International Womens Day: ପ୍ରତିବର୍ଷ ୮ ମାର୍ଚ୍ଚରେ ମହିଳାମାନଙ୍କ ସମ୍ମାନାର୍ଥେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଏ । ଭାରତର ସମ୍ବିଧାନରେ ମହିଳାଙ୍କ ଅଧିକାରକୁ ଆହୁରି ମଜବୁତ କରିବାକୁ ଅନେକ ନିୟମ ରହିଛି । ତଥାପି ସୂଚନା ଅଭାବରୁ ଅନେକ ଥର ମହିଳାମାନେ ନିଜର ଅଧିକାର ବିଷୟରେ କହିବାକୁ ଅସମର୍ଥ ହୋଇଥାନ୍ତି । (ପ୍ରତୀକାତ୍ମକ ଛବି- ପିକ୍ସାବାଇ)
କୌଣସି ବ୍ୟକ୍ତି ଯଦି ଜଣେ ମହିଳାଙ୍କ ସହ ଅଶାଳୀନ ଭାଷା, ଅଶ୍ଳୀଳ ଗୀତ କିମ୍ବା ଆପତ୍ତିଜନକ ଅଙ୍ଗଭଙ୍ଗୀ ଆଦି ବ୍ୟବହାର କରନ୍ତି, ତେବେ ଧାରା ୨୯୪ ଅନୁଯାୟୀ ଅଭିଯୁକ୍ତକୁ ୩ ମାସ ଜେଲ ଦଣ୍ଡ ହୋଇପାରେ । (ପ୍ରତୀକାତ୍ମକ ଛବି- ପିକ୍ସାବାଇ)
କୌଣସି ବ୍ୟକ୍ତି ଯଦି ଜଣେ ମହିଳାଙ୍କୁ ଜବରଦସ୍ତ ଗର୍ଭଧାରଣ କିମ୍ବା ଗର୍ଭପାତ କରିବାକୁ ବାଧ୍ୟ କରେ ତେବେ ଧାରା ୩୨୨-୩୧୫ ଅନୁଯାୟୀ ତାଙ୍କୁ ଦଣ୍ଡିତ କରାଯାଇପାରେ । ଏହା ଧାରା ଅନୁଯାୟୀ ଉକ୍ତ ବ୍ୟକ୍ତିଙ୍କୁ ୩ ରୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ହୋଇପାରେ । (ପ୍ରତୀକାତ୍ମକ ଛବି- ପିକ୍ସାବାଇ)
ଯଦି କେହି ମହିଳାଙ୍କ ଅଳଙ୍କାର, ଜମି କିମ୍ବା ସାମଗ୍ରୀ ଫେରସ୍ତ ନକରନ୍ତି ତେବେ ଧାରା ୪୦୬ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ । ଏହି ଧାରା ଅଧୀନରେ ଅଭିଯୁକ୍ତଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଦିଆଯିବାର ବ୍ୟବସ୍ତା ରହିଛି । (ପ୍ରତୀକାତ୍ମକ ଛବି- ପିକ୍ସାବାଇ)
ବିବାହର ପ୍ରତିଶୃତି ଦେଇ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ପାଇଁ ଧାରା ୪୯୩ ଅନୁଯାୟୀ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରେ । ଏହା ଅଧୀନରେ ଅଭିଯୁକ୍ତଙ୍କୁ ୧୦ ବର୍ଷର ଦଣ୍ଡବିଧାନ ଦିଆଯିବାର ବ୍ୟବସ୍ଥା ରହିଛି । (ପ୍ରତୀକାତ୍ମକ ଛବି- ପିକ୍ସାବାଇ)
ଯଦି କେହି ଜଣେ ମହିଳାଙ୍କୁ ଆତ୍ମହତ୍ୟା କରିବାକୁ ଉତ୍ସାହିତ କରନ୍ତି । ତେବେ ଧାରା ୩୦୬ ଅନୁଯାୟୀ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ । ଏପରି ଅପରାଧ ପାଇଁ ୧୦ ବର୍ଷ ପର୍ଯ୍ୟନ୍ତ ଦଣ୍ଡ ମିଳିପାରେ । (ପ୍ରତୀକାତ୍ମକ ଛବି- ପିକ୍ସାବାଇ)




