ନୂଆ ଦିଲ୍ଲୀ: ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ବଲିଉଡ ଅଭିନେତ୍ରୀ ରାକ୍ଷୀ ସାୱନ୍ତ ବର୍ତ୍ତମାନ ନିଜର ଆଗାମୀ ୱେବ୍ ସିରିଜ୍ ତାୱାଇଫ୍ ପାଇଁ ସୁଟିଂ କରୁଛନ୍ତି । ଏଠାରେ ରାକ୍ଷୀ ଏହି ୱେବ୍ ସିରିଜ୍ ପାଇଁ ପ୍ରାୟ ଏକ ମାସ ପାଇଁ ସୁଟିଂ କରିବେ । ରାକ୍ଷୀଙ୍କ ସୁଟିଂ ସେଟରୁ କିଛି ଫଟୋ ସାମ୍ନାକୁ ଯାଇଛି । ଯାହା ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।<br />
ପ୍ରତ୍ୟେକ ପ୍ରସଙ୍ଗରେ ନିଜର ନିର୍ଭିକ ମତ ପାଇଁ ରାକ୍ଷୀଙ୍କ ନାମ ମଧ୍ୟ ଅନେକ ବିବାଦ ସହ ଜଡିତ ଅଛି । ସେ ମଧ୍ୟ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ଥର ଆଲୋଚନାରେ ରହିଛନ୍ତି ।<br />
ନିକଟରେ ରାକ୍ଷୀଙ୍କ ଫିଲ୍ମ ବିନାଶକାଳ ୨୭ ନଭେମ୍ବରରେ ସାରା ଦେଶରେ ରିଲିଜ ହୋଇଛି । ଏହି ଫିଲ୍ମରେ ତାଙ୍କ ଭାଇ ରାକେଶ ସାୱନ୍ତ ନିର୍ଦ୍ଦେଶନା ଦେଇଛନ୍ତି ଓ ଫିଲ୍ମର ନିର୍ମାତା ନୀରଜ ଗୁପ୍ତା ଅଟନ୍ତି ।<br />