୍କୁ ଡାକ୍ତରଖାନାକୁ ମୃତ ଅବସ୍ଥାରେ ଅଣାଯାଇଥିଲା । ଚିକିତ୍ସା ସମୟରେ ତାଙ୍କ ବ୍ୟକ୍ତିଗତ ସହାୟକଙ୍କର ମୃତ୍ୟୁ ଘଟିଥିଲା । ମନ୍ତ୍ରୀ ଓ ଏହି ଦୁଇ ଜଣ ଯେଉଁ କାରରେ ଯାତ୍ରା କରୁଥିଲେ ଦୁର୍ଘଟଣା ପରେ ତା’ର ଅବସ୍ଥା ନ ଥିଲା । କାରର ଅବସ୍ଥାକୁ ଦେଖି ଦୁର୍ଘଟଣାର ବିଭତ୍ସତାର ଅନୁମାନ ଲଗାଇ ହେବ । (PBNS)
ସୂତ୍ରଙ୍କ ଠାରୁ ପ୍ରକାଶ ଯେ କେନ୍ଦ୍ର ମନ୍ତ୍ରୀ ଶ୍ରୀପଦ ନାୟକଙ୍କ (Shripad Naik car accident) କାର୍ ସ୍ଲିପ୍ କରିବା ପରେ ରାସ୍ତାରୁ ତଳକୁ ଖସି ଯାଇ ଏକ ଗଛକୁ ଜୋରଦାର୍ ଧକ୍କା ଦେଇଥିଲା । ଭୀଷଣ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଏହି କାର୍ ଭିତରୁ ଡ୍ରାଇଭର ସମେତ ଅନ୍ୟମାନଙ୍କୁ ବାହାର କରାଯାଇଥିଲା । ନାୟକଙ୍କୁ ଏକ ଆମ୍ବୁଲାନ୍ସରେ ଚେତାଶୂନ୍ୟ ଅବସ୍ଥାରେ ନିଆଯାଉଥିବାର ଦେଖାଯାଇଥିଲା । ଆମ୍ବୁଲାନ୍ସ ଗୋଆରେ ପହଞ୍ଚିବା ମାତ୍ରେ ରାଜ୍ୟ ପୋଲିସ ଏହାକୁ GMCH ଡାକ୍ତରଖାନାକୁ ନେଇ ଯାଇଥିଲା । (ANI)
ଗୋଆ ମୁଖ୍ୟ ମନ୍ତ୍ରୀ ପ୍ରମୋଦ ସାୱନ୍ତ (Goa CM Pramod Sawant) ଆମ୍ବୁଲାନ୍ସ ପହଞ୍ଚିବା ପୂର୍ବରୁ ଡାକ୍ତରଖାନାରେ ପହଞ୍ଚିଯାଇଥିଲେ । ସେଠାରେ ଏକ ଡାକ୍ତର ଦଳ ପ୍ରସ୍ତୁତ ଥିଲେ । ନାୟକ ଆୟୁଷ ଓ ପ୍ରତିରକ୍ଷାର କେନ୍ଦ୍ର ରାଜ୍ୟ ମନ୍ତ୍ରୀ । ତୁରନ୍ତ ଚିକିତ୍ସା ଯୋଗାଇ ଦେବା ଉଦ୍ଦେଶ୍ୟରେ GMCH ଡାକ୍ତରଖାନାର ଡିନ୍ ଡକ୍ଟର ଶିବନନ୍ଦ ବାଣ୍ଡେକରଙ୍କ ସମେତ ଅନ୍ୟ ଡାକ୍ତରଙ୍କୁ ନିଜ କାରରେ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇଯାଇଥିଲେ ସାୱନ୍ତ । (Sripad Naik car accident) । (ANI)




