ବିରାଟ ଓ ଅନୁଷ୍କାଙ୍କ ଝିଅ ଭଲ ଅଛି; ତା’ ଜନ୍ମ ଦିନ ଅନେକ ପ୍ରସିଦ୍ଧ ବ୍ୟକ୍ତିଙ୍କ ଜନ୍ମ ଦିନ ସହ ମେଳ ଖାଉଛି
ବିରାଟ କୋହଲି (Virat Kohli) ଓ ଅନୁଷ୍କା ଶର୍ମା (Anushka Sharma) ନିଜ କନ୍ୟା ସନ୍ତାନକୁ ପାଇ ଖୁବ୍ ଖୁସି । କୁନି ଝିଅଟିର ଜନ୍ମ ଦିନରେ ବିଭିନ୍ନ କ୍ଷେତ୍ରରେ ନାଁ କରିଥିବା ଅନେକ ଲୋକ ଜନ୍ମ ହୋଇଥିଲେ । ଜାଣନ୍ତୁ କିଏ କିଏ ସେମାନେ ।
ଟିମ୍ ଇଣ୍ଡିଆର କ୍ୟାପଟେନ୍ ବିରାଟ କୋହଲି (Virat Kohli) ଓ ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା (Anushka Sharma) ପ୍ରଥମ ଥର ପିତାମାତା ହୋଇଛନ୍ତି । ଜାନୁଆରୀ ୧୧ରେ ଅନୁଷ୍କା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ବିରାଟ ଏହି ସୁଖଦ ଖବରକୁ ନେଇ ଜୀବନର ନୂଆ ଇନିଂସ ଆରମ୍ଭ କରୁଛନ୍ତି ବୋଲି କହି ଏକ ଭାବପ୍ରବଣ ଟ୍ୱିଟ୍ ମଧ୍ୟ କରିଛନ୍ତି । ତାଙ୍କ ଝିଅର ଜନ୍ମ ଦିନ ଜାନୁଆରୀ ୧୧ରେ ବିଭିନ୍ନ କ୍ଷେତ୍ରର ପ୍ରସିଦ୍ଧ ବ୍ୟକ୍ତିମାନେ ଜନ୍ମ ହୋଇଛନ୍ତି । କ୍ରିକେଟ୍ ଠାରୁ ଆରମ୍ଭ କରି ଅଭିନୟ ଓ ଆନ୍ତର୍ଜାତୀୟ ମଞ୍ଚରୁ ରାଜନୀତି ପର୍ଯ୍ୟନ୍ତ ଏହି ଜାନୁଆରୀ ୧୧ରେ ଜନ୍ମିତ ବ୍ୟକ୍ତିମାନେ ଚରମ ସଫଳତା ହାସଲ କରିଛନ୍ତି । ଜାଣନ୍ତୁ ସେମାନଙ୍କ ମଧ୍ୟରେ କିଏ କିଏ ଅଛନ୍ତି ।
ନୋବେଲ ଶାନ୍ତି ପୁରସ୍କାର ବିଜେତା କୈଳାଶ ସତ୍ୟାର୍ଥୀ (Kailash Satyarthi ) ଜାନୁଆରୀ ୧୧ରେ ଜନ୍ମ ଗ୍ରହଣ କରିଥିଲେ ।
କ୍ରିକେଟ ପଡ଼ିଆର କ୍ରିଜରେ ‘ଦ ୱାଲ୍’ (କାନ୍ଥ) ଭାବେ ଜଣାଶୁଣା ଖେଳାଳି ରାହୁଲ ଡ୍ରାଭିଡ଼ (Rahul Dravid) ବି ଜାନୁଆରୀ ୧୧ରେ ଜନ୍ମ ହୋଇଥିଲେ ।
ଏକ ସଙ୍ଗେ ବିଖ୍ୟାତ ଓ କୁଖ୍ୟାତ ଅଭିନେତ୍ରୀ ଶ୍ୱେତା ବସୁ ପ୍ରସାଦ (Shweta Basu Prasad) ବି ଏହି ଦିନ ଜନ୍ମ ହୋଇଥିଲେ ।
ତାମିଲ, ତେଲୁଗୁ, ହିନ୍ଦୀ ଓ ମାଲାୟାଲମ ଫିଲ୍ମରେ ଅଭିନୟ କରିଥିବା କିରଣ ରାଠୋର (Kiran Rathore) ଏହି ଦିନ ଜନ୍ମ ହୋଇଥିଲେ ।




